ରାଜ୍ୟସ୍ତରୀୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ
ରାଜ୍ୟସ୍ତରୀୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ
ବଡ଼ଚଣା :ଓଡ଼ିଶା ପୋଲିସଙ୍କ ଦ୍ଵାରା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ କେନ୍ଦ୍ର ବୈରୀ,ସୋଲର ଠାରେ ଆଜି ୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇପିଏସ ନିର୍ଦ୍ଦେଶକ, ଗୁପ୍ତଚର ବିଭାଗ, ଶ୍ରୀ ଆର୍. ପି. କୋଚେ ଯୋଗ ଦେଇଥିଲେ।ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ମୋଟ ୧୬ ଟି ଦଳର ମୋଟ ୧୬୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ଉଦ୍ଦେଶ୍ୟ ପୋଲିସ ବଳର ଶୁଟିଂ କୌଶଳକୁ ଉନ୍ନତ କରିବା ସହିତ ସେମାନଙ୍କର ପ୍ରଶିକ୍ଷଣ ଓ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା। ଏଥିରେ ରାଇଫଲ୍ ଓ ପିସ୍ତଲ ଶ୍ରେଣୀରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବାକୁ ଥିବା ସୂଚନା ମିଳିଛି। ଏହି ପ୍ରତିଯୋଗିତା ଆସନ୍ତା ୪ ଦିନ ଧରି ଚାଲିବ ବୋଲି ପୋଲିସ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ସୂଚନା ମିଳିଛି।ଶ୍ରୀ କୋଚେଙ୍କ କହିବା ଅନୁସାରେ, ଏହି ଚ୍ୟାମ୍ପିୟନଶିପ୍ ମାଧ୍ୟମରେ ପୋଲିସ ବଳର ଦକ୍ଷତା ଓ ପେଶାଦାରିତ୍ୱର ପ୍ରଦର୍ଶନ ହେବ।ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି। ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ଆୟୋଜନୀୟ ବ୍ୟବସ୍ଥା ସୁଚାରୁ ଭାବେ କରାଯାଇଛି।ପୁଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ବୈରୀର ମୁଖ୍ୟ ଅଧିକାରୀ ଅଶୋକ କୁମାର ଦେହୁରୀ ସ୍ୱାଗତ ଭାଷଣ ଦେବା ସହିତ ପ୍ରତିଯୋଗିତା ଉପରେ ସୂଚନା ଦେଇଥିଲେ l ଶେଷରେ ପ୍ରଶିକ୍ଷଣ ଶିବିରର ଡ଼ିଏସପି ସନାତନ ସାହୁ ପୁଲିସ ଅଧିକାରୀ,ପ୍ରତିଯୋଗି ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
