ବିଦ୍ୟାଳୟର ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ଧାରଣା
ଏରସମା : ଏରସମା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗଡ଼କୁଜଙ୍ଗର ଗଣିତ ଶିକ୍ଷକ ଦିଲୀପ କୁମାର ପ୍ରଧାନଙ୍କୁ ବାମଦେଇପୁରୁ ପ୍ରାଇମେରୀ ସ୍କୁଲକୁ ଅନ୍ୟତ୍ର ବଦଳି ହୋଇଥିବାରୁ ପରିଚାଳନା କମିଟିର ସଭାପତି, ପରିଚାଳନା କମିଟିର ମେମ୍ବରମାନେ , ଅଭିଭାବକ ମାନଙ୍କ ସହିତ ସ୍କୁଲର ଛାତ୍ରଛାତ୍ରୀ ମାନେ ତିନି ଘଣ୍ଟା ଧରି ସ୍କୁଲ ପରିସରରେ ଧାରଣାରେ ବସିଥିଲେ। ସ୍କୁଲର ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ ଆମର ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନଙ୍କୁ ଆମ ସ୍କୁଲକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ କ୍ଲାସକୁ ପାଠ ପଢ଼ିବାକୁ ଯିବୁ ନାହିଁ କି ମଧ୍ୟାହ୍ନ ଭୋଜନ ଖାଇବୁ ନାହଁ। ଗଡ଼କୁଜଙ୍ଗ ସ୍କୁଲର ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି।ଏକ ବର୍ଷ ଭିତରେ ଚାରିଜଣ ଶିକ୍ଷକଙ୍କୁ ବଦଳି ହୋଇଯାଇଥିବା ବେଳେ ନୂତନ ଶିକ୍ଷକ ନିଯୁକ୍ତି ସୋଇନାହାନ୍ତି। ଚଳିତ ବର୍ଷ ବାର୍ଷିକ ପରୀକ୍ଷା ଚାଲୁଥିବା ସମୟରେ ଗଣିତ ଶିକ୍ଷକକୁ ଅନତ୍ର ବଦଳି କରାଯିବାରୁ ପାଠ ପଢ଼ାରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ମାନଙ୍କ ସହିତ ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଓ ଅଭିଭାବକମାନେ ସ୍କୁଲ ଫାଟକ ପାଖରେ ଧାରଣାରେ ବସିଥିଲେ। ସିଆରସିସି ମେନକା ମଞ୍ଜରୀ ସ୍ୱାଇଁ ଧାରଣା ସ୍ଥଳରେ ପହଞ୍ଚି ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଗଣିତ ଶିକ୍ଷକ ପୂନର୍ବାର ଯୋଗଦେବେ ବୋଲି ବୁଝାସୁଝା କରିଥିଲେ।
