ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଉଦଘାଟିତ
ଆନନ୍ଦପୁର ସ୍ଥିତ ଟାଉନ ପଡିଆ ଠାରେ ତିନି ଦିନ ଧରି ଚାଲୁଥିବା କୃଷି ଯନ୍ତ୍ରପାତି ମେଳାକୁ ସ୍ଥାନୀୟ ଯୁବ ବିଧାୟକ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠି ଉଦଘାଟନ କରିଥିବାବେଳେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ଅନ୍ୟତମ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧଵ ସୁନା, ଜିଲ୍ଲାପରିଷଦ ଜିତେନ୍ଦ୍ର ସାମଲ, ହାଟଡିହି ବ୍ଲକ ଅଦକ୍ଷା ସାବିତ୍ରୀ ସେଠି ସହ ସମସ୍ତ ଅତିଥି ଦ୍ୱୀପ ପ୍ରଜ୍ୱଳନ କରିବା ସହ ନିଜ ନିଜର ଅଭିଭାଷଣ ରଖି ଆଧୁନିକ ଯନ୍ତ୍ରପାତି ଦ୍ଵାରା ଅଳ୍ପ ସମୟରେ କିପରି କୃଷି କାଯ୍ୟକୁ ଆଧୁନିକ ପ୍ରଣାଳୀରେ ଚାଷ କରି ଲାଭବାନ ହେବେ କୃଷକ ମାନଙ୍କୁ ବୁଝାଇଥିଲେ l
