ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା”

ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ଦ୍ବାରା
ବିଭିନ୍ନ ଡିମାଣ୍ଡ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା”

ଓଡିଶା ଆଦିବାସୀ ଅଧିକାର ମଞ୍ଚର ଓ ଓଡ଼ିଶା କୃଷକ ସଭା, ଜିଲ୍ଲା – ନବରଙ୍ଗପୁର()୧୫/୧୧/୨୦୨୫
ସ୍ବାଧିନତାର ୭୫ ବର୍ଷ ପରେ ଓଡିଶାରେ ବସବାସ କରୁଥିବା ପ୍ରାୟ ପଚିଶ ଭାଗ ଆଦିବାସୀଙ୍କ ଦୁର୍ଦ୍ଦଶା ଭୋଗ ବଢି ଚାଲିଛି। ରାଜ୍ଯରେ ଚାଲିଥିବା ପୁଞ୍ଜିବାଦୀ ବିକାଶ ଧାରାରେ ଆଦିବାସୀମାନେ ବିସ୍ଥାପନ,ଶୋଷଣ,ଅତ୍ଯାଚାର ଏବଂ ଲାଞ୍ଛନାର ଶୀକାର ହୋଇଆସୁଅଛନ୍ତି। ସାମ୍ବିଧାନିକ ଏବଂ ଆଇନଗତ ଅଧିକାର ସଙ୍କୁଚିତ ହେବା ସହିତ ପାତର ଅନ୍ତରର ଶୀକାର ହେଉଛନ୍ତି। ତେଣୁ ସାମ୍ବିଧାନିକ ବିଧିବ୍ଯବସ୍ଥା ଅନୁସାରେ ଆଦିବାସୀ ଅଞ୍ଚଳର ସୁରକ୍ଷା ଏବଂ ବିକାଶ କ୍ଷେତ୍ରରେ ଆପଣଙ୍କ ହସ୍ତକ୍ଷେପର ଅଧିକାର ଥିବାହେତୁ ନିମ୍ନ ଦାବି ଗୁଡିକ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହାକୁ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।ମୁଖ୍ୟ ଦାବି ଗୁଡିକ କରିଛନ୍ତି ୧-ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋଧିତ ନିୟମ ୨୦୧୨ ଅନୁସାରେ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଦଖଲ ମୁତାବକ ବ୍ଯକ୍ତିଗତ,ଗୋଷ୍ଠଗତ ଏବଂ ଗୋଷ୍ଠି ସମ୍ବଳ ଅଧିକାର ପ୍ରଦାନ ଶେଷ ନହେବା ପର୍ଯ୍ଯନ୍ତ ଜଙ୍ଗଲ ଜମିରୁ କୌଣସି ସଦସ୍ଯଙ୍କୁ ସ୍ଥାନାନ୍ତର କିମ୍ବା ବିସ୍ଥାପିତ କରିବା ବନ୍ଦ କରାଯାଉ।
୨-ଜଙ୍ଗଲ ଅଧିକାର କାର୍ଯ୍ଯକୁ ତ୍ବରାନ୍ବିତ କରୁଥିବା ତହସିଲ/ବ୍ଲକ ସ୍ତର ଏଫ୍‌ଆର୍‌ଏ ସେଲକୁ ପୁଣି ଚାଲୁ କରିବା ପାଇଁ ବହିସ୍କୃତ ଏଫଆରଏ କୋ-ଅର୍ଡିନେଟରଙ୍କୁ ପୁନ-ନିଯୁକ୍ତି କରାଯାଉ।
୩-ଜଙ୍ଗଲ ଅଧିକାରରେ ବାଧକ ସାଜୁଥିବା ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୩କୁ ବାତିଲ କରାଯାଉ।
୪-ଜଙ୍ଗଲ ଅଧିବାସୀଙ୍କ ଉପରେ ଜୁଲୁମ କରୁଥବା ବନସୁରକ୍ଷା ସମିତିକୁ ରଦ୍ଦ କରାଯାଉ।
୫-ସେଞ୍ଚୁରୀ, ଅଭୟାରଣ୍ୟ, ଜାତୀୟ ଉଦ୍ଯାନ ସଂପ୍ରସାରଣ ଏବଂ ବିସ୍ଥାପନ ଓ ଉଚ୍ଛେଦ କୁ ବନ୍ଦ କରି ଜଙ୍ଗଲ ଅଧିକାର ପ୍ରଦାନ କରାଯାଉ।
୬-ଭୂମୀହୀନ, ଗୃହହୀନ ପରିବାର ମାନଙ୍କୁ ଏକ ଷ୍ଟାଣ୍ଡାର୍ଡ ଏକର ଚାଷଜମି ଏବଂ ୧୦ ଡିସିମିଲ ଘରଡିହ ପଟ୍ଟା ଦିଆଯାଉ।
୭-ସମସ୍ତ ଜଙ୍ଗଲ ଜମିରେ ଚାଷ କରୁଥିବା ଚାଷି ଏବଂ ଭାଗମାନଙ୍କୁ ମାଗଣା ବିହନ ସାର କୃଷି ସାମଗ୍ରୀ ତଥା ମଣ୍ଡିରେ ଉତ୍ପାଦିତ ଫସଲ ବିକ୍ରି ପାଇଁ ବିଦ୍ଧିବଦ୍ଧ ବ୍ଯବସ୍ଥା କରାଯାଉ।
୮- ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତ ଯୋଜନାରେ ୨୦୦ଦିନର କାମ ଏବଂ ୬୦୦ଟଙ୍କା ମଜୁରୀ ପ୍ରଦାନ କରାଯାଉ।
୯-ପ୍ରଥମ ଶ୍ରେଣୀରୁ ରୁ ଯୁକ୍ତ ୩ ତଥା ବୈଶ୍ଯୟିକ ଶିକ୍ଷା ଶେଷ ପର୍ଯ୍ଯନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯାଉ।
୧୦-ରାଜ୍ଯରେ ଥିବା ଖାଲି ପଡ଼ିଥିବା ସମସ୍ତ ପଦବୀ ପୁରଣ କରିବା ସହିତ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ଦିଆଯାଉ।
୧୧-ପଞ୍ଚମ ଅନୁସୁଚୀ ଅଞ୍ଚଳରେ ପେସା ଆଇନ ୧୯୯୬ ଅନୁସାରେ ଆଦିବାସୀଙ୍କ ପାରମ୍ପରିକ ବିଧି ବ୍ଯବସ୍ଥାକୁ ଆଧାର କରି ତୁରନ୍ତ ନିୟମ ପ୍ରଣୟନ କରାଯାଉ।
୧୨-ସମ୍ବିଧାନର ଅଷ୍ଟମ ଅନୁସୁଚୀରେ ସାମିଲ ସାନ୍ତାଳୀ ଭାଷାରେ ବିଧିବଦ୍ଧ ଶିକ୍ଷା ବ୍ଯବସ୍ଥା ଗ୍ରହଣ କରିବା ସହିତ ହୋ,ସୌରା ମୁଣ୍ଡା,କୁଇ , ପରଜା , ଗୋଣ୍ଡ ଓ ଦେଶିଆ ଭାଷାର ସାମ୍ବିଧାନିକ ମାନ୍ଯତା ପ୍ରଦାନ କରାଯାଉ।
୧୩-ଚଳିତ ଜନଗଣନାରେ ଆଦିବସୀଙ୍କ ଅସ୍ମିତାର ସୁରକ୍ଷା ଧର୍ମ କଲମରେ ଆଦି ଧର୍ମ/ସାର୍ନା/ପ୍ରକୃତି ପୂଜକ/ସତନ୍ତ୍ର ପରିଚୟ ପାଇଁ କଲମକୋଡର ବ୍ଯବସ୍ଥା କରାଯାଉ।
୧୪- ସମସ୍ତ ପଡ଼ା ଗ୍ରାମ ଓ ଅଣସର୍ଭେ ଗ୍ରାମ ଗୁଡ଼ିକରେ ଜଙ୍ଗଲ ଅଧିକାର ଆଇନ୍ ଅନୁଯାୟୀ ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଉ
୧୫- ତହସିଲ୍ ସ୍ତରୀୟ FRA CELL ରେ ଥିବା ଦୀର୍ଘ ୧ ବର୍ଷର ସମସ୍ତ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଆବେଦନ ପତ୍ର ଗୁଡ଼ିକ ଯଥାଶୀଘ୍ର ସର୍ଭେ କରି ଅଧିକାର ପ୍ରଦାନ କରାଯାଉ
୧୬- ପଞ୍ଚମ ଅନୁସୂଚିତ ଜିଲ୍ଲା ମଧ୍ୟର ସମସ୍ତ ନିଯୁକ୍ତି କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଦ୍ଵାରା ଚୟନ କରାଯାଉ
ଓଡିଶା ଆଦିବାସୀ ଅଧିକାର ମଞ୍ଚର ଓ ଓଡ଼ିଶା କୃଷକ ସଭା, ଜିଲ୍ଲା – ନବରଙ୍ଗପୁର , ଓଡ଼ିଶା
କର୍ମକର୍ତ୍ତା ବୃନ୍ଦଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା କୃଷକ ସଭାର ରାଜ୍ୟବ୍ୟାପି ଉଲଗୁଲାନ୍ ଦିବସ ବା ସହିଦ୍ ବିର୍ସା ମୁଣ୍ଡା ଜୟନ୍ତି କାର୍ଯ୍ୟକ୍ରମରେ ନବରଙ୍ଗପୁର ଠାରେ ଉପସ୍ଥିତ ଥିଲେ – ଜିଲ୍ଲା ସଂପାଦକ ରାଜେଶ ଜାନି , ଜିଲ୍ଲା ସଭାପତି ନୁଆଖାଉ ଭତରା , ଜିଲ୍ଲା ସହ ସମ୍ପାଦକ ସାଲିମଧର୍ ଜାନି , ଯୁବ ସମାଜସେବୀ ଦୟାନିଧି ସୁନା , ମହନ ସାନ୍ତା , ଅଦୁ ଶାନ୍ତା , ରେଣ୍ଡୁ ଗୋଣ୍ଡ , ଅଲେଖ କୁଲଦୀପ , ମନ୍ତ୍ରୀ ସାନ୍ତା , ଅର୍ଜୁନ ସାନ୍ତା , ସୁକ୍ରୁ ହରିଜନ , ଗୁରୁନାଥ ସାନ୍ତା , ବିଡ଼ିଅ ସାନ୍ତା ଓ ପ୍ରାୟ ୫୦୦ ଆଦିବାସୀ ଓ ପାରମ୍ପରିକ ବନବାସୀ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *