ଦ୍ୱିତୀୟ ଓଡ଼ିଶା ଯୁବ ସ୍ଵଚ୍ଛାସେବୀ ଭାବେ ନୟାଗଡର ଶୁଭାଶିଷ ମିଶ୍ରଙ୍କୁ ଭୁବନେଶ୍ୱରରେ ସମ୍ମାନିତ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓସ୍ତିଆ ଗ୍ରାମର ପୂର୍ବତନ ଗଣିଆ ଅଧକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କ ସାନ ପୁଅ ଶୁଭାଶିଷ ମିଶ୍ରଙ୍କୁ ଭୁବନେଶ୍ଵର ଠାରେ କାଞ୍ଚନ ଫାଉଣ୍ଡେସନ ତରଫରୁ ଦ୍ଵିତୀୟ ଓଡ଼ିଶା ଯୁବ ସ୍ଵେଚ୍ଛାସେବୀ ସମ୍ମାନ -୨୦୨୧ ରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ଜୟଦେଭ ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢ଼ାଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କ୍ୟାନ୍ସର ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସୁଚିଶ୍ମିତା ପୃଷ୍ଟି ଯୋଗ ଦେବା ସହିତ କାଞ୍ଚନ ଫାଉଣ୍ଡେସନ ର ସଭାପତି ରଞ୍ଜନ କୁମାର ମହାପାତ୍ର,ସେକ୍ରେଟାରୀ ଶ୍ରୀଯୁକ୍ତ ତାପସ ରଞ୍ଜନ ମଲ୍ଲିକ ଯୋଗ ଦେଇ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ସ୍ୱେଚ୍ଛା ସେବିମାନଙ୍କୁ ସମ୍ମାନିତ କରାଇଥିଲେ ଶୁଭାଶିଷ ମିଶ୍ର ସଂସ୍କୃତରେ ବିଏ(+୩) ସାରିବା ପରେ ବର୍ତ୍ତମାନ ସେ ଗ୍ରାମୀଣ ବିକାଶ ଉପରେ ପିଜି ଅଧ୍ୟୟନ ଜାରିରଖିଛନ୍ତି।ସେ ୨୦୦୯ ମସିହା ଠାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଙ୍ଗଠନରେ ଯୋଡ଼ି ହୋଇ ସମାଜ ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ ନିଜର ନେତୃତ୍ଵ ବିକାଶ କରିବା ସହିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ। ସୁରକ୍ଷା ଓ ରୋଜଗାର ଦାବିରେ ଅନେକ ଅନେକ ସମୟ ପ୍ରଦାନ କରି ବର୍ତ୍ତମାନ ଜିଲ୍ଲା କଳମଞ୍ଚ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି। ନୟାଗଡ଼ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସଂଗଠନ ରେ ଦୁଇବର୍ଷ ଗଣିଆ ଯୁବସ୍ୱଚ୍ଛାସେବି ଦାୟିତ୍ଵ ନେଇ ବିଭିନ୍ନ ଯୁବ ୟୁଥ୍ କ୍ଳବ୍ ମାନଙ୍କ ସହିତ ଯୋଡ଼ିହୋଇ ପରିବେଶ ସଫେଇ,ସାଂସ୍କୃତିକ କଳା,ଭାଷଣ କଳା, ସାଇକେଲ ମାରାଥନ,ଯୁବକତ୍ୱ ବିକାଶ କରିବା ସହିତ ନୂତନ କ୍ଲବ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରାଥମିକ ସାରିବା ପରେ ବିର୍ସାବରକର ଶାଖାର କର୍ଯ୍ୟବାହ ଦାୟିତ୍ଵ ତୁଲାଉଛନ୍ତି। ବ୍ଲକ ର ଅନେକ ଜାଗାରେ ପହଞ୍ଚି ଯୋଗ ଶିଖାଇବା ସହିତ ଯୋଗ ଉପକାରୀ ବାର୍ତ୍ତା ପ୍ରଦାନ କରୁଛନ୍ତି।ନିଜେ ଛତୁ ପକାଇବା ସହିତ ଜୈବିକ ଚାଷ ସହିତ ବିଭିନ୍ନ ଫଳ ଗଛର ବଗିଚା।

Leave a Reply

Your email address will not be published. Required fields are marked *