ତିର୍ତ୍ତୋଲ କଲେଜ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ତିର୍ତ୍ତୋଲ-୧୫/୭-ମଙ୍ଗଳବାର ପୂର୍ବାହ୍ନ ୧୦ ଘଟିକା ସମୟରେ ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ସମ୍ମୁଖରେ ଶତାଧିକ ଛାତ୍ର ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଲେଶ୍ବର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାୟର ଛାତ୍ରୀ ସୋମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଓ ଉପଯୁକ୍ତ ତଦନ୍ତ ପାଇଁ ଛାତ୍ର ଛାତ୍ରୀମାନେ ହାତରେ ସରକାର ବିରୋଧୀ ପ୍ଲାକାର୍ଡ ଧରି ଅନ୍ଦୋଳନକୁ ଓହ୍ଲାଇଥିଲେ ।ମୂଳିସିଙ୍ଗ ପଞ୍ଚାୟତର ସରପଞ୍ଚ ସଫି ଆଜମ ଏବଂ ଯୁବ ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀମାନେ କଟକ ପାରାଦୀପ ରାସ୍ତା ଅବରୋଧ କରିବା ସହିତ ବିଜେପି ସରକାରଙ୍କ ବିରୋଧ ରେ ନାରାବାଜୀ କରିଥିଲେ।

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ । ଛାତ୍ର କଂଗ୍ରେସର ଅସିତ ପାଳ, ଅଜୟ ସ୍ବାଇଁ,ବିଭୁଦତ୍ତ ଦାସ, ବିଶ୍ବରଂଜନ ସାହୁ, ମନ୍ଥନ ସାହୁ, ଜ୍ୟୋତି ମିଶ୍ର,ଚନ୍ଦନ ସେଠୀ, ସରୋଜିନୀ ସାହୁ, ଅଙ୍କିତା ସିଂ, ଅଙ୍କିତା ସାହୁ, ଧରିତ୍ରୀ ଓଝା,ସଲମାନ୍ ଖାଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ଅନୁରୂପ ଭାବେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ବିଜେଡି ଯୁବନେତା ଦେବୀ ପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଛାତ୍ର ଛାତ୍ରୀ ମାନେ ହାତରେ କ୍ୟାଣ୍ଡେଲ ଧରି ମୃତ ଛାତ୍ରୀ ମୋମ୍ୟାଶ୍ରୀଙ୍କ ସଦଗତି କାମନା କରି ଉଚିତ ନ୍ୟାୟ ପ୍ରଦାନ ନିମନ୍ତେ ସରକାରଙ୍କ ପାଖରେ ଦାବି ରଖିଥିଲେ।
ତିର୍ତ୍ତୋଲରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
