ଅଙ୍ଗିକାରବଦ୍ଧତାର ମୂର୍ତ୍ତିମନ୍ତ ପ୍ରତୀକ ଜିଲ୍ଲା ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର, ତା. ୧୯/୦୭ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ସୁନାମଧନ୍ୟ ସମାଜସେବୀ ତଥା ରଶ୍ମି ଏଣ୍ଟରପ୍ରାଇଜର୍ସ ପ୍ରୋପ୍ରାଇଟର କେ. ରାଜ କୁମାର ସେନାପତି ବିଧିବତ୍ ଉଦ୍ଘାଟନ କରିଥିଲେ। ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ବରିଷ୍ଠ ଶିକ୍ଷାବିତ୍ ତଥା ଅଭିନେତା ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ରହି ସଂଘ କିଭଳି ଅଙ୍ଗିକାରବଦ୍ଧତାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଦଣ୍ଡାୟମାନ ତତ୍ ସମ୍ପର୍କରେ ସବିଶେଷ ଆଲୋକପାତ କରିଥିଲେ। ଏହି ଅବସରରେ ସର୍ବଶ୍ରୀ ହରିଶ୍ଚନ୍ଦ୍ର ବରଡ଼, ଅଭିରାମ ରାଉଳ, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ନାଥ ଶର୍ମା, ପାଣ୍ଡବ ପ୍ରଧାନ, ମୃତ୍ୟୁଞ୍ଜୟ ତ୍ରିପାଠୀ, ସୁଦାମ ପଟ୍ଟନାୟକ, ସନ୍ତୋଷ କୁମାର ସ୍ୱାଇଁ, ଛବିରାଣୀ ମହାନ୍ତି ପ୍ରମୁଖ ସାଙ୍ଗଠନିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସଂଘର ଷଷ୍ଠ ବାର୍ଷିକୋତ୍ସବ, କଳାକାର ଶୋଭାଯାତ୍ରା ଏବଂ ରାଜ୍ୟସ୍ତରୀୟ ଦାସକାଠିଆ କଳାକାର ସମାବେଶ ଓ ଆଲୋଚନା କ୍ଷେତ୍ରରେ ସଫଳତା ଆନୟନ କ୍ଷେତ୍ରରେ ନିଷ୍ଠାପର ଭାବେ ସହଯୋଗ କରିଥିବା ବ୍ଲକ ପ୍ରତିନିଧି ମାନଙ୍କୁ ସ୍ମାରକୀ ଫଳକ ଓ ଉପାୟନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ବିଜୟ ପଲେଇ, ଚିତ୍ତ ରଞ୍ଜନ ଦଳାଇ, ପ୍ରଦୀପ କୁମାର ସାହୁ, ଚନ୍ଦ୍ରଭାନୁ ନାୟକ, ସନିଆ ବେହେରା, ନରସିହ୍ମା ପାତ୍ର,ଅଳୟ ଜେନା ପ୍ରମୁଖ ସହଯୋଗ କରିଥିଲେ। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସହ ସମ୍ପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *