କଳିଙ୍ଗନଗରରେ ସ୍ଥାୟୀ ଜଳ ସମ୍ପଦ ନେଇ ପଦକ୍ଷେପ

କଳିଙ୍ଗନଗରରେ ସ୍ଥାୟୀ ଜଳ ସମ୍ପଦ ନେଇ ପଦକ୍ଷେପ l ୫ ବର୍ଷରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା ୨୪୩ଟି ନୂଆ ପୋଖରୀ ସୃଷ୍ଟି – ଦଗଗଦି ଏବଂ ସୁକିନ୍ଦାର ୨୮ ଟି ଗ୍ରାମପଞ୍ଚାୟତର ଲୋକ ଉପକୃତକଳିଙ୍ଗନଗର, ଡିସେମ୍ବର ୨୦, ୨୦୨୫: ଜଳ ଆମର ଏକ ମୌଳିକ ଉତ୍ସ । ଅନେକ କାର୍ଯ୍ୟ ଏହା ଦ୍ୱାରା ପରିଚାଳିତ ହୁଏ ଓ ଏହାର ଅଭାବରେ ଅନେକ କାର୍ଯ୍ୟକଳାପ ବନ୍ଦ ହୋଇଯାଏ । ଲୋକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାରେ ଯେପରି ଜଳ ପାଇଁ କିଛି ସମସ୍ୟା ର ସମ୍ମୁଖିନ ନହେବେ ସେଥିପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସ୍ଏଫ୍) ନିରନ୍ତର ପ୍ରୟାସ ଜାରି ରଖିଛି । ସ୍ଥାୟୀ ଜଳ ସମ୍ପଦ ସୃଷ୍ଟିକୁ ଗୁରୁତ୍ୱ ଦେଇ ଟିଏସ୍ଏଫ୍ ଗତ ୫ ବର୍ଷରେ ୨୮ ଟି ଗ୍ରାମପଞ୍ଚାୟତ (ଦଗଗଦି-୧୦ ଏବଂ ସୁକିନ୍ଦା-୧୮)ରେ ୨୪୩ଟି ନୂଆ ପୋଖରୀ ସୃଷ୍ଟି କରିଛି । ଟିଏସ୍ଏଫ୍ ଏକ ବ୍ୟାପକ ଏବଂ ନିରନ୍ତର ପ୍ରୟାସ ମାଧ୍ୟମରେ ଦୀର୍ଘସ୍ଥାୟୀ ଜଳ ସମ୍ପଦ ସୃଷ୍ଟି ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହା ହଜାର ହଜାର ପରିବାର ପାଇଁ ଦୀର୍ଘମିଆଦି ଜଳ ସୁରକ୍ଷା ସୁନିଶ୍ଚିତ କରିବା ସହ କୃଷି କ୍ଷେତ୍ରରେ ଜଳସେଚନ ପାଇଁ ସହାୟକ, ଭୂତଳ ଜଳ ସ୍ତର ବୃଦ୍ଧି, ଏବଂ ବର୍ଷା ଜଳ ଅମଳରେ ସହାୟକ ହେଉଛି । ଟିଏସ୍ଏଫ୍ ସଫଳତାର ସହ ଦାନଗଦି ବ୍ଲକ୍‌ରେ ୧୩୯ଟି ଏବଂ ସୁକିନ୍ଦା ବ୍ଲକ୍‌ରେ ୧୦୪ଟି ପୋଖରୀ ନିର୍ମାଣ କରିଛି । ବର୍ଷାଜଳକୁ ଅଧିକରୁ ଅଧିକ ସଂଗ୍ରହ ଓ ସଂରକ୍ଷଣ କରିବା ପାଇଁ ଏହି ନୂତନ ପୋଖରୀଗୁଡ଼ିକୁ ଡିଜାଇନ୍ କରାଯାଇଛି । ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଜଳାଶୟ ଭାବେ କାର୍ଯ୍ୟ କରୁଛି, ଯାହା ସିଧାସଳଖ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହେଉଛି ଏବଂ ବିଶେଷକରି ବର୍ଷା ଦିନ ପରେ ମଧ୍ୟ ଫସଲ ବଞ୍ଚାଇବା ପାଇଁ ନିର୍ଭରଯୋଗ୍ୟ ଜଳସେଚନ ସୁବିଧା ଯୋଗାଇ ଦେଉଛି ।

କେବଳ ଚଳିତ ଆର୍ଥିକ ବର୍ଷରେ, ଟିଏସ୍ଏଫ୍ ୫୯ଟି ନୂତନ ପୋଖରୀର ନିର୍ମାଣ କାର୍ଯ୍ୟ ଶେଷ କରିସାରିଛି, ସେଥି ମଧ୍ୟରୁ ଦାନଗଦିରେ ୨୭ଟି ଏବଂ ସୁକିନ୍ଦାରେ ୩୨ଟି ପୋଖରୀ ରହିଛି । ଏହା ଦ୍ବାରା ଭୂପୃଷ୍ଠ ଜଳ ସ୍ତର ବୃଦ୍ଧି ପାଇବା ସହିତ ସ୍ଥାନୀୟ ଅଞ୍ଚଳର ଏକର ଏକର ଜମି କୁ ଜଳ ସେଚନ ସୁବିଧା ମଧ୍ୟ ହୋଇ ପାରୁଛି ।ପାଟପୁର ଗ୍ରାମର ଜଣେ କୃଷକ ସିଦ୍ଧେଶ୍ଵର ଜାମୁଡା ଙ୍କ କହିବ ମୁତାବକ ସେ ବର୍ଷକୁ ଥରେ ମାତ୍ର ଏବଂ କେବଳ ଧାନ ଚାଷ ହିଁ କରୁଥିଲେ । ଟିଏସ୍ଏଫ୍ ଦ୍ଵାରା ବିଭିନ୍ନ ପୋଖରୀ ନିର୍ମାଣ ହେବା ପରେ ଧାନ ଚାଷ ସମେତ ବିଭିନ୍ନ ଋତୁ ଅନୁଯାୟୀ ପନିପରିବା ଆଦି ଚାଷ କରି ଅଧିକ ଲାଭବାନ ହୋଇ ପାରିଛନ୍ତି । ଏଥି ସମେତ ଅନେକ ଲୋକ ମାଛ ଏବଂ ବତକ ଚାଷ କରିବା ସହ ପୋଖରୀ ହିଡରେ କିଛି କିଛି ପନିପାରିବା ସମେତ ଲେମ୍ବୁ, କଦଳୀ ଆଦି ଲଗାଇ ଉପକୃତ ହୋଇପାରୁଛନ୍ତି । ଫୁଲଜହର ଗ୍ରାମର ଅନ୍ୟ ଜଣେ କୃଷକ ନରେଶ ଶୁଦ୍ଧଙ୍କ କହିବା ଅନୁଯାଇ ପୂର୍ବରୁ ଜଳ ସେଚନରେ ସମସ୍ୟା ଦେଖା ଦେଉଥିଲା ତେଣୁ କେବଳ ଧାନ ଚାଷ କରି ଆମେ ୫-୧୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିଲୁ । ବର୍ତ୍ତମାନ ବିଭିନ୍ନ ଚାଷ କରି ବାର୍ଷିକ ହାରାହାରି ୭୦ହଜାର ରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛୁ ବୋଲି ମତପ୍ରକାଶ କରିଛନ୍ତି ।ଏହି ଅଞ୍ଚଳରେ ୨୪୩ଟି ଗୁରୁତ୍ୱପୂର୍ଣ୍ଣ ଭୂପୃଷ୍ଠ ଜଳ ଉତ୍ସ ସୃଷ୍ଟି କରି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସିଧାସଳଖ ସ୍ଥାନୀୟ ଚାଷୀଙ୍କୁ ସଶକ୍ତ କରୁଛି, ଘରୋଇ ବ୍ୟବହାର ପାଇଁ ଜଳର ଉପଲବ୍ଧତାକୁ ସୁନିଶ୍ଚିତ କରୁଛି ଏବଂ ଦାନଗଦି ଓ ସୁକିନ୍ଦା ଉଭୟ ବ୍ଲକ୍‌ରେ ଜଳାଭାବ ଜନିତ ପରିବେଶଗତ ବିପଦକୁ ହ୍ରାସ କରୁଛି । କଳିଙ୍ଗନଗର ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏକ ନିରନ୍ତର ଏବଂ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଟିଏସ୍ଏଫ୍‌ର ପ୍ରତିବଦ୍ଧତାର ଏହା ଏକ ଜ୍ୱଳନ୍ତ ଉଦାହରଣ ।

Leave a Reply

Your email address will not be published. Required fields are marked *