ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ମାସର ଉଦଯାପନୀ ଉତ୍ସବ ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ମାସର ଉଦଯାପନୀ ଉତ୍ସବ ଅନୁଷ୍ଠିତ l
“ପୁରସ୍କୃତ ହେଲେ ଗୁଡ଼ ସମରିଟlନ, କୃତୀ ପ୍ରତଯୋଗୀ”
ରାୟଗଡା-୩୧୵୦୧-ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପାଳିତ ସଡ଼କ ସୁରକ୍ଷା ମାସର ସମାପନ ଉତ୍ସବ ରାୟଗଡ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଛି।

ଉକ୍ତ କାର୍ଯ୍ୟକ୍ରମ ଆଞ୍ଚଳିକ ପରିବହନ ବିଭାଗ, ରlୟଗଡ଼ ପକ୍ଷରୁ ଆୟୋଜିତ କରାଯାଇଥିଲା।
ଏହି ସମାପନ ଉତ୍ସବରେ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ରାୟଗଡ ଶ୍ରୀ ଗୋସେନ ବାର୍ଲା, ସମ୍ମାନିତ ଅତିଥି ଶ୍ରୀ ଗୌର ହରି ସାହୁ,ଉପଖଣ୍ଡ ପୋଲିସ ଅଧିକାରୀ, ରlୟଗଡ଼, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ଯୋଗଦେଇଥିଲେ l ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିନୟନ କୁମାର ପାଲ, ଅଧକ୍ଷତା କରିଥିଲେ ଏବଂ ମୋଟର ଯାନ ନିରୀକ୍ଷକ ଶ୍ରୀ ଦୁର୍ଗା ପ୍ରସାଦ ରାଓ(MVI) ଉପସ୍ଥିତ ରହିଥିଲ ବେଳେ ଶ୍ରୀ ଯଶକେତନ ଭରlସଗରିଆ ମଞ୍ଚ ପରିଚାଳନା କରିଥିଲେ ।
ଅତିଥିମାନେ ସଡ଼କ ସୁରକ୍ଷା ନିୟମ ପାଳନ, ହେଲମେଟ୍ ଓ ସିଟ୍ବେଲ୍ଟ୍ ବ୍ୟବହାର, ମଦ୍ୟପାନ କରି ଯାନଚାଳନା ନ କରିବା ଏବଂ ଟ୍ରାଫିକ୍ ନିୟମକୁ କଡାକଡି ପାଳନ କରିବା ଉପରେ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ।
“ଶିକ୍ଷl ରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ” ବାର୍ତ୍ତାକୁ ଆଧାର କରି ସଡ଼କ ସୁରକ୍ଷାକୁ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସଡକ ସୁରକ୍ଷା ସପ୍ତାହ ଅବସରରେ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏଥିରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା l ସେହିପରି ବିପଦ ସମୁଖରୁ ଗୋଲଡେନ୍ ସମୟରେ ସାହାଯ୍ୟ ପ୍ରଦାନ କରିଥିବା ଗୁଡ୍ ସାମରିଟାନ୍ ଆକୁଳ ରାଜା (ଚାନ୍ଦିଲି ଥାନା ),କ୍ରିଷ୍ଣା ଅଦ୍ନିତି(ଶେସଖାଲ୍ ଥାନା),ନିରଞ୍ଜନ ପୂଜାରୀ( ଆମ୍ବଦୋଳା ଥାନା),ନିରଞ୍ଜନ ସାହୁ (ଟିକିରି ଥାନା),ଜି. ମହେଶ୍ଵର ରାଓ (କୁମ୍ଭାରଧାମୁଣି ଥାନା),ଟୁନିବାଡ଼ ତିରୁମଲ୍ଲା(କେସିଙ୍ଗପୁର ଥାନା),ଜଗଜୀବନ ନାଏକ(କାଶୀପୁର ଥାନା),ଅମିୟ କୁମାର ଦାଶ (କାଶୀପୁର ଥାନା),ସରୋଜ କୁମାର ମଣ୍ଡଳ(ବନ୍ଧ ସାହି, କାଶୀପୁର),କାସି ନାୟକ, (ଦୋରାଗୁଡ଼ା ଥାନା),ମନରଞ୍ଜନ ମହାପାତ୍ରଙ୍କୁ ନାଗଦ ରାଶି ଓ ମାନପତ୍ର ଦେଇ ସମ୍ମାନିତ କରିବା ସହିତ ଶ୍ରୀ ମୃତ୍ୟୁଞ୍ଜ ସ୍ଵାଇଁ (ସିନିୟର ଏସଇଏସ ପ୍ରଧାନ ଶିକ୍ଷକ, ଚାଲକାମ୍ବା ହାଇସ୍କୁଲ) ଶ୍ରୀ ପ୍ରସନ୍ନ କୁମାର ଦାସ (ହିନ୍ଦୀ ଶିକ୍ଷକ, ଦ୍ରୌପଦୀ ବିଦ୍ୟା ପିଠ ଗୁମୁଡା),ଶ୍ରୀ ତାପସ କୁମାର ଦଳାଇ (ସହାୟକ ଶିକ୍ଷକ, ସରକାରୀ ହାଇସ୍କୁଲ,ସିକରପାଇ),ଏଲ ଟି ଉଦୟ ନାଏକ,ଆସୋସିଏଟ ଏନସିସି ଅଫିସର, ସ୍ଵୟଂଶାସିତ ମହାବିଦ୍ୟାଳୟ, ରାୟଗଡା),ଶ୍ରୀ ରଞ୍ଜିତ କୁମାର ଗିରି (ସିନିୟର ଏସଇଏସ ପ୍ରଧାନ ଶିକ୍ଷକ,ସରକାରୀ ହାଇସ୍କୁଲ ସିକରପାଇ),ଡ୍ରାଇଭର୍ ମହାସଂଘ ଓଡିଶା, ଗୁମ୍ମା ପଞ୍ଚାୟତ ଓ ଡ୍ରାଇଭର୍ ମହାସଂଘ ଓଡିଶା,ରାୟଗଡାଙ୍କୁ ପ୍ରସଂଶା ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ। ସଡକ ସୁରକ୍ଷା ସପ୍ତାହର ସମାପନ କାର୍ଯ୍ୟକ୍ରମରେ ଏସଡିଆଇପିଆରଓ ଦେବରାଜ ଟାକ୍ରି, ସଡ଼କ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ଶିବ ନାରାୟଣ ଗୌଡ଼,ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ଓ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
