ଜଗତସିଂହପୁର ଜିଲ୍ଲାରେ ସୁଭଦ୍ରା ର ତୃତୀୟ କିସ୍ତି ପ୍ରଦାନ
*ଜଗତସିଂହପୁର ଜିଲ୍ଲାରେ ସୁଭଦ୍ରା ର ତୃତୀୟ କିସ୍ତି ପ୍ରଦାନ
*ଯୋଗଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
ଆଙ୍କର-ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଆୟୋଜିତ ସମାରୋହରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି ସୁଭଦ୍ରା ଯୋଜନାରେ ମହିଳାମାନେ ପାଉଥିବା ଅର୍ଥ ସେମାନଙ୍କର ଆର୍ଥିକ ମାନଦଣ୍ଡକୁ ସୃଦୃଢ଼ କରିବା ସହିତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହୋଇଛି ବୋଲି କହିଥିଲେ । ଏହି ଅର୍ଥ ପାଇ ଏରସମା ବ୍ଲକ ଅଞ୍ଚଳର ରଶ୍ମିତା ଦାସ ଜଣେ ମହିଳା ନିଜେ ସ୍ୱାବଲମ୍ବୀ ହେବା ସହିତ ନିଜ ପରିବାର ପାଇଁ ସୁଖ ସମୃଦ୍ଧି ଆଣିଛନ୍ତି । ସମ୍ପୃକ୍ତ ମହିଳା ଜଣକ ସୁଭଦ୍ରା ଟଙ୍କା ପାଇବା ପରେ କୁକୁଡ଼ା ଫାର୍ମ କରିବା ସହିତ ପରିବା ଚାଷ ଆରମ୍ଭ କରିଥିଲେ ।ସେଥିରୁ ଆୟ ଅର୍ଥରେ ପିଲାମାନଙ୍କ ପାଇଁ ସାଇକେଲ କିଣିବା ସହିତ ପିଲାମାନେ ଭଲ ପାଠ ପଢି ୯୫ ପ୍ରତିଶତ ନମ୍ବର ରଖିବାରେ ସକ୍ଷମ ହୋଇଥିବା ମହିଳା ଜଣକ କହିଛନ୍ତି ।
ବାଇଟ୧- ସମ୍ପଦ ଚନ୍ଦ୍ର ସ୍ବାଇଁ,ମନ୍ତ୍ରୀ
ବାଇଟ୨-ଅମରେନ୍ଦ୍ର ଦାସ, ବିଧାୟକ,ଜଗତସିଂହପୁର
ଜଗତସିଂହପୁର ରୁ Rita ସାହୁ
