ବେଳାଭୂମି ,ବଡ଼ଦାଣ୍ଡକୁ ସଫା ରଖିବାକୁ ଜାପାନ ପଯ୍ୟଟକଙ୍କ ନିଆରା ଉଦ୍ୟମ

ମହାପ୍ରଭୁ ସବୁ ଦେଖୁଛନ୍ତି ,ତଳେ ଅଳିଆ ପକାନ୍ତୁ ନାହିଁ ପୁରୀ,୨।୩:ଶ୍ରୀକ୍ଷେତ୍ର ଏକଧାର୍ମିକସ୍ଥଳ । ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅବସ୍ଥାନ କରି ଛନ୍ତି। ଏଠାକାର ମାଟି, ପବନ ଓ ପାଣି ପବିତ୍ର ।ଏହି ମାଟିକୁ ଅଳିଆ ସ୍ପର୍ଷ କରିବାକୁ ଦେବା ନାହଁ । ସେଥିଲାଗି ପର୍ଯ୍ୟଟନ ସହର ପୁରୀର ସ୍ବର୍ଣାଭ ବେଳାଭୂମି ,ବଡ଼ଦାଣ୍ଡ ଓ ରାସ୍ତାରୁ ଅଳିଆ ସଫା କରୁଛନ୍ତି ଜାପାନୀ ପର୍ଯ୍ୟଟକ ଆକିଏ ଦୋଇ। ବେଳାଭୂମି ସହିତ ସହର ସାରା ବୁଲି ଯେଉଁଠି ପଡିଛି ଆବର୍ଜନା ଦେଖିଲେ ତାକୁ ଏକ ବ୍ୟାଗରେ ଆଣି ଡଷ୍ଟବିନ୍‌ରେ ପକାଉଛନ୍ତି। ପୁରୀରେ ଦୀର୍ଘ ୬ ମାସ ଏହିଭଳି ମହତ କାର୍ଯ୍ୟରେ ଲାଗିଛନ୍ତି ଆକିଏ । ତତ୍ ସହିତ ଅଳିଆ ପଡ଼ିଥିବା ଜାଗା ରେ ଏକ କପଡ଼ାରେ ମହାପ୍ରଭୁଙ୍କ ଚିତ୍ର ଅଙ୍କନ କରି କହୁଛନ୍ତି ଜଗନ୍ନାଥ ସବୁ ଦେଖୁଛନ୍ତି ଏଣେ ତେଣେ ଅଳିଆ ପକାନ୍ତୁ ନାହିଁ । ନିକଟରେ ଥିବା ଡ଼ଷ୍ଟବିନ ବ୍ୟବହାର କରିବାକୁ ଅନୁରୋଧ କରୁଛ ନ୍ତି।

ତାଙ୍କର ଏଭଳି ପ୍ରୟାସକୁ ପୁରୀବାସୀ, ପର୍ଯ୍ୟ ଟକ ଓ ବ୍ୟବସାୟୀଙ୍କ ମହଲରେ ଶୁଭେଚ୍ଛାର ସୁ ଅ ଛୁଟିଛି। ଏସମ୍ପର୍କରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡ ସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ଆକିଏ ଦୋଇ ୬ ମାସ ହେଲା ପ୍ରତ୍ୟେକ ଦିନ ସକାଳେ କାନ୍ଧରେ ଏକ ବ୍ୟାଗ୍ ପକାଇବା ହାରକୁ ବାହାରି ପଡିଥାନ୍ତି । ବେଳାଭୂମିଠୁ ଆରମ୍ଭ କରି ରାସ୍ତାଘାଟ ଭ୍ରମଣ କରୁଥିବା ବେଳେ ଯେ ଉଁଠି ଆବର୍ଜନା ଦେଖିଲେ ତାକୁ ଉଠାଇ ନେଇ ଡଷ୍ଟବିନ୍‌ରେ ପକାଇଥାନ୍ତି। ସେହିପରି ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ମହାପ୍ରଭୁଙ୍କ ଚିତ୍ର ଦେଖାଇ ସମସ୍ତଙ୍କୁ ସଚେତନ କରୁଛନ୍ତି।

Leave a Reply

Your email address will not be published. Required fields are marked *