ପଞ୍ଚାୟତ ହାଇସ୍କୁଲ ବାଲିତୁଠରେ ଅଧ୍ୟୟନ କରିଥିବା ୨ଜଣ ମୋଧାବୀ ଛାତ୍ରଛାତ୍ରୀ ପାଇଲେ ଓଏଏସ
ପଞ୍ଚାୟତ ହାଇସ୍କୁଲ ବାଲିତୁଠରେ ଅଧ୍ୟୟନ କରିଥିବା ୨ଜଣ ମୋଧାବୀ ଛାତ୍ରଛାତ୍ରୀ ପାଇଲେ ଓଏଏସ
ଏରସମା : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଏରସମା ବ୍ଲକ୍ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମର ବିଭୂରଞ୍ଜନ ରାଉତ ଓ କଳ୍ପନା ରାଉତଙ୍କ କନ୍ୟା ଶୁଭଦର୍ଶିନି ରାଉତରାୟ ୯୫ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ତାଙ୍କ ପିତା ପାରାଦୀପ ତୈଳ ବିଶୋଧନାଗାର ଅଞ୍ଚଳରେ ଚାକିରି କରିଥିବା ବେଳେ ମାତା କଳ୍ପନା ରାଉତ ଜଣେ ସୁଗ୍ରୁହିଣୀ ଅଟନ୍ତି।ଶୁଭଦର୍ଶିନି ପ୍ରତିଦିନ ୧୦ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ପାଠ ପଢା ପ୍ରତି ମନୋନିବେଶ କରୁଥିଲେ।ସେ ୨୦୧୫ ମସିହାରେ ପଞ୍ଚାୟତ ହାଇସ୍କୁଲ ବାଲିତୁଠରେ ମାଟ୍ରିକ ପଢିସାରି ଜଗତସିଂହପୁର ଏସ ଭି ଏମ୍ ମହା ବିଦ୍ୟାଳୟରେ ଯୁକ୍ତ ଦୁଇ,ଯୁକ୍ତ ତିନି ଶୈଳବାଳା ମହିଳା ମହାବିଦ୍ୟାଳୟ କଟକରେ ଗ୍ରାଜୁଏସନ କଲାପରେ ପ୍ରୟାସ କରି ଜିଲ୍ଲାର ଅଡିଟର ଭାବେ କାର୍ଯ୍ୟଗତ ଅଛନ୍ତି। ଏବଂ ଓଏଏସ ପାଇଁ ପଢାପଢି ଜାରିରଥିଥିଲେ ୨ଥର ପ୍ରଚେଷ୍ଟା କରିବା ପରେ ଓଡିଶା ପ୍ରଶାସନିକ ଅଧିକାରୀ ପାଇଁ ସିଲେକ୍ସନ ହୋଇଛନ୍ତି ।ତାଙ୍କ ଜେଜେ ବାପା କୁଞ୍ଜବିହାରୀ ରାଉତ ସବୁବେଳେ ପ୍ରଶାସନିକ ଅଧିକାରୀ ହୋଇ ଜନ ସେବା କରିବାକୁ ପ୍ରୋତ୍ସାହନ ଦେଉଥିଲେ । ତାହା ଆଜି ସଫଳ ହୋଇଛି ବୋଲି ଶୁଭଦର୍ଶୀନି କହିଛନ୍ତି । ତାଙ୍କର ସଫଳତା ର ଶ୍ରେୟ ସେ ତାଙ୍କ ପରିବାର , ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗ ସାଥି ଙ୍କୁ ଦେଇଛନ୍ତି । ତାଙ୍କ ପ୍ରତିକ୍ରିୟା ରେ ସେ କହିଛନ୍ତି କର୍ତ୍ତବୁନିଷ୍ଠ ଭାବେ ସରକାରଙ୍କ ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଗ୍ରାମ୍ୟ ଉନ୍ନୟନ, ନାରୀ ସଶକ୍ତି କରଣ, ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ ପ୍ରାଧାନ୍ୟ ଦେବେ ବୋଲି କହିଥିଲେ।ସେହିପରି ଭାବରେ ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ଗବପୁର ଗ୍ରାମର ସଞ୍ଜୟ କୁମାର ଦାଶ ଓ ମା ସୌଭାଗିନୀ ଦାଶଙ୍କ ପୁତ୍ର ଶ୍ରୀନିବାସ ଦାସ ଓଡ଼ିଆ ପ୍ରଶାସନିକ ସେବା ପରିକ୍ଷାରେ ୧୨୩ ନଂ ରାଙ୍କ୍ ପାଇଛନ୍ତି।ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳ ବାଲିତୁଠରୁ କୃତିତ୍ୱର ସହିତ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏସ୍ ଭିଏମ୍ କଲେଜ ଜଗତସିଂହପୁର ରୁ ଯୁକ୍ତ ୨ ଓ ସିଭିରମଣ ଇଞ୍ଜିନିୟରିଂ କଲେଜ,ଭୁବନେଶ୍ୱରରୁ ଶ୍ରୀନିବାସ ବି.ଟେକ କରିଥିଲେ।ସେ ବର୍ତ୍ତମାନ ସଚିବାଳୟରେ ଏଏସ୍ଓ ଭାବେ କାର୍ଯ୍ୟ ରତ ଅଛନ୍ତି।ସେ ପଞ୍ଚମ ପ୍ରୟାସରେ ଏହି ସଫଳତା ହାସଲ କରିଥିବା କଥା କହିଛନ୍ତି। ଏଇ ଦୁଇ ଜଣକୁ ଗାଁ ତଥା ଅଞ୍ଚଳର ଶୁଭେଚ୍ଛା ଜଣାଇଛନ୍ତି। ବିଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ବିଧାୟକ ସାରଦା ପ୍ରସନ୍ନ ଜେନା, ବିଜେପି ନେତା ସତ୍ୟସାରଥି ମହାନ୍ତି,୪ ନଂ ଜୋନ୍ ଜିଲ୍ଲା ପରିଷଦ ପିନାକୀ ନାରାୟଣ ଦାସ,ବାମଦେଇପୁର ସରପଞ୍ଚ ବୈଜୟନ୍ତୀ ମାଳା ମହାନ୍ତି , ସମିତି ସଭ୍ୟ ବିକ୍ରମ ମହାପାତ୍ର , ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରା ,ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ,ମହାବୀର ବଣିକ ସଂଘ ସଭାପତି ସଞ୍ଚୟ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ବିଭୂରଞ୍ଜନ ସାମନ୍ତରାୟ,କରୁଣାକର ଦାସ,ସମାଜସେବୀ ଶଶୀକାନ୍ତ ପରିଡା,ସଞ୍ଜୀବ ବିଶ୍ୱାଳ,ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଅର୍ଥନୀତି ଅଧ୍ୟାପକ ଧିରେନ୍ ପାତ୍ର,
ଭାଇ ବିକ୍ରମ କେଶରୀ ରାଉତରାୟ, ଭାଉଜ ମନୋଷୀନ ବେଉରା,ଜେଜେ ମା ଭାନୁମତୀ ରାଉତ,ସାନ ବାପା ବାବୁ ରଞ୍ଜନ ରାଉତ,ସାନ ବୋଉ ମମତା ରାଉତ,ନାରାୟଣ ପାତ୍ର,ଦିବାକର ପଲେଇ,ବୈଷ୍ଣବ ମହାନ୍ତି, ସୁରେଶ ସାମନ୍ତରାୟ, ତପନ ପ୍ରଧାନ, ଘନଶ୍ୟାମ ପୁହାଣ, ବାବାଜୀ ସାହୁ,ବିନୋଦ କୁମାର ସ୍ୱାଇଁ, ପ୍ରଭାତ ସ୍ୱାଇଁ,
ବିଜୟଚାନ୍ଦପୁର ସଂସ୍କୃତି ମହାବିଦ୍ୟାଳୟ ସମାଗୋଳ ପ୍ରିନସ୍ପାଲ୍ ପ୍ରତାପ କୁମାର ମହାପାତ୍ର,ଦାମୋଦର ପରିଡା, ଅଭୟ କୁମାର ପରିଡାଙ୍କ ସମେତ ବନ୍ଧୁ,ପରିଜନ,ସାଙ୍ଗସାଥୀ ମାନେ ଅଭିନନ୍ଦନ ଜଣାଇଛନ୍ତି।
