ଦରମା ଓ କ୍ୟାଡର ପୁନର୍ଗଠନ ଦାବିରେ ରାଜସ୍ବ ଅମଲାଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା।
ଢେଙ୍କାନାଳ ଜିଲ୍ଲା ରାଜସ୍ବ ଅମଲା ସଂଘ ପକ୍ଷରୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅମଲାଙ୍କ ଦରମା ଓ କ୍ୟାଡର ପୁନର୍ଗଠନ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ସମୂହ ଛୁଟିରେ ଯାଇଛନ୍ତି ଜିଲ୍ଲାର ସମସ୍ତ ଅମଲା। ଫଳରେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ୧୦ ଦଫା ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅମଲା ସଂଘ।ସେମାନଙ୍କର ଦରମା ଲେବୁଲ ନାଇନ୍ ଏବଂ କ୍ୟାଡର ପୁନର୍ଗଠନ ଭଳି ପ୍ରମୁଖ ଦାବି ରହିଛି। ତୁରନ୍ତ ଏଥିପ୍ରତି ସରକାର ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ଏବଂ ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନଥିବା ସେମାନେ ପ୍ରକାଶ କରିଛନ୍ତି। ତେବେ ସମୂହ ଛୁଟିକୁ ନେଇ ଏବେ ଅମଲା ଆନ୍ଦୋଳନ ତୀବ୍ରତର ହୋଇଛି।
