ତିନି ଦିନ ଧରି ଜଳୁନି ଚୁଲି, ଉପାସ ରେ ଛାତ୍ର ଛାତ୍ରୀ।
ଦିଗହରା ମଧ୍ୟାହ୍ନ ଭୋଜନ, ବେପରୁଆ ଶିକ୍ଷା ଅଧିକାରୀ।ଶିକ୍ଷା ଅନୁଷ୍ଠାନ ରେ ପରିପୂରକ ଖାଦ୍ୟ ଯୋଗାଇ ଦେବାର ଲକ୍ଷ ନେଇ ରାଜ୍ୟ ସରକାର ମିଡ଼ ଡେ ମିଲ ବାବଦରେ ରେ ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା ମାତ୍ର ଖାଦ୍ୟ ଯୋଗାଇ ଦେଉଥିବା ସଂସ୍ଥା ଓ ଜିଲ୍ଲା ଏବଂ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କ ଗୁପ୍ତ ବୁଝାମଣା ଭିତରେ ଦିଗ ହରା ହୋଇ ପଡିଛି ମଧ୍ୟାନ ଭୋଜନ, ଛାତ୍ରଛାତ୍ରୀ ଖାଇଲେ କେତେ ଓପାସ ରହିଲେ କେତେ ସେଥି ପ୍ରତି କାହାରି ନାହିଁ ନଜର। ନିଜ ପକେଟ ଗରମ କରିବା ପାଇଁ ଚାଲିଥିବା ପ୍ରୟାସ ଭିତରେ ବଳି ପଡୁଛନ୍ତି ଆଗାମୀ ଭବିଷ୍ୟତ। ଛାତ୍ର ଛାତ୍ରୀ ଙ୍କୁ ହାତରେ ନ ମାରି ଭାତରେ ମାରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲଷ୍ମୀଦାସପୁର ଗ୍ରାମ ପଂଚାୟତ ନାରାୟଣ ଚନ୍ଦ୍ର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ। ଖୋଦ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ ଓ ଶିକ୍ଷକ ମାନଙ୍କୁ ନେଉଟିଆ ଶାଗ କିଆରୀ ଭାବି ୟୁ. ସି. କ୍ଳିଅରାନ୍ସ ନାଁ ରେ ଲକ୍ଷାଧିକ ଟଙ୍କା ରୋଜଗାର ରେ ବ୍ୟସ୍ତ ଥିବା ବେଳେ ତିନିଦିନ ଧରି ବିଦ୍ୟାଳୟ ରେ ଓପାସ ରହୁ ଥିବା 201 ଜଣ ଛାତ୍ର ଛାତ୍ରୀ ଙ୍କ ସମସ୍ୟା ର ସମାଧାନ ପାଇଁ ସାମାନ୍ୟ ଚିନ୍ତା ନାହିଁ। ଦୁଇ ଦୁଇଟି ବ୍ଲକ ଦାଇତ୍ୱ ରେ ଥିବା ବ୍ଲକଶିକ୍ଷା ଅଧିକାରୀ କୁଆଡେ ସବୁବେଳେ ଆଭାସୀ ରେ ବ୍ୟସ୍ତ। ଅନ୍ୟ ପଟେ ଚାରି ମାସ ହେବ ରନ୍ଧନ ଖାଦ୍ୟ ଯୋଗାଉ ଥିବା ପରିଚାଳନା କମିଟି ଅଣ୍ଡା, ପନିପରିବା, ତେଜରାତିସଉଦା ଓ ଲଡୁ ଜାଳେଣି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅର୍ଥ ନ ପାଇବାରୁ ତିନି ଦିନ ଧରି ଏହି ବିଦ୍ୟାଳୟ ରେ ଜଳୁନି ଚୁଲି। ଏ ବାବଦରେ କଣ କହୁଛନ୍ତି ଛାତ୍ର ଛାତ୍ରୀ, ପରିଚାଳନା କମିଟି, ପ୍ରଧାନ ଶିକ୍ଷକ ଓ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ରେ ଥିବା ଅଧିକାରୀ ଆସନ୍ତୁ ଶୁଣିନେବା ସେମାନଙ୍କ ପ୍ରତିକ୍ରିୟା। ଏବେ ଦେଖିବାକୁ ବାକି ରହିଲା ଭଦ୍ରକ ଜିଲ୍ଲପାଳ କଣ ନେଉଛନ୍ତି ପଦକ୍ଷେପ ନାଁ ବାଡ଼ ଫସଲ ଖାଇବା ପରି ତୁତ ମୁତୁରୀ ମୁଁ ତ ମୁତୁରୀ ନ୍ୟାୟ ରେ ପିଲାମାନେ ରହିବେ ଓପାସ ରେ।
