ବ୍ୟାସନଗର ଷ୍ଟାଡିୟମ୍ ପ୍ୟାରେଡରେ ୮ଗୋଟି ପୁରସ୍କାର ହାସିଲକରି ଗୌରବ ଆଣିଛନ୍ତି ଦେବ ସ୍କୁଲର ଛାତ୍ରଛାତ୍ରୀ

ଯାଜପୁର/ବ୍ୟାସନଗର: ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ୭୯ତମ ସ୍ୱାଧୀନତା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ଙ୍କ ସହ ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଏକାଡେମୀକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ,ଉପ ପ୍ରଧାନାଚାର୍ଯ୍ୟ ଆର୍ ଏନ ରୟତ୍ ସିଂ ଯୋଗଦେଇ ପତାକା ଉତୋଳନ କରିଥିଲେ। ଆଠ ଗୋଟି ପ୍ୟାରେଡ ଟ୍ରୁପ ଓ ତିନୋଟି ହାଉସ ର ଛାତ୍ରଛାତ୍ରୀ ଙ୍କଦ୍ଵାରା ମାର୍ଚ୍ଚପାଷ୍ଟ କରାଯାଇଥିଲା।କୁନି ପିଲାଙ୍କ ଦ୍ଵାରା ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଷଣ ହୋଇଥିଲା। ବ୍ୟାସନଗର ଷ୍ଟାଡିୟମ୍ ପ୍ୟାରେଡରେ ଯୋଗ ଦେଇଥିବା ୮ ଟି ଟ୍ରୁପ ୮ ଗୋଟି ପୁରସ୍କାର ହାସିଲକରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । କଳା ଶିକ୍ଷକ ଉଦୟ କୁମାର ଓଝା ,ଅରୁଣ ଜେନା , ସନ୍ତୋଷ କୁମାର, ପ୍ରତ୍ୟୁଷ କୁମାର,ବିଶ୍ୱଜିତ ପଣ୍ଡା, ଦୀପକ ରଞ୍ଜନ ପାଣିଗ୍ରାହୀ,ସତ୍ୟନାରାୟଣ ପଣ୍ଡା,ସୁଚିତ୍ରା ମନ୍ତ୍ରୀ ପ୍ରମୁଖଙ୍କ ଦ୍ଵାରା ମଞ୍ଚ ସାଜ୍ ସଜା ସହ ସଞ୍ଚାଳନ କାର୍ଯ୍ୟ ସମାପନ ହୋଇଥିଲା। ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ ପ୍ରତି ଦୃଷ୍ଟି ରଖି ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *