୩୧୬୬୧ ଚାଷୀ ଙ୍କୁ ମିଳିଲାଣି ୧୦୮୧୩୧୯୫୪୪ ଟଙ୍କାର ଇନପୁଟ ସବସିଡ଼
ପୁରୀ ୪/୩ ପୁରୀ ଜିଲ୍ଲାର ୩୧୬୬୧ ଜଣ ଚାଷୀ ଇନପୁଟ ସବସିଡ ହିସାବରେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ହିସାବରେ ୧୦୮୧୩୧୯୫୪୪ ଟଙ୍କା ପ୍ରାପ୍ତ ହେଲେଣି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା।ପୁରୀ ଜିଲ୍ଲାର ସମସ୍ତ ୧୧ ଗୋଟି ବ୍ଲକରେ ଧାନ ସଂଗ୍ରହ କୁ ତ୍ବରାନ୍ବିତ କରାଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହି ଧାନ ସଂଗ୍ରହ କୁ ଶୃଙ୍ଖଳିତ ପରିଚାଳନା ପାଇଁ ତଦାରଖ କରୁଛନ୍ତି।ଯୋଗାଣ ଅଧିକାରୀ ,ସମବାୟ ସମିତିର କର୍ମକର୍ତ୍ତା ଓ ଆର ଏମ ସି ପକ୍ଷରୁ କୃଷକ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାର କୃଷକ ମାନେ ଧାନ ବିକ୍ରି ରେ ଯେପରି କୌଣସି ସମସ୍ୟା ର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସଜାଗ ରହି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଯୋଗାଣ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ଖରିଫ ଋତୁରେ ପଞ୍ଜିକୃତ ୪୮୯୬୪ କୃଷକ ଙ୍କ ଠାରୁ ୨୦୪୨୬୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହ ର ଲକ୍ଷ୍ୟ ରହିଛି।ପ୍ରଥମ ପର୍ଯ୍ୟାୟରେ ୧୧୬୮୬୦୦ କ୍ୟୁଣ୍ଟାଲ ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୭୪୦୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହ ର ଲକ୍ଷ୍ୟ ରହିଛି। ଚଳିତ ମାସ ୪ ତାରିଖ ସୁଦ୍ଧା ଖୋଲା ଯାଇଥିବା ସମସ୍ତ ୧୮୭ ଟି ମଣ୍ଡିରେ ୩୪୧୪୯ କୃଷକ ଙ୍କ ଠାରୁ ୧୪୦୨୧୫୨.୮୩ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଛି।୧୪୮୧୫ ଚାଷୀ ଧାନ ବିକ୍ରି ପାଇଁ ରହିଛନ୍ତି। ୩୩୨୦୧ ଜଣ କୃଷକ ଙ୍କୁ ୩୦୬୬୬୯୪୮୮୦ ଟଙ୍କା ବ୍ୟାଙ୍କ ତରଫରୁ ପ୍ରେରଣ କରାଯାଇଥିବା ବେଳେ ୩୧୬୬୧ କୃଷକ ୨୯୩୧୧୭୯୫୭୦ ଟଙ୍କା ପାଇଛନ୍ତି। ପର୍ଯ୍ୟାୟ କ୍ରମେ ପ୍ରତ୍ୟେକ କୃଷକ ସେମାନଙ୍କ ପ୍ରାପ୍ୟ ପାଇବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ହୋତା ସୂଚନା ଦେଇଛନ୍ତି।
