ବି.ଏସ୍‌.ଏନ୍‌.ଏଲ୍ ସେବା ଠପ୍‌

ଉଦଳା ନିର୍ବାଚନ ମଣ୍ଡଳୀ ତଥା (କପ୍ତିପଦା) ଉପଖଣ୍ଡରେ ବି.ଏସ୍‌.ଏନ୍‌.ଏଲ୍ ସେବା ଠପ୍‌ଡ଼ିଜିଏମ୍ ଅପୋରେସନ୍‌କୁ ଭେଟିଲେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ପନ୍ଦର(୧୫) ଦିନ ଭିତରେ ସେବାର ସୁଧାର ନ ଆସିଲେ ବିଏସ୍‌ଏନ୍‌ଏଲ ଅଫିସ ଘେରାଉ କରାଯିବାର ଚେତାବନି ଦେଲେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ।ଉଦଳା ତା-୨୫/୦୭ରିଖ କିଛିବର୍ଷ ହେଲା ବିଏସ୍‌ଏନଏଲ ସେବା ଉଦଳାରେ ବହୁତ ସମସ୍ୟା ଦେଖାଯାଉଅଛି । ନେଟ ଫ୍ୱାର୍କ ମାଧ୍ୟମର କାର୍ଯ୍ୟ ହେଉଥିବା ତଥା ଅନଲାଇନ ସେବାରେ ପ୍ରବଳ ପ୍ରବ୍ଳେମ ହେଉଥିବାର ଲକ୍ଷ୍ୟ କରାଯାଉଅଛି । ତତସହିତ ଦୀର୍ଘବର୍ଷ ଧରି ବିଏସ୍‌ଏନଏଲ କୁ ବିଶ୍ୱାସ କରୁଥିବା ଜନସାଧାରଣ ମଧ୍ୟ ବିପଦରେ ପଡିଯାଇଅଛନ୍ତି । ଲଗାତର କିଛିମାସ ହେବ ବିଏସ୍‌ଏନଏଲ ସେବା ଉଦଳାରେ ସଂପୂର୍ଣ୍ଣ ଠପ୍ ହୋଇଥିବାରୁ ସାଧାରଣ ଜନତା ବିଏସେନାଲ ସେବା ଉପରେ ବିଶ୍ୱାସ ରଖି ବର୍ଷ ବର୍ଷଧରି ବିଏସନାଲ ଉପରେ ଯୋଡି ରହିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଭାରତ ସଂଚାର ନିଗମ ଭଳି ଗୋଟିଏ ବିଶ୍ୱସ୍ତରୀୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଆଜି କେନ୍ଦ୍ରସରକାର ଅବହେଳାରେ ଶିକାର ହୋଇ ଉଦଳା ବାସିଙ୍କର ଦୁଃଖ ପାଲଟିଯାଇଛି । ସାଧାରଣ ଲୋକଙ୍କର ଆବେଗକୁ ଆଖି ଆଗରେ ରଖି ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ଆଜି ବାରିପଦା ସ୍ଥିତ ଟେଲିକମ୍ ଭବନଠାରେ ଥିବା ଡିଜିଏମ୍ ଅପୋରେସନ୍ ମନୋରଂଜନ ସିଂଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ତୁରନ୍ତ ବିଏସେନାଲ ସେବାର ସୁଧାର ଆଣିବା ପାଇଁ ଦାବି କରିବା ସହ ଆସନ୍ତା ପନ୍ଦର(୧୫)ଦିନ ଭିତରେ ସେବାର ସୁଧାର ନ ଆଣିଲେ ବିଏସ୍‌ଏନଏଲ ଅଫିସ୍ ଘେରାଉ କରାଯିବ ବୋଲି ଶ୍ରୀ ସୋରେନ୍ ଚେତାବନୀ ଦେଇଥିଲେ ଉକ୍ତ ସାକ୍ଷାତ ଆଲୋଚନାରେ ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ତଥା ପୂର୍ବତନ କୃଷିଶିଳ୍ପ ନିଗମର ଅଧକ୍ଷ ଦେବାଶିଷ ମହାନ୍ତି, ଜିଲ୍ଲା ବିଜେଡିର ପୂର୍ବତନ କାର୍ଯ୍ୟାକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ବରିଷ୍ଠ କର୍ମୀ ଶଶଧର ସ୍ୱାଇଁ ଏବଂ ଯୁବଛାତ୍ର ନେତା ଆଶିଷ କୁମାର ଦାସ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଉଦଳାରେ ତୁରନ୍ତ ବିଏସ୍‌ଏନଏଲ ସେବାର ସୁଧାର ଆଣିବା ନିମନ୍ତେ ଦୃଢ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *