ରାଜ୍ୟସ୍ତରୀୟ ଟାଙ୍ଗରାଶୁଣୀ ମକର ମିଳନ ଓ ସାରସ୍ଵତ ସମାରୋହ
କପ୍ତିପଦା ୧୮/୧ କପ୍ତିପଦା ସାନଖିଲାଡ଼ି ଟାଙ୍ଗରାଶୁଣୀ ମହୋତ୍ସବ କମିଟି ତଥା ପ୍ରଶାନ୍ତ ସ୍କୃତି ପରିଷଦ, ଉଦଳା ଆନୁକୂଲ୍ୟର ରାଜ୍ୟସ୍ତରୀୟ ମକର ମିଳନ ଓ ସାରସ୍ଵତ ସମାରୋହ-୨୦୨୬ କଳା ଓ ସାହିତ୍ୟ ପ୍ରେମୀଙ୍କ ଉପସ୍ଥିତିରେ ମା ଟାଙ୍ଗରାଶୁଣୀ ପୀଠ, ସାନଖଲାଡିରେ ଅନୁଷ୍ଠିତ ହୋଇଯାଇଛି । ଉଦଳାର ପ୍ରାକ୍ତନ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାକୁ ଉଦଳା ନଗରପାଳିକା ପ୍ରମିଳା ପଣ୍ଡା ଉଦ୍ଘାଟନ କରି କହିଲେ ଯେ ସୂର୍ଯ୍ୟ ଧନୁରାଣିରୁ ମକର ରାଶିକୁ ଗଲେ ମକର ଉତ୍ସବ ପାଳନ ହୁଏ । ଉତ୍ତର ଓଡ଼ିଶାର ମକର ପର୍ବ ନିଆରା, ନାଚ ଗୀତ ଖିଆ ପିଆର ଭଲ୍ଲାସ ଘରେ ଘରେ ଏହାର ପ୍ରଭାବ ପ୍ରତିଟି ପରିବାରଙ୍କ ଠାରେ ଦେଖିବାକୁ ମିଳିଥାଏ। ମୁଖ୍ୟ ଅତିଥି ଭାବେ ଡ଼ା ରମାକାନ୍ତ୍ର ମହାନ୍ତ ଯୋଗଦେଇ ଆଞ୍ଚଳକ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସାରସ୍ଵତ କାର୍ଯ୍ୟଧାରା ସଂପର୍କର ଆଲୋକପାତ କରିବା ସହିତ ପରିବେଶ ଏବଂ ନିଶାନିର୍ବାରଣ ସଚ଼େନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଶ୍ରୀନାଥ ସରେନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାଳିକ, ସାହିତ୍ୟିକ ସଚ୍ଚିଦାନନ୍ଦ ମହାନ୍ତି, ବକ୍ତବ୍ୟ ପ୍ରଦାନ କରି ଏହି ଉତ୍ସବ ର ପ୍ରତିଷ୍ଠାତା ଦିବଂଗତ ପ୍ରଶାନ୍ତ ବେହେରାଙ୍କ ସାହିତ୍ୟ କ୍ଷେତ୍ରରେ ଅବଦାନ କୁ ବଖାଣି ଥିଲେ। ଏହି ଅବସରରେ ଟାଙ୍ଗରାଶୁଣୀ ସମ୍ମାନ ସଚ୍ଚିଦାନନ୍ଦ ପରିଡ଼ା, ମକର ମିଳନ ସମ୍ମାନ ଅରୁଣ କୁମାର ପାତ୍ର, ସମୀବୃକ୍ଷ ସମ୍ମାନ ଡ. ନିରୁପମା ନାୟକ୍, ଟାଙ୍ଗିରିଆ ସମ୍ମାନ ପ୍ରମିଳା ଜେନା, କନ୍ୟାଶ୍ରୀ ସମ୍ମାନ ସୁଶ୍ରୀ ସ଼ଂଯୁକ୍ତା ବସା, ଉଦାଳକ ସମ୍ମାନ ଡ. ସୁଧାକର ଗିରି, ଉପନ୍ୟାସ “ଲେଡି ଟେଲର” ପାଇଁ ଉତ୍ତରା ପୁସ୍ତକ ସମ୍ମାନ ଚନ୍ଦ୍ର ମୋହନ ମହାପାତ୍ର, ନାଟ୍ୟ ଭାସ୍କର ସମ୍ମାନ କ୍ଷୀରୋଦ ବିହାରୀ ସିଟ୍, ମୂର୍ତ୍ତି ଭାସ୍କର ସମ୍ମାନ ଜୟକୃଷ୍ଣ ମଲ୍ଲିକ,

ନଚିକେତା ସମ୍ମାନ ସତ୍ୟନାରାୟଣ ମିଶ୍ର, ଡିଜିଟାଲ ସାହିତ୍ୟ ଆସର “ଶେଷ ରବିବାର” ସମ୍ମାନ ପ୍ରିୟବ୍ରତ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।କବିତା ପାଠୋତ୍ସବରେ ଶିବଶଙ୍କର ଭୂୟାଁ, ଏବଂ ନମିତା ରାଉତ ମନଛୁଆଁ ସଂଯୋଜନା କରିଥିଲେ। ଏଥିରେ ପ୍ରମିଳା ଜେନା, ବ୍ୟଙ୍ଗ କବି ପ୍ରଭାକର ସାହୁ, ଗାଁ ମଜଲିସ ସହିତ୍ୟ ସଂସଦର ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ,କରୁଣାକର ଦାସ, ସୁଶାନ୍ତ ସିଂହ, ରାମଚନ୍ଦ୍ର ସାହୁ, କ୍ଷଣପ୍ରଭା ଜେନା, ପହୁଲୋଚନ ପ୍ରଧାନ, କମଳା ଜେନା, ଚନ୍ଦନେଶ୍ବର ମହାନ୍ତି, ଅବନ୍ତୀ ବେହେରା, ହିମାଦ୍ରୀ ତନୟା ମଲ୍ଲିକ ଏବଂ ଅନ୍ୟମାନେ କବିତା ଆବୃତ୍ତି କରିଥିଲେ । ଉତ୍ତରା ପ୍ରକାଶନୀ ଦ୍ଵାରା ପ୍ରକାଶିତ ମାତାଙ୍ଗିନୀ ମିଶ୍ରଙ୍କର ପୁସ୍ତକ “ପ୍ରକୃତି ସ଼ଂସ୍କୃତି ଓ ସଂହତି” ଏବଂ ସୁଧାକର ଗିରିଙ୍କ ପୁସ୍ତକ “ସଭ୍ୟତା ସାଗରେ ଅଶାନ୍ତ ସୁନାମି” ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମର ଆୟୋଜକ ସୁଶାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କଣ୍ଠଶିଳ୍ପୀ ପଦ୍ମାବତୀ ବେହେରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଶେଷରେ ଆଶିଷ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପଞ୍ଚଭାଷୀ ସାହିତ୍ୟିକ ଶ୍ରୀକାନ୍ତ ବେହେରା, ଉତ୍ତରା ପ୍ରକାଶନୀର ପ୍ରକାଶିକା ନୟନା ବେହେରା,ଆବାହକ କରୁଣାକର ଦାସ ଓ ହେମଲତା ଶଂଖୁଆଂକ ସହଯୋଗ ପ୍ରଶଂସନୀୟ ଥିଲା
