ପ୍ରଧାନଶିକ୍ଷକ ଦୈତାରୀ ଦିଗାଲ ପାଇଲେ ଜିଲ୍ଲାସ୍ତରୀୟ ପ୍ରକୃତିବନ୍ଧୁ ସମ୍ମାନ
ପ୍ରଧାନଶିକ୍ଷକ ଦୈତାରୀ ଦିଗାଲ ପାଇଲେ ଜିଲ୍ଲାସ୍ତରୀୟ ପ୍ରକୃତିବନ୍ଧୁ ସମ୍ମାନ।
ଚକାପାଦ :୧୪/୦୭ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ କନ୍ଧମାଳ ଜିଲ୍ଲାରୁ ମଙ୍ଗଳ ବିଭାଗରୁ କେବଳ ଜଣେ ମାତ୍ର ପ୍ରକୃତିବନ୍ଧୁ ଭାବରେ ସମ୍ମାନିତ ହୋଇଛନ୍ତି । ଉଦୟଗିରି ବ୍ଲକରୁ ଆଶ୍ରମ ସେବାଶ୍ରମ ବିଦ୍ୟାଳୟ ମାନଙ୍କ ମଧ୍ୟରୁ ସରକାରୀ ସେବାଶ୍ରମ ଡଡ଼ାପଡ଼ାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦୈତାରୀ ଦିଗାଲ ଏହି ପୁରସ୍କାର ପାଇଛନ୍ତି । ସେ ଜଣେ ପେଶାରେ ଶିକ୍ଷକ ହୋଇ ଥିଲେ ମଧ୍ୟ ନିଶା ହେଉଛି ପରିବେଶ ସୁରକ୍ଷା ଜିଲ୍ଲାସ୍ତରୀୟ ବନମହୋତ୍ସବ ଓ ପରିବେଶ ଉତ୍ସବ ଫୁଲବାଣୀଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ସହିତ ସମସ୍ତ ବନାଞ୍ଚଳର ବନପାଳ ଉପସ୍ଥିତ ଥିଲେ। ଶ୍ରୀ ଦିଗାଲଙ୍କୁ ମାନପତ୍ର ସହିତ ଦଶହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କଥାପାଳି ଦିଗାଲଙ୍କୁ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏସିଫ୍ କାଜଲ ନାୟକ, ସ୍ଵେତାଲିନା ସାହୁ, ବାଲିଗୁଡ଼ା ଏସିଫ ମନୋରଞ୍ଜନ ବାଗ ଏବଂ ଜି ଉଦୟ ଗିରି ପ୍ରଶିକ୍ଷଣ ବିଦ୍ୟାଳୟର ବନଖଣ୍ଡ ଅଧିକାରି ଶ୍ରୀଯୁକ୍ତ ଦିବାକାର ବେହେରା , ରାଇକିଆ ବନାଞ୍ଚଳ ଅଧିକାରୀ ଯୁଧିଷ୍ଠିର ବେହେରା ସହିତ ଜିଲ୍ଲାର ସମସ୍ତ ବନରକ୍ଷୀ ଉପସ୍ଥିତ ଥିଲେ । ଜି. ଉଦୟଗିରି ବନଖଣ୍ଡ ଅଧିନରେ ଥିବା କର୍ମଚାରୀ ,ପ୍ରକୃତିବନ୍ଧୁ ସମ୍ମାନ ପାଇଥିବା ଶିକ୍ଷକ ଶ୍ରୀଯୁକ୍ତ ଦୈତାରୀ ଦିଗାଲଙ୍କୁ ବନପାଳ ପ୍ରଶାନ୍ତ ସାହୁ, ବନପାଳ ଶ୍ରୀମତି ରଶ୍ନିତା ବକ୍ସି, ମନୋଜ କୁମାର ଝା ବନରକ୍ଷୀ ମନୋଜ ମହାପାତ୍ର, ପ୍ରତାପ କୁମାର ବେହେରା , ପାର୍ବତି ମାଝୀ, ବିଭୁରଞ୍ଜନ ସାମନ୍ତରାୟ,ନିଲେନ୍ଦି ନାୟକ, କସ୍ତୁରି କହର, ଝୁମୁରି କହର, ସଜ୍ଞୟମହାନ୍ତି ସହିତ ନିତ୍ୟାନନ୍ଦ ବେହେରା । ପ୍ରମୁଖ ଦିଗାଲଙ୍କୁ ମସମ୍ମାନିତ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ମିଶ୍ର ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ଦିଗାଲ ପ୍ରଶଂସା କରିଥିଲେ । ସମସ୍ତ ମଙ୍ଗଳ ବିଭାଗ ଶିକ୍ଷକ ଓ ଶିକ୍ଷୟତ୍ରୀ , ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ଜିଲ୍ଲା ରେ ସମସ୍ତ ବୃଦ୍ଧିଜୀବୀ ତାଙ୍କୁ ପ୍ରଂଶସା ସୁଅ ଛୁଟିବାରେ ଲାଗିଛି l
