ବ୍ରହ୍ମପୁରରେ ରାଜ୍ୟସ୍ତରୀୟ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
ବ୍ରହ୍ମପୁର ()ଓଡିଶା ଫାର୍ମାସି ଅଫିସର ସେବା ସଂଘ ଏବଂ ଗଞ୍ଜାମ ଜିଲ୍ଲା ଶାଖାର ମିଳିତ ସହଯୋଗରେ ସେପ୍ଟେମ୍ବର 27 ତାରିଖ ଦିନ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ରାଜ୍ୟ ସ୍ତରୀୟ ବିଶ୍ୱ ଫାର୍ମାସିଷ୍ଟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ମାନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ସଙ୍ଘର ସଦସ୍ୟ ମାନଙ୍କ ଉପସ୍ଥିତିରେ ଅତିଥି ମାନଙ୍କ ଦ୍ଵାରା ସ୍ଥାନୀୟ ସିଟି ହସ୍ପିଟାଲ ପରିସରରେ ‘ମା ପାଇଁ ଗଛ ଟିଏ ‘କାର୍ଯ୍ୟକ୍ରମ ଅନୁଯାଇ ବୃକ୍ଷ ରୋପଣ କାରାଯାଇ ଥିଲା। ‘ସ୍ୱଚ୍ଛ ଭାରତ’ ସଫାଈ କାର୍ଯ୍ୟ କରାଯାଇଥିଲା। ତତପଶ୍ଚାତ ସଂଘର ସଦସ୍ୟ ମାନେ ବିଭିନ୍ନ ଫାର୍ମାସି ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ଏବଂ ଅତିଥି ମାନେ ସିଟି ହସ୍ପିଟାଲ ଠାରୁ ଗଞ୍ଜାମ କଳା ପରିଷଦ ପର୍ଯ୍ୟନ୍ତ ଏକ ସଚେତନତା ରାଲି ରେ ସାମିଲ ଦେଇଥିଲେ।ସରକାରଙ୍କ ତରଫରୁ ଗତ ୧୭ ତାରିଖରୁ ଅକଟୋବର 2ତାରିଖ ପର୍ଯ୍ୟନ୍ତ ପାଳନ କରା ଯାଉଥିବା ସେବାପକ୍ଷରେ ଏବଂ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଅବସରରେ ଉତ୍କୃଷ୍ଟ ସେଵା ମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ୧୨ଘଟିକା ସମୟରେ ନିମନ୍ତ୍ରିତ ଅତିଥି ମାନଙ୍କ ଉପସ୍ଥିତିରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ଶ୍ରୀମତୀ ଶୁଭଲକ୍ଷ୍ମୀ ସ୍ୱାଇଁଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଅଲିମ୍ପିକ ଆସୋସିଏସନର ସଭାପତି ତଥା ରାଜ୍ୟ ବିଜେପିର ପ୍ରାକ୍ତନ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ମୁଖ୍ୟ ଅତିଥି, ମାନ୍ୟବର ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନସାମନ୍ତରା ମୁଖ୍ୟ ବକ୍ତା, ଏବଂ ସାନମାନିତ ଅତିଥି ରୂପେ ଅନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଔପନ୍ୟାସିକ ତଥା ରାଜନୈତିଜ୍ଞ ଶ୍ରୀଯୁକ୍ତ କାଳିନ୍ଦୀ ସାମଲ, ବିଜେପି ସଂକଳ୍ପପତ୍ର କମିଟି ସଭ୍ୟ ଶ୍ରୀଯୁକ୍ତ ଅଜିତ ଦାସ, ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ବିଜୟ ସ୍ୱାଇଁ, ଜିଲ୍ଲା ଚିକତ୍ସା ଅଧିକାରୀ ଡାକ୍ତର ବିଶ୍ୱମ୍ବର ବେହେରା, ଭେଷଜ ନିରୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ସେଠି, ଜିପିସିଡ଼ିଏ ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ୱ ଫାର୍ମାସିଷ୍ଟ ଦିବସରେ ଏ ବର୍ଷର ଶୀର୍ଷକ ‘ଥୀଙ୍କ ହେଲଥ, ଥୀଙ୍କ ଫାର୍ମାସିଷ୍ଟ’ ଉପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ ପୂର୍ବକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଗୁରୁତ୍ୱପୁର୍ଣ ଭୂମିକା ବିଷୟରେ ସୂଚାଇ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସଂଘର ୱେବ ସାଇଟ “ଓପ୍ସା ଡଟ କୋ ଡଟ ଇନ” ଉନ୍ମୋଚନ କରାଯାଇଥିଲା।ରାଜ୍ୟ ସାରା ସମସ୍ତ ଚିକିତ୍ସାଳୟରେ ଏହି ଦିବସ ବିଭିନ୍ନ ସେବାମୂଳକ କାଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ସଂଘ କାର୍ଯ୍ୟକର୍ତ୍ତା, ରାଜ୍ୟ କାର୍ଯକର୍ତ୍ତା ମାନଙ୍କ ସହିତ ଫାର୍ମାସି କ୍ଷେତ୍ରର ବିଭିନ୍ନ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଶ୍ରୀ ସୁଧାକର ପାଣିଗ୍ରାହୀ, ସମ୍ପାଦକ ଶ୍ରୀ ତ୍ରିନାଥ ବେହେରା, ପ୍ରାକ୍ତନ ସଭାପତି ନବୀନ ମହାପାତ୍ର, ଅଶୋକ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରି ଏହି କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିଥିଲେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କ୍ଷିତୀଶ ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଥିଲେ।
