ରାୟଗଡ଼ରେ ଜିଲ୍ଲାସ୍ତରୀୟ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ରକ୍ଷଣl ବେକ୍ଷଣl ଓ କଲ୍ୟାଣ ଆଇନ -୨୦୦୭

ରାୟଗଡ଼ରେ ଜିଲ୍ଲାସ୍ତରୀୟ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ରକ୍ଷଣl ବେକ୍ଷଣl ଓ କଲ୍ୟାଣ ଆଇନ -୨୦୦୭ ଉପରେ ସଚେତନତା ଶିବିର
ରାୟଗଡ଼ା-୩୧/୦୧-ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ରାୟଗଡ଼ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ରକ୍ଷଣl ବେକ୍ଷଣl ଓ କଲ୍ୟାଣ ଆଇନ -୨୦୦୭ ସଚେତନତା ଶିବିର ପାଳିତ ହୋଇଛି। ଏହି ସଚେତନତା ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରାୟଗଡ ସୁଶ୍ରୀ ସରସ୍ବତୀ ମାଝି, ପଞ୍ଚାୟତ ସମୀତି ଅଧ୍ୟକ୍ଷା ରାୟଗଡ଼ ସୁଶ୍ରୀ ଟୁନି ହୁଇକା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ନାଗରିକ କଲ୍ୟାଣ ସଂଘର ଅଧ୍ୟକ୍ଷ ଶ୍ରୀ ବିନୋଦ ଚଦ୍ର ପଣ୍ଡା, ରାୟଗଡ଼ା ନଗରପାଳିକା ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ରାଷ୍ଟ୍ରୀୟ ସେବା ସଂଘ(NSS) ଛାତ୍ରଛାତ୍ରୀ, ରାୟଗଡ଼ ମହାବିଦ୍ୟାଳୟ ଏବଂ ମହିଳା ମହାବିଦ୍ୟାଳୟ, ରାୟଗଡ଼ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏଡିଏମ୍ (ଜେନେରାଲ) ନବୀନ ଚନ୍ଦ୍ର ନାୟକ ବାପା-ମାଆଙ୍କ ମହତ୍ୱ ଏବଂ ପିଲାମାନଙ୍କ ଦାୟିତ୍ୱ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟ ସମ୍ମାନିତ ଅତିଥିମାନେ ମଧ୍ୟ ସମ୍ବୋଧନ କରି କହିଲେ ଯେ ଆମ ପରିଚୟ ଆମ ବାପା ମାଆଙ୍କ ଠାରୁ ଏଣୁ ମାଆବାପାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେବା କରିବା ଉଚିତ୍। ବରିଷ୍ଠଙ୍କୁ “ବୁଢ଼ା” ନ କହି “ବରିଷ୍ଠ ନାଗରିକ” କୁହନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ।ସଚେତନତା କାର୍ଯ୍ୟକ୍ରମରେ ପରିବାରିକ ବିବାଦ, ଏକାକୀତ୍ୱ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଆଦି ବିଷୟରେ ଚର୍ଚ୍ଚା ହୋଇଥିଲା। ଏହା ସହିତ ପିତା-ମାତା ତଥା ବରିଷ୍ଠ ନାଗରିକ ଭରଣପୋଷଣ ଓ କଲ୍ୟାଣ ଆଇନ୍ ୨୦୦୭ ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କ ସମ୍ମାନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପରାମର୍ଶ ଦିଆଯାଇ ବରିଷ୍ଠ ନାଗରିକ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଦ୍ୱାରା ପରିଚାଳିତ ହୋଇଥିଲା। ଏବଂ ହେଲ୍ପ ଏଜ ଇଣ୍ଡିଆ ଏନଜିଓ, ଶ୍ରୀମତୀ ଦେବଶ୍ରୀ ବ୍ରହ୍ମା ଓ ଶ୍ରୀ ରଞ୍ଜୟ କୁମାର ଦାସ ପିତା-ମାତା ତଥା ବରିଷ୍ଠ ନାଗରିକ ଭରଣପୋଷଣ ଓ କଲ୍ୟାଣ ଆଇନ୍ ୨୦୦୭ ବିଷୟରେ ସମସ୍ତଙ୍କୁ ସଚେତନ କରାଇଥିଲେ। ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *