ଶିକ୍ଷୟତ୍ରୀ ବଦଳି କୁ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅବିଭାବକ
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଉତ୍ତରଶାସନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଙ୍କ ବଦଳି କୁ ବିରୋଧ କରି ଆଜି ସ୍କୁଲ କୁ ତାଲା ପକାଇଛନ୍ତି ଅବିଭାବକ ଓ ଛାତ୍ରଛାତ୍ରୀ । ଭିଓ 1- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଉତ୍ତରଶାସନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଠପ । ପଡ଼ିଲା ତାଲା । ଏହି ବିଦ୍ୟାଳୟ ରେ ଜଣେ ଶିକ୍ଷୟତ୍ରୀ ଙ୍କ ଅନ୍ୟତ୍ର ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଯାହା ଫଳରେ କି ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିଦ୍ୟାଳୟ ର୍ ଗେଟ କୁ ତାଲା ପକାଇ ଦେଇଛନ୍ତି । ଆଗକୁ ପରୀକ୍ଷା ଥିବାରୁ ଏ ସମୟରେ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବିଦ୍ୟାଳୟ କୁ ବଦଳ କରିବା ଏକ ଦୁର୍ଭାଗ୍ୟ ଜନକ । ତେଣୁ ଶିକ୍ଷୟତ୍ରୀ ଙ୍କ ବଦଳି ଦାବି ବାତିଲ କରିବାକୁ ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଦାବି କରିଛନ୍ତି । ନ ଚେତ ଟିସି ନେଇ ଅନ୍ୟ ବିଦ୍ୟାଳୟ କୁ ଚାଳିଯିବେ ଚେତାବନୀ ଦେଇଛନ୍ତି ।ବାଇଟ 1- ଛାତ୍ରୀବାଇଟ 2 – ଛାତ୍ରୀଭିଓ 2 – ଏହି ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ମୋଟ 31 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏପର୍ଯ୍ୟନ୍ତ ସବୁ ପାଠ ପଢା ସରିନି । ଆଗକୁ ପରୀକ୍ଷା ଅଛି । ଏହି ସମୟରେ ଶିକ୍ଷକ ବଦଳି କୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ । ବିଦ୍ୟାଳୟ ଗେଟ ତାଲା ପଡ଼ିଥିବାରୁ ଶିକ୍ଷୟତ୍ରୀ ମାନେ ଦୀର୍ଘ ସମୟ ଧରି ବାହାରେ ଠିଆ ହୋଇ ରହିଛନ୍ତି । ତେବେ ଏ ବାବଦରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କ୍ୟାମେରା ସମ୍ମୁଖରେ କିଛି କହି ନ ଥିବା ବେଳେ ସ୍ଥାନୀୟ ସରପଂଚ ବିଭାଗୀୟ ଅଧିକାରୀ ଙ୍କ ଆଲୋଚନା କରି ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି
ଜଗତସିଂହପୁରରୁ ରିତା ସାହୁ
