ରାନ୍ଦିଆ ପ୍ଲାଣ୍ଟ ଅଚଳାବସ୍ଥା ସମ୍ପର୍କରେ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଦାବୀ ପତ୍ର

ଆମ୍ଭ ଭଦ୍ରକ ଜିଲ୍ଲାର ଏକମାତ୍ର ଶିଳ୍ପାନୁଷ୍ଠାନ ଓ ଫେକର ଚାର୍ଜକ୍ରୋମ ପ୍ଲାଣ୍ଟ ୨୦୨୦ ମସିହାରେ ବେଦାନ୍ତ କର୍ତ୍ତୃପକ୍ଷ ଅଧିଗ୍ରହଣ କଲାପରେ ନୂତନ ଫର୍ଣ୍ଣେସ ସ୍ଥାପନ କରିଥିଲେ ଓ ଏହା ଅଞ୍ଚଳବାସୀଙ୍କ ମନରେ ନିଯୁକ୍ତିର ନୂତନ ଆଶା ସଞ୍ଚାର କରିଥିଲା । ଆମ୍ଭମାନଙ୍କର ନିଯୁକ୍ତିର ସ୍ଥାୟୀତ୍ୱ ଅଧିକ ଦୃଢ଼ ଲାଗୁଥିଲା ।ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଆବଶ୍ୟକ ପରିମାଣର କଞ୍ଚାମାଲ ଅଭାବରୁ ଉକ୍ତ ଶିଳ୍ପାନୁଷ୍ଠାନଟି ଏବେ ବନ୍ଦ ହେବାକୁ ଯାଉଛି । ଏହି ଶିଳ୍ପାନୁଷ୍ଠାନକୁ କଞ୍ଚାମାଲ ଯୋଗାଉଥିବା ଅଭିନିବିଷ୍ଟ ନିଜସ୍ୱ ଖଣିଗୁଡ଼ିକ ବନ୍ଦ ପଡ଼ିଥିବାରୁ ଆମ କାରଖାନା ଏଭଳି ରୁଗ୍ମ ଅବସ୍ଥା ଦେଇ ଗତି କରୁଛି ଏବଂ ବେଦାନ୍ତ କର୍ତ୍ତୃପକ୍ଷ ଅନ୍ୟନୋପାୟ ହୋଇ କାରଖାନାର ଦ୍ଵିତୀୟ ଫର୍ଟେସନ ବନ୍ଦ କରିବା ସହ ପ୍ରାୟ ତିନିଶହ ପଚାଶ ଶ୍ରମିକଙ୍କୁ ସାମୟିକ ଛଟେଇ କରିଛନ୍ତି ।ଉପରୋକ୍ତ ପରିସ୍ଥିତିରେ, ବନ୍ଦ ପଡ଼ିଥିବା ଅଭିନିବିଷ୍ଟ ଖଣିଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଗଲେ ଆମ ପ୍ଲାଣ୍ଟକୁ ଓ ଆମମାନଙ୍କର ନିଯୁକ୍ତିକୁ ଏକ ନିଶ୍ଚିତ ବିପଦ ମୁଖରୁ ରକ୍ଷା ପାଇଁ ପାରିବୁ।”ସୁତରାଂ” ସବିନୟ ପ୍ରାର୍ଥନା କରୁଳି, ବନ୍ଦ ପଡ଼ିଥିବା ଖଣିଗୁଡ଼ିକୁ ଖୋଲିବା ନିମନ୍ତେ ଖଣି ଓ ଇସ୍ପାତ ବିଭାଗକୁ ସୁପାରିଶ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କାରଖାନା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରି ଚଳୁଥିବା ପାଞ୍ଚହଜାର ପରିବାର ଉପକୃତ ହେବେ । ଜିଲ୍ଲାପାଳ ଙ୍କ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଯୁକ୍ତ ସୂର୍ଯ୍ୟ ବଂଶୀ ସୂରଜ, ଭଦ୍ରକ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର, ଭଦ୍ରକ ସାଂସଦ ଶ୍ରୀ ଯୁକ୍ତ ଅଭିମନ୍ୟୁ ସେଠୀ, ମାନ୍ୟବର ଖଣି ମନ୍ତ୍ରୀ ଶ୍ରୀ ଯୁକ୍ତ ବିଭୂତି ଭୂଷଣ ଜେନା ଦାବୀ ପତ୍ର ପ୍ରଦାନ କରିଥିଲେ, ବେଦାନ୍ତ ସଂଘ ର ସଭାପତି ରାକେଶ ସ୍ବାଇଁ ସେକ୍ରେଟାରୀ ଶ୍ରୀ ଯୁକ୍ତ ସଞ୍ଜୟ କୁମାର ମହାପାତ୍ର ।ଶ୍ରମିକ ୟୁନିଅନ ସଭାପତି,କିଶାନ କୁମାର ସେଠୀ।ଅମର କୁମାର ଧଳ। ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *