ସୁଶାସନ ସପ୍ତାହ ଅବସରରେ ତାଳଚେରରେ ଉପଖଣ୍ଡ ସ୍ତରୀୟ କର୍ମଶାଳା ଆୟୋଜିତ
ତାଳଚେର, ୨୩/୧୨/୨୦୨୫:୧୯ ରୁ ୨୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପାଳିତ ସୁଶାସନ ସପ୍ତାହ ଅବସରରେ ତାଳଚେର ଉପଖଣ୍ଡ ସ୍ତରରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ତାଳଚେର ଉପଖଣ୍ଡ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି କର୍ମଶାଳାରେ ସୁଶାସନ, ପ୍ରଶାସନିକ ସ୍ୱଚ୍ଛତା ଓ ଜନସେବାର ଗୁଣାତ୍ମକ ବୃଦ୍ଧି ବିଷୟରେ ଆଲୋଚନା କରାଯାଇଥିଲା।ଏହି କର୍ମଶାଳାରେ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ମାନସ ମୋହନ ସେଠ, ସହକାରୀ ଜିଲ୍ଲାପାଳ ଶ୍ରୀମତୀ ନିବେଦିତା ନାୟକ, ସହକାରୀ ଯୋଗାଣ ଅଧିକାରୀ ଶ୍ରୀମତୀ ଲିପ୍ଶା ରାଣୀ ରାଉତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଏବଂ ବିଭାଗୀୟ ଅଧିକାରୀ ନଗେନ କୁମାର ଶତପଥୀ ଉପସ୍ଥିତ ରହି ସୁଶାସନର ଲକ୍ଷ୍ୟ ଓ ସରକାରୀ ଯୋଜନାଗୁଡିକୁ ସାଧାରଣ ଲୋକଙ୍କ ପାଖକୁ ସଫଳ ଭାବେ ପହଞ୍ଚାଇବା ଉପରେ ଆଲୋକପାତ କରିଥିଲେ।କର୍ମଶାଳାରେ ଉପଖଣ୍ଡ ସ୍ତରର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜନସେବାରେ ପାରଦର୍ଶିତା, ଉତ୍ତରଦାୟିତ୍ୱ ଓ ସମୟୋଚିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ।
