କଂଗ୍ରେସ ସୋସିଆଲ ମିଡ଼ିଆ କମିଟିରେ ସୁବାସ ନାୟକ ମନୋନୀତ

କୋଣାର୍କ – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ତଥା ଗୁଣୁପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ୍ ଗମାଙ୍ଗ ଙ୍କ ଦ୍ଵାରା ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗ ସଂଯୋଜକ ମାନଙ୍କ ନାମ ଘୋଷଣା କରାଯାଇଛି। କୋଣାର୍କର ବରିଷ୍ଠ କଂଗ୍ରେସ ନେତା ସୁବାସ ନାୟକଙ୍କୁ ସାମାଜିକ ଗଣମାଧ୍ୟମ କମିଟିରେ ସଭ୍ୟ ଭାବେ ମନୋନୀତ କରାଯାଇଛି। ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଜି, ଲୋକସଭା ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ , ପୂର୍ବତନ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ , କାକଟପୁର ନିର୍ବାଚନ ମଣ୍ଡଳୀ ପ୍ରିୟ ନେତା ଶ୍ରୀ ବିଶ୍ଵ ଭୂଷଣ ଦାସ ଙ୍କୁ ଧନ୍ଯବାଦ ଜଣାଇଛନ୍ତି l ପୁରୀ ଜିଲ୍ଲା କଂଗ୍ରେସ କମିଟି ସଂଯୋଜ ଶ୍ରୀ ରାଜେଶ ମିଶ୍ର,ରାଜ୍ୟ କଂଗ୍ରେସ କମିଟି ସଂଖ୍ୟା ଲଘୁ ନେତା ଶେକ୍ କିଆକଟ, ପୁରୀ ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାପତି ନିରୁପମା ପାତ୍ର, ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସମ୍ୟକାନ୍ତ ଖୁଣ୍ଟିଆ,କାକଟପୁର ବ୍ଲକ ପୂର୍ବତଟ ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ମହାନ୍ତି, ପୁରୀ ଜିଲ୍ଲା ସଂଖ୍ୟା ଲଘୁ ବିଭାଗ ଅଧ୍ୟକ୍ଷ ଅତିବୁର ରେହମାନ୍, କୋଣାର୍କ ନଗର କଂଗ୍ରେସ କମିଟି ସଭାପତି ବନ୍ଧୁ ଉପେନ୍ଦ୍ର କାଣ୍ଡି, ପୂର୍ବତନ ଉପ ନଗରପାଳ ସୁବୋଧ ଖଟୁଆ, କାଉନସିଲ ନିହାର ରଞ୍ଜନ ବେହେରା, କାକଟପୁର ଯୁବ କଂଗ୍ରେସ ସଭାପତି ଶ୍ରୀ ବିରଞ୍ଛି ନାରାୟଣ ପତି, ନିରଞ୍ଜନ ଖୁଣ୍ଟିଆ, ଛାତ୍ର ନେତା କୃଷ୍ଣ ଚନ୍ଦ୍ର ବେହେରା, ଲୋକନାଥ ବେହେରା, ନଟବର ନାୟକ,କୋଣାର୍କ ଅଂଚଳର ବିଭିନ୍ନ ସାମାଜିକ ସଂଗଠନ ହସ୍ତ ଶିଳ୍ପ ବ୍ୟବସାୟୀ ମହାସଂଘ ଓ କୋଣାର୍କ ହୋଟେଲ୍ ଆସୋସିଏସନ ର କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନେ ଅଭିନନ୍ଦନ ଜଣାଇଛନ୍ତି l ଦଳ ଓ ନେତା ଦେଇଥିବା ଗୁରୁଦାୟିତ୍ବ ନିଷ୍ଠା ର ସହ କାର୍ଯ୍ୟ କରିବା ସହ ତୃଣ ମୂଳ ସ୍ତରରୁ ନେଇ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ମଜଭୁତ କରିବି l ପ୍ରିୟ ନେତା ଆଦରଣୀୟ ରାଗୁଲ ଗାନ୍ଧୀ ଙ୍କ ଜନ ହିତକାରୀ ସଂଘର୍ଷ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ସହ ବିଜେପି ଜନ ବିରୋଧୀ ନୀତିକୁ ସଠିକ ଭାବେ ଲୋକ ଲୋଚନକୁ ଆଣିବି ବୋଲି ଶ୍ରୀଯୁକ୍ତ ସୁବାସ ନାୟକ ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *