କିଶୋର ପ୍ରସାଦ ପଞ୍ଚାୟତରେ ଅଚଳ ହୋଇପଡିଛି ଷ୍ଟ୍ରିଟ୍ ଲାଇଟ୍

ଗଣିଆ -ଗ୍ରାମ ପଞ୍ଚାୟତ ଗୁଡିକରେ ଆଲୋକୀକରଣ ବ୍ୟବସ୍ଥାରେ ଷ୍ଟ୍ରିଟ ଲାଇଟ୍ ଲଗାଯାଇଛି । ଏହାର ରକ୍ଷଣାବେକ୍ଷଣା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଏହାର ଅବଧି (ଓ୍ବାରେଣ୍ଟି) ମଧ୍ୟ ରହିଛି । ତେବେ ଅନେକ ସ୍ଥାନରେ ଏହି ଷ୍ଟ୍ରିଟ ଲାଇଟ୍ ଅଚଳ ହୋଇପଡିରହିଛି । ହେଲେ ଏଥିପ୍ରତି କେହି ବି ଦୃଷ୍ଟି ଦେଉନାହାନ୍ତି । ଫଳରେ ମାସ ମାସ ଧରି ଅଞ୍ଚଳବାସୀ ଅନ୍ଧାରରେ ଯାତାୟାତ କରୁଛନ୍ତି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତରେ ଗତ ୨୦୨୩ ମସିହା ଶେଷ ଆଡକୁ ୪୦ଟି ଷ୍ଟ୍ରିଟ ଲାଇଟ୍ ସଂଯୋଗ କରାଯାଇଥିଲା । ତେବେ ଗତ ୭ ମାସ ହେଲା ପ୍ରାୟ ୨୭ଟି ଷ୍ଟ୍ରିଟ ଲାଇଟ୍ ଅଚଳ ଅବସ୍ତାରେ ପଡ଼ିରହିଛି । ସେଥିମଧ୍ୟରୁ କିଶୋର ପ୍ରସାଦରେ୨ଟି,କାଳିଆପଡ଼ାରେ୧ଟି,ଇନ୍ଦିପଟାରେ ୨ଟି, ଗୋପାଳ ପ୍ରସାଦରେ ୩ଟି,ପାଣ୍ଡରାସିଙ୍ଗାରେ ୬ଟି,ଖଲିସରାରେ ୫ଟି,ପତୁରିଆରେ ୮ଟି ଅଚଳ ହୋଇଥିବା ପଞ୍ଚାୟତ ତରଫରୁ ସୂଚନା ମିଳିଛି । ଏହାର ଓ୍ବାରେଣ୍ଟି ଅବଧି ୫ ବର୍ଷ ଥିଲେ ମଧ୍ୟ ଏହି ଷ୍ଟ୍ରିଟ ଲାଇଟ୍ ସଂଯୋଗ କରିଥିବା ଠିକା ସଂସ୍ଥା ଫୋନ ଉଠାଉ ନାହାନ୍ତି । ଏହି ସମସ୍ୟା କେବଳ କିଶୋର ପ୍ରସାଦ ପଞ୍ଚାୟତରେ ନୁହେଁ ବ୍ଳକର ୮ଟି ଯାକ ପଞ୍ଚାୟତର ଏହି ସମସ୍ୟା ଲାଗି ରହିଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଠାରୁ ଆରମ୍ଭ କରି ପଞ୍ଚାୟତ ସମିତିର ସାଧାରଣ ଅଧିବେଶନରେ ଅଭିଯୋଗ କଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ତେବେ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *