ପଥ ଉତ୍ସବରେ ରାହାଗିରିରେ ଦୁଲୁକିଲା କାମାକ୍ଷାନଗର ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର ଓ କଳାକାର

କାମାକ୍ଷାନଗରତାରିଖ-୨୩-୦୧-୨୦୨୪ଆଙ୍କର:ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ମଙ୍ଗଳବାର ଦିନ ପଥଉତ୍ସବ ବା ରାହାଗିରି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ବଜାର ଠାରୁ ହନୁମାନ ବଜାର ରାସ୍ତା ଉପରେ ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଏହା ସକାଳ ୭ଟାରୁ ୧୦ ଟା ଯାଏ ଅନୁଷ୍ଠିତ ହୋଇଥିଲା ।ଏଥିରେ କାମାକ୍ଷାନଗର ଉପଖଣ୍ଡରୁ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟର,ବିଭିନ୍ନ ବର୍ଗର କଳାକାର ଉପସ୍ଥିତ ରହି ନିଜନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।ବ୍ୟସ୍ତ ବହୁଳ ସମୟ ଭିତରୁୁ ମଣିଷ ଟିକେ ମନକୁ ହାଲକା କରିବା ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିଷଦ ଆୟୋଜନ କରିଥିଲେ । ଏନଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠାନ ହୋଇଥିଲା ଏକ ସଭା ହନୁମାନ ବଜାର ଠାରେ । ସମସ୍ତଙ୍କର ଉତ୍ସାହ ଓ ଆଗ୍ରହକୁ ଭୂୟସୀ ପ୍ରଶଂସା କରିବା ସହ ପ୍ରତିଭା ବିକାଶ ପାଇଁ ଏହିଭଳି ମହୋତ୍ସବ ଏକ ପ୍ରକୃତ ମଞ୍ଚ ବୋଲି ଅତିଥି ମାନେ କହିବାସହ ଆଗାମୀ ଦିନରେ କାମାକ୍ଷାନଗରର ବିଭିନ୍ନ ଅଂଚଳରେ ଏଭଳି ଉତ୍ସବ ଆୟୋଜନ କରାଇବା ପାଇଁ କହିଥିଲେ । ଏଠାରେ ଅତିଥି ଭାବରେ ଏସ୍ଡିପିଓ ପ୍ରଭାତ କୁମାର ତ୍ରିପାଠୀ, ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ବିଡ଼ିଓ ଅବିନାଶ ପାଣ୍ଡିଆ, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ଡେପୁଟି କଲେକ୍ଟର ଡ଼ଃ ତୃପ୍ତିମୟୀ ପ୍ରଧାନ,ସହକାରୀ ଜିଲ୍ଲାପାଳ ମଦନମୋହନ ଜେନା,ଦୀପକ ମିଶ୍ର,ଅର୍ଚ୍ଚନା ଗୌଡ଼ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଚଳଚିତ୍ର କଳାକାରଙ୍କ ନୃତ୍ୟରେ ଦୁଲୁକି ଉଠିଲା କାମାକ୍ଷାନଗର ।ଏଠାରେ ଏନଏସି , ବ୍ଲକ କର୍ମଚାରୀ ଓ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧି ତଥା ସାଧାରଣ ଜନତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *