ଚନ୍ଦ୍ରଭାଗା ବେଳାଭୂମିରୁ ଚୋରି ଜେସିପି ଉଦ୍ଧାର
କୋଣାର୍କ- କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜେସିବି ଗୋପ ଥାନା ଅନ୍ତର୍ଗତ ତରଣା ଗ୍ରାମ ଠାରୁ କୋଣାର୍କ ଥାନା ପୋଲିସ ଉଦ୍ଧାର କରିଛି। ଚନ୍ଦ୍ରଭାଗା ସ୍ୟୈନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ଯବହୃତ ୪ଗୋଟି ଚେନ ଜେସିବି , ଗ୍ରେଡର,ରୋଲର ଓ ଗୋଟିଏ ଟାୟାର ଜେସିବି ଚୋରି ଗତକାଲି ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଥିଲା । ଚନ୍ଦ୍ରଭାଗାରେ ସ୍ୟୈନ୍ଦର୍ଯ୍ୟକରଣ କାର୍ଯ୍ୟରେ ମେଳାପଡ଼ିଆରେ ଅସ୍ତାୟୀ ଦୋକାନ ଗୃହ, ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ସୁରକ୍ଷା କର୍ମୀ ନିୟୋଜିତ ରହିଥିବାବେଳେ ରାତାରାତି ଚୋରି ହୋଇଥିବା ଘଟଣା କୋଣାର୍କ ଅଞ୍ଚଳରେ ଚର୍ଚ୍ଚା ଜୋରଦାର ହୋଇଥିଲା। ଏହି ଘଟଣାକୁ ଗୁରୁତ୍ବ ଆରୋପ କରି କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଏକ ଟିମ ଗଠନ କରିଥିଲା କୋଣାର୍କ ପୋଲିସ। କୋଣାର୍କ ଥାନା ଏସଆଇ ସଂଘମିତ୍ରା ଚାନ୍ଦ ଓ ଏଏସଆଇ ରାଜା କୁମାର ନାୟକ ନେତୃତ୍ବରେ ଏକ ପୋଲିସ ଟିମ ଗୋପ ଥାନା ଅନ୍ତର୍ଗତ ଅଲଣା ଗ୍ରାମ ନିକଟରେ ଚଢାଉ କରି ଅଲଣା ଗ୍ରାମ ନିକଟ ଏକ ବେଣା ବିଲରୁ ଚୋରି ହୋଇଥିବା ଜେସିବି ଜବତ କରାଯାଇଛି। କୋଣାର୍କ ପୋଲିସର ଏଭଳି ତ୍ବରିତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
