ନିମାପଡ଼ା ବଳଙ୍ଗା ଘଟଣାକୁ ନେଇ ତେଜୁଛି ରାଜ୍ୟ ରାଜନୀତି
ଗତକାଲି ବଳଙ୍ଗା ନିକଟ ବାୟବର୍ ଗ୍ରାମର ନାବାଳିକା ଝିଅକୁ ଦୁର୍ବୃତ୍ତ ମାନେ ଦେହରେ ନିଆଁ ଲଗେଇ ମାରିବା ଦେବା ଘଟଣା ରେ ଆଜି ରାଜ୍ୟ ରାଜନୀତି ତେଜିଛି। ସକାଳୁ ପ୍ରଥମେ ବଳଙ୍ଗା ଥାନାରେ କଂଗ୍ରେସ ଦଳର ରାଜ୍ୟ ନେତୃବୃନ୍ଦ ପହଞ୍ଚି ତଦନ୍ତର ଅଗ୍ରଗତି ନେଇ ପୋଲିସ ସହିତ ଆଲଚନା କରୁଥିବା ବେଳେ ଏପର୍ଯ୍ୟନ୍ତ ଦୋଷୀ କୁ ଚିହ୍ନଟ ହୋଇନଥିବାରୁ ରାଜ୍ୟ ସରକାରଙ୍କ ସହିତ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି। ସେହିପରି ବିଜୁ ଜନତା ଦଳ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଆଜି ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ଵରେ ୨ହଜାରରୁ ଉର୍ଦ୍ଧ ବିଜେଡି କର୍ମୀଙ୍କୁ ନେଇ ବଳଙ୍ଗା ବଜାର ଦେଈ ବଳଙ୍ଗା ଥାନା ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ। ଦାବି ଥିଲା ପୀଡ଼ିତା ଙ୍କୁ ନାୟ ଦେବା ସହିତ ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା। ଯଦି ନ୍ୟାୟ ନମିଳେ ଆଗାମୀ ଦିନରେ ବିଜୁଜନତା ଦଳ ରାଜ ରସ୍ଥାକୁ ଓଲାହିବା ସହିତ ପ୍ରତ୍ୟେକ ଜିଲ୍ଲାପାଳ ଓ ଏସ ପି ଅଫିସ ଘେରାଉ କରିବେ । ଏହି ବିକ୍ଷବ ସଭାରେ ନାରୀ ନେତ୍ରୀ ଲେଖାଶ୍ରି ସାମନ୍ତସିଂହାର, ଟୁକୁନି ସାହୁ, ରୁଦ୍ର ମହାରଥୀ, ତୁଷାରକାନ୍ତି ବେହେରା, ପ୍ରଦୀପ ମାଝୀ ଙ୍କ ସମେତ ଅନେକ ବରିଷ୍ଟ ନେତୃତ୍ଵ ସାମିଲ ହେଇଥିଲ।ଏହି ସବୁ ଘଟଣା କୁ ନେଇ ରାଜ୍ୟ ରାଜନୀତି ତେଜୁଥିବ ବେଳେ ଘଟଣା ସ୍ଥଳରେ ରାଜ୍ୟ ସାଇଣ୍ଟଫିକ ର ୧୦ଜଣିଆ ଟିମ୍ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ରୁ ଅଧିକ ଧରି ତନ ତନ କରି ଛାନ୍ ଭିନ ଆରମ୍ଭ କରିଥିଲେ। ସେଠାରୁ ସେମାନଙ୍କୁ ଅନେକ କିଛି ସୁରାଗ ମିଳିଥିବା ସୂଚନା ମିଳିଛି। ପରେ ଘଟଣା ସ୍ଥଳରେ ପୋଲିସ ମହାନିର୍ଦେଶକ ୱାଇ. ବି. ଖୁରାନିଆ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ସାଈଣ୍ଟିଫିକ ଟିମ ତନ ତନ କରି ତଦନ୍ତ ଜାରୀ ରଖିଥିବା ବେଳେ ନାବାଳିକାକୁ ଉଧାର କରିଥିବା ଦୁଃଖୀଶ୍ୟାମଙ୍କୁ ପଚରା ଉଚରା କରିବା ସହ ତାଙ୍କ ଘର ଘରର ଚତ୍ରୁ ପାର୍ଶ୍ଵକୁ ବୁଲି ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ଯଥାଶୀଘ୍ର ତଦନ୍ତ ପ୍ରକ୍ରିୟା କୁ ସମ୍ପୂର୍ଣ କରାଯିବ। ତଦନ୍ତ ତା ବାଟରେ ଚାଲିଛି। ଯଥା ଶୀଘ୍ର ଦୋଷୀ କୁ ଦଣ୍ଡ ଦିଆଯିବ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦେଶକ ୱାଇ. ବି. ଖୁରାନିଆ ଏବଂ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ ।ଦୋଷୀକୁ ତୁରନ୍ତ ଦଣ୍ଡ ଦିଆଯିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଦାବୀ କରିଥିବା ବେଳେ ଏହି ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି।
