ସଂଘର୍ଷରୁ ସଫଳତା

ବିଏମସିରେ ଚଉଦ ପଞ୍ଚାୟତ ସାମିଲ ନିଷ୍ପତ୍ତିକୁ ସହର ତଳି କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରିଣୀରେ ସ୍ଵାଗତ କରାଯିବା ସହ ବ୍ରଜନଗର ଠାରେ “ସଂଘର୍ଷରୁ ସଫଳତା” ଦିବସ ପାଳିତ ।

ବ୍ରହ୍ମପୁର – ରାଜ୍ୟ ସରକାରଙ୍କ ଦ୍ଵାରା କୁକୁଡ଼ାଖଣ୍ଡି ବ୍ଲକର ସାତୋଟି ପଞ୍ଚାୟତ ତଥା ରଙ୍ଗେଇଲୁଣ୍ଡା ବ୍ଲକର ସାତୋଟି ପଞ୍ଚାୟତର ୩୪ ଟି ରାଜ୍ଵସ୍ଵ ଗ୍ରାମାକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ଏକ ସମ୍ପୁର୍ଣ୍ଣ ଓ ବୃହତ୍ତର ବ୍ରହ୍ମପୁର ମହାନଗର ନିଗମ ଗଠନ ନିମନ୍ତେ ଡିସେମ୍ବର ୩୧ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରିଣୀ ବୈଠକରେ ଖୁସି ବ୍ୟକ୍ତ କରାଯିବା ସହ ସରକାରଙ୍କ ଏହି ପଦକ୍ଷେପ ଯୁଗାନ୍ତକାରୀ କହି ସ୍ଵାଗତ କରାଯାଉଥିଲା। ଏଥି ସହ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ଦିନର ଆନ୍ଦୋଳନ, ଦାବୀ, ଆଇନଗତ ଲଢେଇ ଓ ସଂଘର୍ଷ ପରେ ପରିଶେଷରେ ମୋହନ ଚରଣ ମାଝୀ ନେତୃତ୍ଵାଧୀନ ରାଜ୍ୟ ସରକାର ବ୍ରହ୍ମପୁର ମହାନଗର ନିଗମରେ ଚଉଦଟି ପଞ୍ଚାୟତ ସାମିଲ କରିବା ନିଷ୍ପତ୍ତି ନେଇଥିବାରୁ ଏହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ନିମନ୍ତେ” ସଂଘର୍ଷରୁ ସଫଳତା” ଦିବସ ରୁପେ କମିଟି ସଦସ୍ୟମାନେ ବ୍ରଜନଗର ସ୍ଥିତ ସଭାପତିଙ୍କ ବାସଗୃହରେ କେକ କାଟି ତଥା ବ୍ରଜନଗର ଛକରେ ଆତସବାଜି ଫୁଟାଇ ଓ ମିଠେଇ ବାଣ୍ଟି ପାଳନ କରିଥିଲେ। ଏହି ଅବସରରେ କମିଟି ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ବ୍ରଜନଗର ପରିକ୍ରମା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ତଥା ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସପକ୍ଷାରେ ସ୍ଲୋଗାନ ଦେବା ସହ ଧନ୍ୟବାଦ ଜଣାଇଥିଲେ। ସେହିପରି ସ୍ଥାନୀୟ ବିଧାୟକ, ମନ୍ତ୍ରୀ ଏବଂ ସାଂସଦଙ୍କୁ ମଧ୍ୟ କମିଟି ଧନ୍ୟବାଦ ଜଣାଇଛି। ବିଜ୍ଞପ୍ତି ରେ ସାମାନ୍ୟ ତ୍ରୁଟି ରହିଛି ପଞ୍ଚାୟତ ରାଜ ବିଭାଗର ଅନୁମୋଦନ ଥିବା ସ୍ୱତ୍ତେ ଭୂଲ ବଶତଃ ବଡ଼ କୁଶସ୍ଥଳି ଓ ସାନ କୁଶସ୍ଥଳି ରାଜ୍ଵସ୍ଵ ଗ୍ରାମ ଦ୍ବୟ ବାଦ୍ ପଡିଯାଇଛନ୍ତି। ଆପତ୍ତି ଓ ପରାମର୍ଶ ନିମନ୍ତେ ଏହି ଯେଉଁ ତିରିଶ ଦିନର ମହଲତ ଦିଆଯାଇଛି ସେହି ଅବଧି ମଧ୍ୟରେ ଏହି ଦୁଇ ଗ୍ରାମ ସାମିଲ ନେଇ ଜିଲ୍ଲାପାଳଙ୍କୁ ଜଣେଇ ଦିଆଯିବ। ଏହି ପରିପ୍ରେକ୍ଷୀରେ ଆଜିର କାର୍ଯ୍ୟକାରିଣୀ ବୈଠକରେ ସଦସ୍ୟ ମାନେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କୁ ତାଙ୍କର ଅବଦାନ, ଦିଗଦର୍ଶନ ଓ କମିଟିକୁ ସଠିକ୍ ନେତୃତ୍ୱ ପ୍ରଦାନ କରି ଆନ୍ଦୋଳନକୁ ସଫଳ କରିଥିବାରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହ କମିଟିର ଗଠନର ପୁରୋଧା ଥିବା ଅନ୍ୟତମ ପୁରାତନ ସଦସ୍ୟ ବି ଭି ସାଗାରଙ୍କୁ ମଧ୍ଯ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ କମିଟି କର୍ମକର୍ତ୍ତା ଓ ସଦସ୍ୟ ମାନେ ଦୀର୍ଘ ବାର ବର୍ଷର ସାଲିସବିହୀନ ଆନ୍ଦୋଳନ , ଆହ୍ୱାନ ଓ ସଙ୍ଘର୍ଷର ସେହି କଷ୍ଟ ଦିନ କାହାଣୀ ଓ ଇତିହାସ ବର୍ଣ୍ଣନା କରିବା ସହ ତାହାକୁ ମନେ ପକେଇ କିଭଳି ଏହା ଏକ ଲମ୍ବା ଓ ସୁଦୀର୍ଘ ଯାତ୍ରା ଥିଲା ଭାବି ଭାବ ବିହ୍ୱଳ ହୋଇଯାଇଥିଲେ । ଏହି ଅବସରରେ କମିଟି ସଭାପତି କହିଥିଲେ ଯେ ପୂର୍ବ ସରକାର ଚାହିଁଥିଲେ ଏହାକୁ ସାକାର ରୂପ ଦେଇ ପାରିଥାନ୍ତେ , କିନ୍ତୁ ରାଜନୈତିକ ଓ ପ୍ରାଶାସନିକ ଇଚ୍ଛା ଶକ୍ତି ଦୁର୍ବଳ ଥିବାରୁ ତାହା ସମ୍ଭବ ହୋଇପାରିନଥିଲା। ୨୦୨୪ ରେ ବିଜେପି ସରକାର ଆସିବା ପରେ ୨୦୨୪ ଡିସେମ୍ବର ମାସରେ ଏବେକାର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବ୍ରହ୍ମପୁର ଗ୍ରସ୍ତ ଅବସରରେ କମିଟି ସଦସ୍ୟ ମାନେ ମନ୍ତ୍ରୀଙ୍କୁ ଦାବୀ ପତ୍ର ଦେଇ ମିଶ୍ରଣ ନିମନ୍ତେ ଅନୁରୋଧ କରିଥିଲେ। ମନ୍ତ୍ରୀ ଏ ନେଇ ପ୍ରତିଶୃତି ଦେବା ସହ ତତ୍କାଳିନ ଜିଲ୍ଲାପାଳଙ୍କୁ ଏହା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତତ୍କାଳୀନ ଜିଲ୍ଲାପାଳ ପଞ୍ଚାୟତ ରେଶୋଲୁସନ ଆଣିବା ନିମନ୍ତେ କହିବା ପରେ କମିଟ କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ସରପଞ୍ଚ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରି ମିଶ୍ରଣ ନିମନ୍ତେ ରେଜୋଲୁସନ ଆଣିବାରେ ସକ୍ଷମ ହୋଇଥିଲେ। ତତ୍ ପରେ ସ୍ଥାନୀୟ ପ୍ରଶାସନ ସକ୍ରୀୟତା ଦେଖେଇ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ସମସ୍ତ ପ୍ରକ୍ରିୟାକୁ ପୂରଣ କରି ବିଭାଗର ଅନୁମୋଦନ ନିମନ୍ତେ ପଠେଇବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ପାଞ୍ଚ ମାସ ଲାଗିଯାଇଥିଲା। ପରିଶେଷରେ ସବୁ ପ୍ରକ୍ରିୟା ପୂରଣ କରି ପ୍ରଶାସନ ଡିସେମ୍ବର ଦୁଇ ତାରିଖରେ ନଗର ଉନ୍ନୟନ ବିଭାଗକୁ ପଠେଇଥିଲା। ଫାଇଲ ସେଠାରେ ଡିସେମ୍ବର ୧୯ ପର୍ୟ୍ୟନ୍ତ ପଡ଼ି ରହିଥିଲା। ଏହା ଜାଣିବା ପରେ କମିଟି ସଭାପତିଙ୍କ ନେତୃତ୍ବରେ ଭୁବନେଶ୍ୱର ପ୍ରତିଦିନ ଗ୍ରସ୍ତ କରି ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ବିଭାଗର ସେକ୍ସନ ଅଧିକାରୀ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ, ଅତିରିକ୍ତ ସଚିବ, ପ୍ରମୂଖ ଶାସନ ସଚିବ ତଥା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସାକ୍ଷାତ କରି ଏ ନେଇ ଅବଗତ କରି ଥିଲେ। ଶେଷ ମୁହୂର୍ତ୍ତରେ କମିଟି ସଭାପତିଙ୍କ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂଦେଓଙ୍କୁ ସାକ୍ଷାତ ଏଵଂ ଉପମୁଖ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ମିଶ୍ରଣ ପ୍ରକ୍ରିୟାକୁ ତ୍ଵରାନିତ କରିଥିଲା ଏଵଂ ୩୧ ତାରିଖ ଦିନ ସନ୍ଧ୍ୟା ସମୟରେ କମିଟି ସଭାପତି ଖାରବେଳ ଭବନରେ ଥିବା ଡାଇରେକ୍ଟର ମୁନିସିପାଲ ଆଡମିନିଷ୍ଟେସନ କର୍ଯ୍ୟାଳୟରୁ ମିଶ୍ରଣ ବିଜ୍ଞପ୍ତି ଗ୍ରହଣ କରିଥିଲେ ଏଵଂ ମିଡ଼ିଆକୁ ଜଣାଇଥିଲେ। ଆଜିର ଏହି ବୈଠକରେJ ସମସ୍ତ କାର୍ଯ୍ୟକର୍ତ୍ତା ଓ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲା ବେଳେ ସଭା କାର୍ଯ୍ଯ କୋଷାଧକ୍ଷ ଏମ୍ ଲାବଣ୍ୟ ପାତ୍ର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *