ବଞ୍ଚିବା ପାଇଁ ସଙ୍ଘର୍ଷ କରି କରି ଜୀବନ ଯୁଦ୍ଧରେ ଶେଷଦେବ ହରିଗଲେ

ବଞ୍ଚିବା ପାଇଁ ସଙ୍ଘର୍ଷ କରି କରି ଜୀବନ ଯୁଦ୍ଧରେ ଶେଷଦେବ ହରିଗଲେ

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନ ଆରଣ ଗ୍ରାମର ଶେଷଦେବ ଦାଶ(୪୨ ବର୍ଷ),ପିତା ସୋର୍ଗତ ନିଧି ଦାଶ l
ଶେଷଦେବ ଦାଶ ଜଗତସିଂହପୁର ଗୋପାଳ ସାଗର ସାଇ ମନ୍ଦିର ର ପୂଜକ ଭାବେ କାର୍ଯ୍ୟ କରୁଥିଲେ ୨୦୧୯ ମସିହା ରେ ତାଙ୍କର ଦୁଇଟି ଯାକ କିଡିନ୍ ନଷ୍ଟ ହୋଇ ଯାଇଥିଲା
ସେ ଅତି ନିରାଶ୍ରୟ ଜଣେ ବ୍ରାହ୍ମଣ ଲୋକ ତାଙ୍କର ଘର ବଖରାଏ ଛଡ଼ା ଆଉ କିଛି ନାହିଁ ଏମିତିକି ଚାଷ ଜମି ବି ଗୁଣ୍ଠେ ନାହିଁ ତାଙ୍କ ପରିବାର କହିଲେ ସ୍ବାମୀ ସ୍ତ୍ରୀ ଦୁଇଜଣ ତେଣୁ ଘର ଚଳେଇବା ଲୋକ ହିଁ ସେ ନିଜେ ଥିଲେ ରୋଗାଗ୍ରସ୍ତ ହେବା ଦ୍ବାରା ସେ ଆଉ ମନ୍ଦିରରେ ପୂଜା କରିବା ସମ୍ଭବ ହେଲାନି ସେ ସାଇ ମନ୍ଦିର ଛାଡି ନିଜ ବାସ ଭବନରେ ଆସି ରହିଲେ ବର୍ତ୍ତମାନ ଅତ୍ୟନ୍ତ ଅସହାୟ ଭାବରେ ଦୁଇଓଳି ଦୁଇମୁଠା ଦାନା ନପାଇ ତଥା ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁ ଥିବା ସମୟର ଗତ କାଲି ରାତ୍ର ୧୧.୫ମିନିଟ ସମୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଆଜି ସବ ବ୍ୟବଛେଦ ହେବା ପରେ ନିଜ ଗ୍ରାମ ଶ୍ମଶାନ ରେ ଅନ୍ତିମ କ୍ରିୟା ହୋଇଥିଲା।

Leave a Reply

Your email address will not be published. Required fields are marked *