ସୁଭଦ୍ରା ଶକ୍ତି ଓ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାର ତୃତୀୟ
ସୁଭଦ୍ରା ଶକ୍ତି ଓ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାର ତୃତୀୟ ଦିବସ ସ୍ୱକୀୟ ଶିଳ୍ପକଳା ଓ ସଂସ୍କୃତି ବ୍ରହ୍ମପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି: ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବ୍ରହ୍ମପୁର ସମେତ ଓଡ଼ିଶାର ଦଶଟି ପ୍ରମୁଖ ସହରର ହେବ ବ୍ୟାପକ ଉନ୍ନତିକରଣ : ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓଡିଶା ସରକାରଙ୍କ 2036 ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ପୂରଣ ପାଇଁ ଗଞ୍ଜାମବାସୀଙ୍କ ସହଯୋଗ କାମନା କଲେ ପୂର୍ତ୍ତ ମନ୍ତ୍ରୀ ଶଶାଙ୍କ ଶେଖରଙ୍କ ସଂଗୀତ ଓ ସ୍ଥାନୀୟ ଲୋକନୃତ୍ୟ ଦର୍ଶକଙ୍କୁ କଲା ଆନନ୍ଦିତ ବ୍ରହ୍ମପୁର, ତା 08.04 .26 – ରେଶମ ସହର ମହୋତ୍ସବ ତାସହିତ ସୁଭଦ୍ରା ଶକ୍ତି ଓ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାର ତୃତୀୟ ଦିନର ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଞ୍ଜାମ ମାଟିର ବଳିଷ୍ଠ ଅବଦାନ ରହିଥିଲା। ସ୍ୱକୀୟ ଶିଳ୍ପକଳା ଓ ସଂସ୍କୃତି ବ୍ରହ୍ମପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡ଼ିଶାର ଦଶଟି ପ୍ରମୁଖ ସହରର ବ୍ୟାପକ ଉନ୍ନତିକରଣ ପାଇଁ ସରକାର ପରିକଳ୍ପନା କରୁଛନ୍ତି ତାହା ମଧ୍ୟରେ ବ୍ରହ୍ମପୁର ଅନ୍ୟତମ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ । ଆତ୍ମନିର୍ଭର ଭାରତ ଅଥବା ଲୋକାଲ ଫର ଭୋକାଲର ସଫଳତା ଏବଂ ଓଡିଶା ସରକାରଙ୍କ 2036 ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ପୂରଣ ପାଇଁ ସେ ଗଞ୍ଜାମବାସୀଙ୍କ ଅଧିକରୁ ଅଧିକ ସହଯୋଗ କାମନା କରିଥିଲେ। ଗଞ୍ଜାମର ପଞ୍ଚୁ ଦଣ୍ଡ, ସୁଭଦ୍ରା ଶକ୍ତିଙ୍କ ସାମର୍ଥ୍ୟ, ସ୍ବେଦେଶୀ ଜାଗରଣ, ଦିଗପହଣ୍ଡିର ବୋମକେଇ ପାଟ, ଲୋକାଲ ଫର ଭୋକାଲ ଫର ଲୋକାଲ ଉପରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ବରିଷ୍ଠ ସମାଜସେବୀ ସରୋଜ

କୁମାର ସାବତ, ଜିଲ୍ଲାପାଳ ୱି କୀର୍ତ୍ତି ୱାସନ,ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ ସସ୍ୟା ରେଡ୍ଡୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ସ୍ୱଦେଶୀ ମେଳାର ଆଞ୍ଚଳିକ ସମନ୍ୱୟକ ମନୋଜ କୁମାର ନାୟକ, ଟିପିଏସଓଡିଲର ଉପ ସାଧାରଣ ପ୍ରବନ୍ଧକ(ଅର୍ଥ), ବିନେଦ ବିହାରୀ ନାୟକ ଯୋଗ ଦେଇ ଗଞ୍ଜାମ ଜିଲ୍ଲାର ସମୃଦ୍ଧ ଲୋକ କଳା, ସାହିତ୍ୟ, ସଂସ୍କୃତି, ବୈଭବ, ପାଟ, ପିତ୍ତଳ ମାଛ, ସୁଭଦ୍ରା ଓ ସ୍ବେଦେଶୀ ମେଳା ଆଦି ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଶ୍ରୀ ୱାସନ ସ୍ୱାଗତଭାଷଣ ପ୍ରଦାନ କରିଥିଲା ବେଳେ ଆୟୁକ୍ତ କୁମାରୀ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ସଙ୍ଗୀତମୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଏବଂ ସହଯୋଗୀଙ୍କ ସୁମଧୁର ସଂଗୀତ । ଏହା ସହିତ ମା’ ବୁଢୀ ଠାକୁରାଣୀ ନାଟ୍ୟ କଳା ସଂସଦର ପ୍ରହ୍ଲାଦ ନାଟକ, ଅଂଗହାର ନୃତ୍ୟାୟନର ଓଡିଶୀ ନୃତ୍ୟ, ଆର୍ଯ୍ୟନ ଡ୍ୟାନ୍ସ ଏକାଡେମୀର ଗରବା ନୃତ୍ୟ , ଅନ୍ଵେଷା କଳା କେନ୍ଦ୍ରର ଜେମସା ନୃତ୍ୟ, ଜେ.ଡି.ଡି ଡ୍ୟାନ୍ସ ଏକାଡେମୀର ଆଧୁନିକ ନୃତ୍ୟ , ନିର୍ମଳା ଡ୍ୟାନ୍ସ ଏକାଡେମୀର ବିହୁ ନୃତ୍ୟ, ବି.ଏସ.ଆର କଲଚରାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ଆଧୁନିକ ନୃତ୍ୟ ଏବଂ ଦଶଭୁଜା ଗୋଟିପୁଅ ଅନୁଷ୍ଠାନର ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ତଲ୍ଲୀନ କରିଥିଲା।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ l
