ଜିଲ୍ଲା ସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ ଅନୁଷ୍ଠିତ।
ପୁରୀ ୧୫/୭ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜିଲ୍ଲା ସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ ଆଜି ପୂର୍ବାହ୍ନରେ ସ୍ବତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା ତଥା ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାପାଳ ଚଞ୍ଚଳ ରାଣା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆଇନ ରେ ରହିଥିବା ବ୍ୟବସ୍ଥା ଆଧାର ରେ ସେମାନଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।ସେମାନଙ୍କ ପ୍ରତି ନିର୍ଯ୍ୟାତନା କ୍ଷେତ୍ରରେ ସହାୟତା, ଇଣ୍ଟର କାଷ୍ଟ ବିବାହ କ୍ଷେତ୍ରରେ ସହାୟତା ଇତ୍ୟାଦି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଅନେକ ସମୟରେ ମାମଲା ଗୁଡିକ ର ସତ୍ୟତା ଉପରେ, ଜାତି ଗତ ପ୍ରମାଣ ପତ୍ର ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଥାଏ।ତେଣୁ ଯୁଗ୍ମ ତଦନ୍ତ ସମୟରେ ସଠିକ ଭାବେ ଏହାର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଓ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ବ୍ୟାପକ ସଚେତନତା ମାଧ୍ୟମରେ ହିତାଧିକାରୀଙ୍କୁ ଅବଗତ କରାଇବା, ମାମଲା ଗୁଡିକ ର ସଠିକ ଅନୁଧ୍ୟାନ କରିବା, ସାହାଯ୍ୟ କରୁଥିବା ନାମରେ ଫାଇଦା ନେବାକୁ ଚାହୁଁ ଥିବା କିଛି ବ୍ୟକ୍ତି ଙ୍କ ସମ୍ପର୍କରେ ତଦନ୍ତ ସହ ସତ୍ୟ ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ଆଲୋକପାତ କରିଥିଲେ।କ୍ଷତିଗ୍ରସ୍ତ ବ୍ୟକ୍ତି ଙ୍କୁ ଆର୍ଥିକ ସହାୟତା କ୍ଷେତ୍ରରେ ପୂର୍ବରୁ ଅଫ ଲାଇନରେ ଆବେଦନ କରିବାକୁ ପଡୁଥିଲା ବେଳେ ୧୨ ୧୦ ୨୦୨୨ ତାରିଖ ଠାରୁ ଅନଲାଇନ ସାକାର ପୋର୍ଟାଲରେ ଆବେଦନ ଗ୍ରହଣ କରାଯାଉଛି।ଏହି ବ୍ୟବସ୍ଥା ରେ ୨୦୨୩ ରେ ୪୪ ଗୋଟି,୨୦୨୪ରେ ୩୬ ଗୋଟି ଓ ୨୦୨୫ର ଜୁଲାଇ ୧୧ ପର୍ଯ୍ୟନ୍ତ ଗୋଟିଏ ଏହିଭଳି ୮୧ଟି ମାମଲାରେ ୧୦୬ ଜଣଙ୍କୁ ୧,୧୮,୬୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରା ଯାଇଛି।୮୩୪ ଟି ମାମଲା ମଧ୍ୟରୁ ଯୁଗ୍ମ ତଦନ୍ତ ମାଧ୍ୟମରେ ୭୧୮ ର ତଦନ୍ତ ଶେଷ ହୋଇ ଥିବା ବେଳେ ୧୧୬ ଟି ବକେୟା ରହିଛି।ଇଣ୍ଟର କାଷ୍ଟ ବିବାହ କ୍ଷେତ୍ରରେ ୨୦୨୩-୨୪ ଠାରୁ ଚଳିତ ବର୍ଷ ଜୁଲାଇ ୧୧ ପର୍ଯ୍ୟନ୍ତ ୩୪୧ ଜଣ ଦମ୍ପତି ଉପକୃତ ହୋଇ ୮,୧୯,୫୦,୦୦୦ ଟଙ୍କା ପ୍ରାପ୍ତ ହୋଇଛନ୍ତି।ଏହି ଅର୍ଥ ସେମାନଙ୍କ ଆକାଉଣ୍ଟ କୁ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଏସ ପି ସଚିନ ପଟେଲ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କମିଟି ର ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି କାର୍ଯ୍ୟ ସୂଚୀ ଅନୁସାରେ ତଥ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *