ମୌଳିକ ଅଧିକାରରୁ ବଞ୍ଛିତ ଥିବା ଦୁଇ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତ ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଅବସ୍ଥିତ ଲମ୍ବେରି ଗ୍ରାମ ଏବଂ ଗୁମ୍ରାପୁଟ ଗ୍ରାମ।ଦେଶ ସ୍ଵାଧୀନତା ପୂର୍ବରୁ ଅବସ୍ଥିତ ଦୁଇଟି ଗ୍ରାମର ସ୍ବାଧୀନତାର ୭୭ ବର୍ଷ ପରେ ବି ମୌଳିକ ଅଧିକାର ସ୍ଵାଦ ବାରି ପାରି ନାହାନ୍ତି।ଭାରତ ସମଗ୍ର ପୃଥିବୀରେ ବିଶ୍ଵଗୁରୁ ଭାବେ ପରିଚିତ ଥିବା ବେଳେ ଗାଁରେ ସାମାନ୍ୟ ପିଇବା ପାଣି,ବା ଅଙ୍ଗନୱାଡ଼ି ଗମନା ଗମନ ବିଦ୍ୟୁତ୍ ଭଳି ସମସ୍ୟା ସରକାରୀ କଳର ଦାଇତ୍ୱ ହୀନତା ନା ବିଚରା ନିରୀହ ଗ୍ରାମବାସୀଙ୍କ ଭାଗ୍ୟର ବିଡମ୍ବନା ତାହା ପ୍ରଶ୍ନ ବାଚୀ।ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ହୋଇଛନ୍ତି କିନ୍ତୁ ଯାଉ ନାହାନ୍ତି,ରାସ୍ତା କଥା ନ କହିଲେ ଭଲ।ଦୀର୍ଘ ବର୍ଷ ଧରି ଲୋକ ବଣ ମଣିଷ ଭଳି ଜୀବନ ବଞ୍ଚି ଆସୁଥିଲେ।ଲୋକେ ଭାବିଥିଲେ ସରକାର ବଦଳିଲେ ଲୋକଙ୍କ ଭାଗ୍ୟ ବଦଳିଯିବ ହେଲେ ଲୋକଙ୍କ ସମସ୍ୟା ଅକଥନୀୟ।ଗ୍ରାମବାସୀ ମାନେ ଏଥି ପୂର୍ବରୁ ବାରମ୍ବାର ବ୍ଲକ ପ୍ରଶାସନ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଥିଲେ ମଧ୍ୟ ଶାସନ କଳ ତରଫରୁ କୌଣସି ଆଶ୍ଵସନା ବଦଳରେ ନିରବତା ଲୋକଙ୍କୁ ବ୍ୟଥିତ କରିଛି।ପ୍ରତି ପାଞ୍ଚ ବର୍ଷରେ ଥରେ ରାଜନୈତିକ ଦଳୀୟ କର୍ମୀ ହେଉକି ଶାସନ କଳ ଭୋଟ ଦେଇ ସରକାର ଗଠନ ପାଇଁ ଆସି ଆମକୁ ଭଣ୍ଡାଇ ଚାଲିଛନ୍ତି।ପ୍ରଶାସନ ଅଧିକାରୀ ଦୁଇଟି ଗାଁରେ ପାଦ ଦେବା ସାତ ସ୍ଵପ୍ନ ।ଦୁର୍ଭାଗ୍ୟବଶତଃ ଗତ ବର୍ଷ ଗୋଟିଏ ମାତ୍ର ନଳକୂପ ଜଳ ପାନ କରି ଲୋକେ ଡାଇରିଆ ଭଳି ମାରାତ୍ମକ ରୋଗରେ ସଂକ୍ରମିତ ହୋଇ ଗାଁର ଚାରି ଜଣ ପ୍ରାଣ ହରାଇଥିଲେ।ସେହି ସମୟରେ ଅର୍ଥାତ୍ ବର୍ଷେ ପୂର୍ବରୁ ଜନ ପ୍ରତିନିଧି ,ଶାସନ କଳ ଗାଁ କୁ ଯାଇ ମାଳ ମାଳ ପ୍ରତିଶ୍ରୁତି ସାଙ୍ଗକୁ ପୁଳାଏ ଫଟୋ ନେଇ ଗାଁ ଲୋକଙ୍କ ସମସ୍ୟା ସମ୍ବନ୍ଧେ ଖବର ପ୍ରକାଶିତ ହୋଇଥିଲା।ଗାଁ ଲୋକ କହିବା କଥା ଚାରିଜଣ ପ୍ରାଣ ହରାଇବାରୁ କାଳେ ଗାଁର ଛବି ବଦଳିଜିବ କିନ୍ତୁ ତା ପରିବର୍ତ୍ତେ ଗାଁ ଲୋକଙ୍କ ଦାରିଦ୍ର୍ୟତାର ଧଜିଆ ଉଡାଇବା ସହ ରାଜନୀତିକ ଫାଇଦା ନେବାକୁ ପଛେଇ ନଥିଲେ।ଚାରିଜଣଙ୍କ ପ୍ରାଣ ଗଲା ପରେ ଅନ୍ତତଃ ଗାଁର ଦୁଃଖ ଦୂର ହେବା ଆସା ରଖିଥିବା ଗ୍ରାମବାସୀ ନିରାଶ ହୋଇ ଗତ ୦୫ ଡିସେମ୍ବର ମାସରେ ପୁଣି ବ୍ଲକ ପ୍ରଶାସନ ନିକଟରେ ନିଜ ସମସ୍ୟା ସମ୍ବନ୍ଧେ ଗୁହାରି କରିଥିଲେ ତଥାପି ପଥର ହୋଇଯାଇଛି ବ୍ଲକ ପ୍ରଶାସନର ହୃଦୟ। କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ଗତ କାଲି ଗ୍ରାମବାସୀ ବାଧ୍ୟ ହୋଇ ଆସନ୍ତା ୨୩ ତାରିଖରେ ଗାଁ ଠାରୁ ପଦଯାତ୍ରା କରି ବ୍ଲକ ସମ୍ମୁଖରେ ଦୁଇଟି ଗାଁ ସତ୍ୟାଗ୍ରହ ଆନ୍ଦୋଳନ କରିବା ପାଇଁ ଚରମ ନିଷ୍ପତି ନେଇଛନ୍ତି। ଜାନୁୟାରୀ ୨୫ ତାରିଖ ସୁଦ୍ଧା ପ୍ରଶାସନ କୌଣସି ସମାଧାନ ନକଲେ ୨୬ ତାରିଖରେ ସାଧାରଣ ତନ୍ତ୍ର ଦିବସରେ ଦେଶର ସମ୍ବିଧାନକୁ ସମ୍ମାନ ଜଣାଇ ସାମୁହିକ ପତାକା ଉତୋଳନ କରିବା ନିଷ୍ପତି ନେବା ସହ ପୁଣି ଆନ୍ଦୋଳନ ସ୍ଥଳରେ ଗାଁ ସଭା କରି କଠୋର ନିଷ୍ପତି ନେବା ପାଇଁ ଏମିତି କି ମରିବା ପଛେ ସାମ୍ବିଧାନିକ ଅଧିକାର ହାସଲ ବିନା ଗାଁ କୁ ଫେରିବୁ ନାହିଁ ଏବଂ ସମ୍ପୂର୍ଣ ଆନ୍ଦୋଳନ ଅହିଂସା ଏବଂ ସାମ୍ବିଧାନିକ ପ୍ରକ୍ରିୟା ରେ ପରିଚାଳନା କରିବା ପାଇଁ ଗାଁ ସଭାରେ ନିଷ୍ପତି ନେଇ ପ୍ରଶାସନ ଏବଂ କାଶିପୁର ପୋଲିସକୁ ସୂଚନା ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *