ଯାଜପୁର ରୋଡ ସନ୍ତରା ଠାରେ ସୁବାସ ଟିଭିଏସ ର ଏକ ନୂତନ ଇଲେକ୍ଟ୍ରି ସ୍କୁଟିର ଷ୍ଟୋର ଉଦଘାଟିତ
ଯାଜପୁର ଜିଲ୍ଲାର ଯାଜପୁର ରୋଡ ସନ୍ତରା ଠାରେ ଥିବା ସୁବାସ ଟିଭିଏସ ସୋ ରୁମରେ ଏକ ନୂତନ ଅତ୍ୟାଧୁନିକ ଇଲେକ୍ଟ୍ରି ସ୍କୁଟିର ଏକ ନୂତନ ଷ୍ଟୋର ଏବଂ ଏକ ଅତ୍ୟାଧୁନିକ ସର୍ଭିସ ସେଣ୍ଟର ଉଦଘାଟିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ସୋ ରୁମ ପରିଦର୍ଶନ କରିଥିଲେ। ଅନ୍ୟତମ ଅତିଥି ଭାବେ ଟିଭିଏସ କମ୍ପାନୀ ସର୍ଭିସ ହେଡ଼ ସୁବଧି ବାନାର୍ଜୀ ଙ୍କ ସମେତ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରି ସ୍କୁଟିର ଉପକାରିତା ଉପରେ ଗ୍ରାହକ ମାନଙ୍କୁ ଅବଗତ କରାଇଥିଲେ। ଏହି ଶୁଭ ଉଦ୍ଘାଟନୀ ଉତ୍ସବ ରେ ସୋ ରୁମର ସ୍ୱତାଧିକାରୀ ସୌଭାଗ୍ୟ କୁମାର ପଟନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
