ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରେ ଛାତ୍ରୀ ଅସୁରକ୍ଷିତ ।
ଦାରିଙ୍ଗବାଡ଼ି,୨୮/୦୨/୨୦୨୬ ଛାତ୍ରୀ ନିବାସରେ ଅସୁରକ୍ଷିତ ଛାତ୍ରୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଏହି ବିଦ୍ୟାଳୟ ରହିଥିବା ବେଳେ ଷଷ୍ଠ ରୁ ଦଶମ ଶ୍ରେଣୀ ପଯ୍ୟନ୍ତ ରହିଛି । ଉକ୍ତ ବିଦ୍ୟାଳୟରେ ୩୦୦ ରୁ ଉର୍ଦ୍ଧ ଛାତ୍ରୀ ହଷ୍ଟେଲରେ ରୁହନ୍ତି। ବୁଧବାର ବିଳମ୍ବିତ ରାତିରେ ୪ ନବମ ଶ୍ରେଣୀ ବିଦ୍ୟାର୍ଥୀ ଛାତ୍ରୀନିବାସ ପାଚେରି ଡେଇଁ କୁଆଡ଼େ ଚାଲିଯାଇଥିଲେ। ଗୁରୁବାର ସକାଳୁ ଦେଖିବା ବେଳେ ୪ ଛାତ୍ରୀ ନିଖୋଜ ରହିଥିବା ହଷ୍ଟେଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ଏନେଇ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଥିଲେ ସ୍କୁଲ ର ପ୍ରଧାନ ଶିକ୍ଷକ ଅଜୟ ଜେନା । ଏହା ପରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା କେସ ନମ୍ବର ୫୯/୨୦୨୬ ରେ ଏକ ମାମଲା ରୁଜୁ କରି ଟିମ ର ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ବିଦ୍ୟାର୍ଥୀ ମାନେ ପାଚେରି ଡେଇଁ ବିରାଗାଡ଼ା ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପହଞ୍ଚି ଖାଇବା, ପିଇବା କରିଥିଲେ । ଉକ୍ତ ମହିଳାଙ୍କ ଘରେ ପୁଲିସ ପହଞ୍ଚି ପଚରାଉଚରା କରିଥିଲା । ଛାତ୍ରୀମାନେ ବିରାଗାଡ଼ା ର ଏକ ମହିଳାଙ୍କୁ ଦାରିଙ୍ଗବାଡ଼ି ରାସ୍ତା ପଚାରିବା ସହ ଖାଇବାକୁ ମାଗିଥିବା ପୁଲିସ ଜାଣିବାକୁ ପାଇଛି । ଗୁରୁବାର ରାତି ପ୍ରାୟ ୧ ଘଣ୍ଟା ସମୟରେ ବିରାଗାଡ଼ା ଠାରୁ ୮ କିଲୋ ମିଟର ବାଟ ଚାଲି ହଷ୍ଟେଲ ରେ ପହଞ୍ଚିଥିଲେ ୪ ଜଣ ଛାତ୍ରୀ ।ଛାତ୍ରୀ ନିବାସରେ ୩ ଜଣ ମେଟ୍ରନ୍ ସହ ୮ ଜଣ ସିସିଏ ଓ ଜଣେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ରହିଥିଲେ ସୁଦ୍ଧା ଛାତ୍ରୀ କେଉଁଭଳି ପାଚେରି ଡେଇଁ ଗଲେ ତାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସ୍କୁଲ କତ୍ତୃପକ୍ଷ ଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ଏଭଳି କିଛି ଘଟଣା ଘଟିଥିବା ସାଧାରଣରେ ଅଭିଯୋଗ ହୋଇଛି। ଛାତ୍ରୀ ମାନେ ଏତେ ଦୂର ରାତିରେ ଆସିବା ବେଳେ କିଛି ଅଘଟଣା ହୋଇଥାନ୍ତା ତାହାଲେ ଏଥି ପାଇଁ କିଏ ଦାୟୀ ହୋଇ ଥାନ୍ତା ବୋଲି ପ୍ରଶ୍ନ ଉଠିଛି । ପୁଲିସ ଛାତ୍ରୀଙ୍କୁ ନେଇ ଡାକ୍ତରଖାନା ରେ ସ୍ବାସ୍ଥ୍ୟ ପରୀକ୍ଷା କରିଛି। ପ୍ରଧାନଶିକ୍ଷକ ଅଜୟ ଜେନାଙ୍କୁ ପଚାରିବାରୁ କହିଲେ ପାଖରେ ଥିବା ଷ୍ଟ୍ରବେରି ଖାଇବାକୁ ସକାଳୁ ପାଚେରି ଡେଇଁ ଯାଇଥିଲେ । ସାଙ୍ଗ ମାନେ ଦେଖୁବାରୁ ଭୟରେ ଅନ୍ୟ ଆଡ଼େ ଚାଲି ଯାଇଥିଲେ। ଆମେ ଏନେଇ ଥାନାରେ ଏତଲା ଦେଇଥିଲୁ । ରାତି ଗାଟାଏ ରେ ଛାତ୍ରୀମାନେ ହଷ୍ଟେଲରେ ପହଞ୍ଚି ଥିଲେ ବୋଲି କହିଛନ୍ତି। କିଛି ଦିନ ପୂର୍ବରୁ ଦାରିଙ୍ଗବାଡ଼ିରେ ସରକାରୀ ଉଚ୍ଚ ବିଦ୍ୟାଳୟରୁ ମଧ୍ୟ ପାଚେରି ଡେଇଁ ଛାତ୍ର କୁଆଡେ ଚାଲି ଯାଇଥିଲେ। ଏଭଳି ଭାବେ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲରେ ସୁରକ୍ଷା ସମ୍ପୂର୍ଣ ଢିଲା ହୋଇ ଯାଇଛି। ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
