ଓପିଏସସି, ଓଏସସି ଓ ଏସଏସସିରେ ଢାଞ୍ଚାଗତ ସଂସ୍କାର ଓ ପରିବର୍ତ୍ତନ ଅଣାଯାଉ

ପ୍ରତିଦ୍ବନ୍ଦିତା ମୂଳକ ସରକାରୀ ଚାକିରୀ ନିଯୁକ୍ତି ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶି କରିବା ସହ ପରୀକ୍ଷା ପରିଚାଳନା ଓ ଆୟୋଜନ କରୁଥିବା ସଂସ୍ଥା ଓପିଏସସି, ଓଏସସି ଓ ଏସଏସସିରେ ଢାଞ୍ଚାଗତ ସଂସ୍କାର ଓ ପରିବର୍ତ୍ତନ ଅଣାଯାଉ । ରାଜ୍ୟ ସରକାରଙ୍କ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ସରକାରୀ ଚାକିରୀରେ ନିଯୁକ୍ତି ନିମନ୍ତେ ପ୍ରତିଦ୍ବନ୍ଦିତା ପରୀକ୍ଷା ଆୟୋଜନ ଓ ପରିଚାଳିନା କରିବାକୁ ଗଠିତ ହୋଇଥିବା ସାମ୍ବିଧାନିକ ସଂସ୍ଥା ଓପିଏସସି ,ଓଏସସି ଏବଂ ଏସଏସସି ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ହୋଇଥିବା ବିଭ୍ରାଟ ଓ ଅବ୍ୟବସ୍ଥା ନିମନ୍ତେ ସମାଲୋଚନାର ଶିରୋନାମାରେ ରହି ଆସିଛି। ଏପରିକି ଏହି ସଂସ୍ଥା ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷା ସେ ଏଏସଓ ହେଉ କିମ୍ବା ଆରାଇ , ଅମିନ, ସବ୍ ଇନ୍ସପେକ୍ଟର, ଡକ୍ଟର, ଇଂଜିନିୟର ଓ ଅଧ୍ୟାପକ କିମ୍ବା ଶିକ୍ଷକ ହେଉ ସବୁ ପରୀକ୍ଷା ସ୍ୱଚ୍ଛତା ଓ ପାରଦର୍ଶିତା ଅଭାବରୁ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି। ସରକାରୀ ଚାକିରୀ ଟିଏ ପାଇବା ନିମନ୍ତେ ବର୍ଷ ବର୍ଷ ଧରି କଷ୍ଟ କରି ଅଧ୍ୟୟନ ସାରି ପ୍ରସ୍ତୁତି ଚଳେଇଥିବା ବେକାରୀ ଯୁବକ ଯୁବତୀ ମାନେ ପରୀକ୍ଷା ପରିଚାଳନାରେ ଏଭଳି ଅବ୍ୟବସ୍ଥା ଓ ବିଭ୍ରାଟ କୁ ନେଇ ପ୍ରତିବାଦ କରିବା ସହ ପରୀକ୍ଷା ପରିଚାଳନା ରେ ଦୁର୍ନୀତି ଓ ପ୍ରୀୟାପ୍ରିତି ଅଭିଯୋଗ ଆଣି ଅନେକ କ୍ଷେତ୍ରରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ସେହିଭଳି ଓଏଏସ, ଏଏସଓ , ସହକାରୀ ଯନ୍ତ୍ରୀ, ପୋଲିସ କନେଷ୍ଟବଲ ଆଦି ନିଯୁକ୍ତି ନେଇ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ଗୋଟିଏ କଥା ସ୍ପଷ୍ଟ ଭାବରେ କୁହାଯାଇ ପାରିବ ଯେ ଓ ପି ଏସ ସି, ଓଏସସି , ଏସଏସସି କତୃପକ୍ଷ ଏକେତ କୌଣସି ଦୁରଭିସନ୍ଧି ଓ ନିହିତ ସ୍ୱାର୍ଥର ବଶବର୍ତ୍ତୀ ହୋଇ ଚାପଗ୍ରସ୍ତ ହୋଇ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ଚାକିରୀ ଆଶାୟୀ ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ସୁଦ୍ଧା ପଛାଉ ନାହାନ୍ତି । ନତୁବା ପ୍ରତିଦ୍ବନ୍ଦିତା ମୂଳକ ପରୀକ୍ଷା ଆୟୋଜନ କରିବା ଏବଂ ତାହାକୁ ବୃତ୍ତିଗତ ଢଙ୍ଗରେ ଓ ବିବାଦ ରହିତ ଭାବରେ ସୁପରିଚାଳା କରିବାରେ ଅସମର୍ଥ ଏବଂ ଅଦକ୍ଷ । ଅଭିଯୋଗ ହୁଏ ଯେ ଲୋକଙ୍କୁ ଭୁଆଁ ବୁଲେଇବା ନିମନ୍ତେ ପ୍ରଥମରେ ସମୁଦାୟ ପଦବୀର କିଛି ଅଂଶ ସ୍ୱଚ୍ଛତାର ସହ କରି ଗରୀବ ମେଧାବୀ ଛାତ୍ର ଛାତ୍ରୀଙ୍କ ନିଯୁକ୍ତି ପ୍ରଥମେ କରି ଅବଶିଷ୍ଟ ପଦବୀକୁ ଅର୍ଥ ବିନିମୟରେ ବିକ୍ରୀ କରିଦିଅ ଯାଏ। ଏହା କେବଳ ଏ ଏସ ଓ , ପୋଲିସ, ଇଂଜିନିୟର, ଡକ୍ଟର ନିଯୁକ୍ତି ପରୀକ୍ଷା ବିଷୟ ବିବାଦ ଯେ ପ୍ରଥମ ଥର ହାଇକୋର୍ଟ ଗଲା ତାହା ନୁହଁ, ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓ ପି ଏସ ସି ବିଭିନ୍ନ ବିଭାଗ ପାଇଁ ଯେତେ ନିଯୁକ୍ତି ଭିତ୍ତିକ ପରୀକ୍ଷା କରିଛି କୌଣସି ନା କୌଣସି କାରଣରୁ ବିବାଦରେ ଛନ୍ଦି ହୋଇ ଯାଇ କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଛି ଓ ନିଯୁକ୍ତି ପକ୍ରିୟା ବିଳମ୍ବିତ ହେଇଛି ଏବଂ କେତେକ ସ୍ଥଳରେ ପରୀକ୍ଷା ଋଦ୍ଧ ଓ ବାତିଲ ହୋଇ ପୁନର୍ବାର ପରୀକ୍ଷା ହୋଇଥିବା ନଜିର ରହିଛି।ଏଠାରେ ଏକ ତ ସରକାରୀ ଚାକିରୀ ପଦବୀ ସଂଖ୍ୟା ସୀମିତ ଏବଂ ଆଶାୟୀଙ୍କ ସଂଖ୍ୟା ଲକ୍ଷାଧିକ। ସରକାର ଗତ ୧୫ ବର୍ଷ ହେଲା ନିଯୁକ୍ତି ପକ୍ରିୟା ବନ୍ଦ ରଖିଥିଲେ। ସରକାରୀ ଚାକିରୀ ଖଣ୍ଡେ ପାଇବା ପାଇଁ ଆଶା କରି ଅନେକ ଆଶାୟୀଙ୍କ ନିର୍ଦ୍ଧାରିତ ବୟସ ଅତିକ୍ରାନ୍ତ ହେଇ ସାରିଲାଣି। ଯଦିଓ ସରକାର ଏବେ କିଛି କିଛି ନିଯୁକ୍ତି ପାଇଁ ପଦ ବାହାର କରୁଛନ୍ତି ଏବଂ ଏଥିରେ ଭାଗ ନେବା ପାଇଁ ଆଶାୟୀ ପରୀକ୍ଷାର୍ଥୀ ମାନେ ବହୁ ଶ୍ରମ ଓ ଅର୍ଥ ସାରି ଏଥି ନିମନ୍ତେ ପ୍ରସ୍ତୁତି କରି ଚାକିରି ଖଣ୍ଡେ ପାଇବେ ବୋଲି ଅନେଇ ବସିଥିବା ବେଳେ ଓ ପି ଏସ ସି , ଏସେଏସସି କତୃପକ୍ଷଙ୍କ ଖାମଖିଆଲ ଓ ଦାୟିତ୍ବହୀନ ଆଚରଣ କେବଳ ପରୀକ୍ଷାର୍ଥୀ ନୁହଁ ତାଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ଅକଥନୀୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥାଏ। କାରଣ ଆମ ମଧ୍ୟବିତ୍ତ ପରିବାରରେ ଜଣେ ଚାକିରୀ ଖଣ୍ଡେ ପାଇଲେ ପୁରା ପରିବାରଟା ସେଥିରେ ନିର୍ଭର ରହି ଚଳିଥାଏ। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ମଧ୍ୟରେ ଦୁଇ ଥର ଓଡ଼ିଶା ସିଭିଲ ସର୍ଭିସ ସକାଶେ ନିଯୁକ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହି ଦୁଇଟି ଯାକ ପରୀକ୍ଷା ଓ ପି ଏସ ସି ର ତତ୍କାଳିନ ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କ ମଧ୍ୟରେ ବିବାଦ, ଦୁର୍ନୀତି ଖୋର୍ ମନୋଭାବ ଓ ପରିଶେଷରେ ସରକାରଙ୍କ ରହସ୍ୟମୟ ନିରବତା ଫଳରେ ଦିଇଟା ଯାକ ପରୀକ୍ଷା ଆଇନଗତ ବିବାଦରେ ଛନ୍ଦି ହୋଇ ସ୍ୟାଟ ଓ ହାଇକୋର୍ଟଙ୍କ ନିର୍ଦ୍ଧେଶ ମତେ ଦୁଇ ଦୁଇ ଥର ପ୍ରିଲିମିନାରୀ ଓ ମେଇନ ପରୀକ୍ଷା ହେଇଥିଲା। ୨୦୦୬ ରେ ଅନୁଷ୍ଠିତ ପରୀକ୍ଷାରେ ପାସ ହୋଇ ୨୦୦୯ରେ ଫଳାଫଳ ଅନୁସାରେ ନିଯୁକ୍ତି ପାଇଥିବା ସମସ୍ତ ୩୭୭ ପଦବୀକୁ ସ୍ୟାଟ ଅସିଦ୍ଧ ଘୋଷଣା କରିଥିଲେ। କିନ୍ତୁ ସରକାର ସେ ସମୟରେ ହାଇକୋର୍ଟଙ୍କୁ ପ୍ରଭାବିତ କରି ଦୀର୍ଘ ଦିନର ଆଇନଗତ ଲଢେଇକୁ ନିଜ ସପକ୍ଷରେ ନେଇ କେସରେ ଯଦିଓ ଆନ୍ୟାୟ ଭାବରେ ଜିତି ଗଲେ। କିନ୍ତୁ ସେତେବେଳେ ସରକାର ନିଷ୍ଠୁର ଭାବରେ ଅନେକ ମେଧାବୀ ଛାତ୍ର ଛାତ୍ରୀଙ୍କ ଭାଗ୍ୟକୁ ଚାକିରିରୁ ବଞ୍ଚିତ କରି ଦେଇଥିଲେ। ସେତେବେଳ ସେ ହତଭାଗ୍ୟ ମାନଙ୍କ ବୟସ ଅତିକ୍ରାନ୍ତ ହୋଇସାରିଥିଲା ଓ ବହୁ ଦୁରିନିତିର ଗନ୍ଧ ଆସିଥିଲା ତାକୁ ଚତୁର ଭାବରେ ଚପେଇ ଦିଆଯାଇଥିଲା। ତେଣୁ ସେଭଳି ଦୁର୍ଦ୍ଦଶା ଏବର ବିଭିନ୍ନ ପଦବୀ ନିମନ୍ତେ ଅପେକ୍ଷା ରତ ପରୀକ୍ଷାର୍ଥୀଙ୍କ ଭାଗ୍ୟରେ ନ ଘଟୁ। ଏଥି ସକାଶେ ପ୍ରତିଦ୍ବନ୍ଦିତା ପରୀକ୍ଷା ଆୟୋଜନ ଓ ପରିଚାଳନା କରୁଥିବା ସଂସ୍ଥାରେ ସରକାର ଢାଞ୍ଚା ଗତ ସଂସ୍କାର ଓ ପରିବର୍ତ୍ତନ ଆଣନ୍ତୁ। ଦୁର୍ନୀତି ଓ ବିଭ୍ରାଟ ରେ ଲିପ୍ତ କର୍ମଚାରୀ ଏବଂ ଅଧକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ପିଲାମାନଙ୍କୁ ନ୍ୟାୟ ଦିଅନ୍ତୁ। ଦକ୍ଷ, ବିଜ୍ଞ ,ଏକାଡେମୀ ସିଆନ ଓ ସଚ୍ଚୋଟ ଲୋକଙ୍କୁ ନିଯୁକ୍ତି ଦିଅନ୍ତୁ। ଏହି ସବୁ ସଂସ୍ଥାକୁ ଅବସରପ୍ରାପ୍ତ ଆଇ ଏଏସ ଓ ଆଇପିଏସ ମାନଙ୍କ ଥଇଥାନ କେନ୍ଦ୍ରରେ ପରିଣତ ନ କରନ୍ତୁ। ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ ନିଯୁକ୍ତି ପରୀକ୍ଷାରେ ସୁଧାର ଆଣି ବ୍ୟବସ୍ଥାକୁ ସ୍ବଚ୍ଛ, ଦୁର୍ନୀତି ମୁକ୍ତ, ପାରଦର୍ଶତା ଓ ଉତ୍ତରଦାୟୀ କରନ୍ତୁ ଏବଂ ନିଯୁକ୍ତି ଆଶାୟିଁଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଦୃଢ଼ ପଦକ୍ଷେପ ନେବାକୁ ଆଜି ଓଡ଼ିଶା ସ୍ୱାଭିମାନ ଜାଗରଣ ଫେଡେରେସନ ତରଫରୁ ଏହାର ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ମୁଖ୍ୟମନ୍ତ୍ରୀ, ରାଜ୍ଵସ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅନୁରୋଧ କରିଛନ୍ତି ଯେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ନିମନ୍ତେ ସ୍ଥାନୀୟ ସ୍ତରରେ ଓ ଜିଲ୍ଲା ସ୍ତରରେ ନିଯୁକ୍ତି ପରୀକ୍ଷା କରାଯାଇ ପଦବୀ ପୂରଣ କରାଯାଉ।

Leave a Reply

Your email address will not be published. Required fields are marked *