ପଲାସା -ଇଚ୍ଛାପୁର ସେକସନକୁ ପୂର୍ବତଟ ରେଳଯୋନରୁ ସ୍ଥାନାନ୍ତର ବନ୍ଦକର। -ସିପିଏମ୍
ବ୍ରହ୍ମପୁର – ଖୋର୍ଦ୍ଧା ରୋଡ଼ ଡିଭିଜନରୁ ଇଚ୍ଛାପୁର ଓ ପଲାସା ସେକସନକୁ ବିଶାଖାପାଟଣା ଡିଭିଜନକୁ ହସ୍ତାନ୍ତର କରିବା ନିଷ୍ପତ୍ତି ଓଡ଼ିଶାର ସମ୍ମାନ ପ୍ରତି କୁଠାର ଘାତ ବୋଲି ସିପିଏମ ପକ୍ଷରୁ କୁହାଯାଇଛି।କେନ୍ଦ୍ର ସରକାରଙ୍କ ସ୍ଥାୟୀତ୍ୱ ପାଇଁ ଚନ୍ଦ୍ରାବାବୁ ନାଇଡୁ ପାଖରେ ବିଜେପି ଆତ୍ମସମର୍ପଣ କରୁଛି।ନାଇଡୁଙ୍କ ପୋଲାଭରମ ଡ୍ୟାମ ,ଅଧିକ ଅନୁଦାନ ,ନୂଆ ଯୋଜନା, ଓଡିଶାରୁ ବିଭିନ୍ନ ରେଳ ଷ୍ଟେସନ ନେବାଭଳି ସର୍ତ୍ତ ବିଜେପି ପୂରଣ କରିଚାଲିଛି।ଏଥିରେ ଓଡ଼ିଶାର କ୍ଷତି ଘଟିଲେ ମଧ୍ୟ ରାଜ୍ୟ ବିଜେପି ସରକାର ପ୍ରତିବାଦ କରିବାର ସାହସ ନାହିଁ।ତେଣୁ ଏଭଳି ଓଡିଶା ବିରୋଧୀ କାର୍ଯ୍ୟ ନିତିଦିନିଆ ଘଟଣାରେ ପରିଣତ ହେଲାଣି।ପଲାସା ଓ ଇଚ୍ଛାପୁର ଖୋର୍ଦ୍ଧା ଡିଭିଜନରୁ ହସ୍ତାନ୍ତର ହେବାପରେ ଆମର ପ୍ରାୟ 50 km ରେଳ ଲାଇନ,8 ଟି ଷ୍ଟେସନ ,ଏଥିରୁ ଆଦାୟ ରାଜସ୍ୱ, ଓ କର୍ମଚାରୀ ଉପରୁ ନିୟନ୍ତ୍ରଣ ଚାଲିଯିବ।ପଲାସାରୁ ବାହାରୁ ଥିବା ଟ୍ରେନ ଗୁଡିକ ବିଭିନ୍ନ ଅମାଲାତାନ୍ତ୍ରୀକ ନିଷ୍ପତ୍ତିର ଶିକାର ହେବ।ଯାହାକି ଆମର ରାଜସ୍ୱ ହାନୀ

ସହିତ ପରିଚାଳନା କ୍ଷେତ୍ରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିବ ।ରେଳ ଯୋନ ରାଜ୍ୟ ଭିତିକ ନୁହେଁ।ଯଦି ଆନ୍ଧ୍ରପ୍ରଦେଶ ପାଇଁ ରାଜ୍ୟଭିତିକ କରାଯିବ ତେବେ ଓଡ଼ିଶାର ବାହାରେ ଥିବା ଷ୍ଟେସନ ଗୁଡିକୁ ଓଡିଶାକୁ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିୟନ୍ତୁ।ନଚେତ ରାଜ୍ୟ ବାସୀ କ୍ଷମଦେବେ ନାହିଁ।ରେଳବାଇ ଏହି ନିଷ୍ପତ୍ତି ଯଦି ପ୍ରତ୍ୟାହାର ନ କରନ୍ତି, ତାହାହେଲେ ଅଗାମିଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସତର୍କ କରାଯାଇଛି।ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲି ନାୟକ, ଗୋପାଳ ପାଣିଗ୍ରାହୀ, ଗୋକୁଳ ତ୍ରିପାଠୀ,ରାଜରାଓ, ଚିଟିବାବୁ, ହରି ନାହାକ, କେଶବ ଗୌଡ଼,ମୋହନ ରାଓ,ନୀଳ ମାଧବ ରଥ ପ୍ରମୁଖ ନେତୃତ୍ୱ ନେଇଥିଲେ।ରେଳ ମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର ଷ୍ଟେସନ ମାନେଜରଙ୍କ ଜରିଆରେ ପ୍ରଦାନ କରାଯାଇଛି।
