କୁଣ୍ଢେଇ ହାଟରୁ ଚୋରା ମଦ ବେପାରୀ
କୁଣ୍ଢେଇ ହାଟରୁ ଚୋରା ମଦ ବେପାରୀ ଗିରଫ, ୩୯ ବୋତଲ ମଦ ଜବତକାକଟପୁର- କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ହାଟରେ ଚୋରା ମଦ କାରବାର ହେଉଥିବା ନେଇ ଦୈନିକ ତୀର୍ଥକ୍ଷେତ୍ର ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇବା ପରେ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ଜଣେ ଚୋରା ମଦ ବେପାରିକୁ ଗିରଫ କରିଛନ୍ତି। ତାଙ୍କ ଠାରୁ ୧୫ ବୋତଲ ବିଦେଶୀ ମଦ ଓ ୨୪ ବୋତଲ ଆସ୍କା ଫର୍ଟୀ ମୋଟ ୩୯ ବୋତଲ ମଦ ଜବତ କରାଯାଇଛି। ଏନେଇ କାକଟପୁର ପୋଲିସ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ୩୪୬/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଜଳେଶ୍ଵରପଡ଼ା ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଦିଲୀପ ନାଥ ବୋଲି ସୁଚନା ମିଳିଛି।
