ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫- ୨୬ ଉଦଯାପିତ
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫- ୨୬ ଉଦଯାପିତ
……………………………………………
ଜଗତସିଂହପୁର ତା ୧୦. ୧୨ : ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫-୨୬, ବlଲବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରକଳ୍ପ, ପ୍ରତିଯୋଗିତା ଓ ପରିବେଶ ପାଇଁ ପୋଷଣୀୟ ଜୀବନଶୈଳୀ ଏବଂ ଜଣାଅଜଣା ପ୍ରତିଯୋଗିତା-୨୦୨୫-୨୬ ସ୍ଥାନୀୟ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ମଧୁସୂଦନପୁର ଶାସନ ପରିସରରେ ଉଦଯାପିତ ହୋଇଯାଇଛି l ପୂର୍ବାହ୍ନରେ ବିଜ୍ଞାନ ପ୍ରସାରମଞ୍ଚ, ବାଲିକୁଦା ଆନୁକୂଲ୍ୟରେ ଖୋଲାମାଞ୍ଚ ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଓ ଶିକ୍ଷକ ରମେଶ ଚନ୍ଦ୍ର ପାଢ଼ୀ ପରିଚାଳନା କରିଥିଲେ l ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଅପରାହ୍ନରେ ଜିଲ୍ଲା ଶିକ୍ଷାଅଧିକାରୀ କେଶବ ମେହେରଙ୍କ ଅଧକ୍ଷତlରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣ ସଭାରେ ଜିଲ୍ଲାବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ସେବାନିବୃତ୍ତ ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ ମୁଖ୍ୟ ବକ୍ତା, ଓ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଡ଼ ସୁଶାନ୍ତ ମହାନ୍ତି,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜୟନ୍ତ ରାୟ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ କୃତୀ ଶିଶୁବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିଥିଲେ l ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ସହିତ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ବିଜ୍ଞାନ ସଂଯୋଜନା ମଣ୍ଡଳୀର ସଭ୍ୟ ଅମୂଲ୍ୟ କୁମାର ମିଶ୍ର ତଥା ସଭ୍ୟା ମନୀଷା ମିଶ୍ର l ପ୍ରଧାନ ଶିକ୍ଷୟତ୍ରୀ ଅନସୂୟା ମଲ୍ଲିକ ସମସ୍ତଙ୍କୁ ଧନ୍ୟଵାଦ ଦେଇଥିଲେ l
ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରକଳ୍ପରେ ବରିଷ୍ଠ ବିଭାଗରେଶିଶୁ ବୈଜ୍ଞାନିକ ଅଂଶୁମାନ ସାହୁ, ଆଦ୍ୟାଶା ପ୍ରିୟଦର୍ଶିନୀ, ଶର୍ମିଷ୍ଠା ରଥ, ଓ କନିଷ୍ଠ ବିଭାଗରେ ଅର୍ପିତା ଖଟୁଆ, ସ୍ରିଷ୍ଟିଆ ମହାନ୍ତି ଓ ପି. ଏସ. ଶ୍ରଆଲିଙ୍କ ପ୍ରକଳ୍ପକୁ ପୁରସ୍କାର ମିଳିଥିଲା l ପରିବେଶ ପାଇଁ ପୋଷଣୀୟ ଜୀବନଶୈଳୀ ପ୍ରକଳ୍ପରେ ରାଜସ୍ମିତା ପଲେଇ, ସ୍ଵପ୍ନେଶ୍ଵର ରାଉତ, ଏସ. କେ. ଜାମାଉଦ୍ଦିନ ଓ ବାଲବୈଜ୍ଞାନିକ ପ୍ରଦର୍ଶନୀରେ ଶୁଭଙ୍କର ଦାସ, ରାଜନନ୍ଦିନୀ ଦାସ, ସାଇଶୋଭନ ପତି, ଅଶ୍ରିତା ଶୁଭଦୀପ୍ତା ନାୟକ, ରାଜଲଷ୍ମୀ ରଥ, ରୁଦ୍ରନାରାୟଣ ଦାସ ଏବଂ ଅଂଶୁମାନ ଖଟୁଆଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିବାରୁ ପୁରସ୍କୃତ ପ୍ରଦାନ କରାଯାଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସୂଚନା ଦିଆଯାଇଥିଲା l
ପଦରାଜ ଉମାକାନ୍ତ ନାୟକ, ଶିବ କୁମାର ବିଶ୍ୱାଳ ସୌଭାଗ୍ୟ ପ୍ରସାଦ ମିଶ୍ର,ସସ୍ମିତା ଶତପଥି, ପ୍ରଳୟ ରଞ୍ଜନ ଭୂୟାଁ, ଦେବାଶିଷ ନାୟକ, ସୁଦର୍ଶନ ସାହୁ, ଅଶୋକ ମାଦେଳି, କ୍ଷନପ୍ରଭା ସାହୁ, ବିଶ୍ୱଜିତ ମହାନ୍ତି, ଅସ୍ମିତା ପରିଜା, ଶୁଭଶ୍ରୀ ମଲ୍ଲିକ, ବିଷ୍ନୁପ୍ରିୟା ପାଢ଼ୀ, କୀର୍ତ୍ତିବାଳା ରାଉତରାୟ, ପ୍ରିୟଙ୍କlବେହେରା ତ୍ରୈଲୋକ୍ୟନାଥ ବିଶ୍ୱାଳ, ତ୍ରିନାଥ ରାଉତ , ପ୍ରଗତି ପ୍ରିୟମ୍ବଦା ଜେନା, ଶିଶିର କୁମାର ତ୍ରିପାଠୀ,ଏସ, ଡି ପ୍ଲାବନ କୁମାର, ସୁମିତ୍ରା ମଲ୍ଲିକ, ନରେନ୍ଦ୍ର କୁମାର ବେହେରା ପ୍ରଭୂତି ବିଜ୍ଞାନ ପ୍ରଦର୍ଶନୀ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l
