ଯାଜପୁର ରୋଡ ପୋଲିସର ହାତରେ ଅଭୂତପୂର୍ବ ସଫଳତା

-ଯାଜପୁର ରୋଡ ପୋଲିସର ହାତରେ ଅଭୂତପୂର୍ବ ସଫଳତା। ୧୨ ଘଣ୍ଟା ନପୁରୁଣୁ ଧରାପଡ଼ିଲେ ବ୍ୟାସନଗର ସହରରେ ଆତଙ୍କ ସୃଷ୍ଟି କରିଥିବା ଦୁଇ ଦୂର୍ବୃତ୍ତ। ପୋଲିସ ସେମାନଙ୍କ ନିକଟରୁ ଜବତ କରିଛି ପିଷ୍ଟଲ, ଗୁଳି, ବାଇକ ଓ ମୋବାଇଲ। ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତ — କୋରେଇ ଥାନା ପୂର୍ବକୋଟ ଅଞ୍ଚଳର ମାଇକେଲ ସନ୍ତୋଷ ଓ ଯାଜପୁର ରୋଡ ଥାନା ମୁଣ୍ଡମାଳ ଅଞ୍ଚଳର ସନ୍ତୋଷ ପ୍ରଧାନ। ଗତକାଲି ରାତିରେ ଏମାନେ ଯାଜପୁର ରୋଡ ସହରର ଗୋପବନ୍ଧୁନଗର ଅଞ୍ଚଳରେ ଥିବା ଡିଏମ କମ୍ୟୁନିକେସନ ନାମକ ଟ୍ରାଭେଲ ସଂସ୍ଥାରେ ବନ୍ଧୁକ ଫୁଟାଇ ଆତଙ୍କ ଖେଳାଇଥିଲେ। ଏ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ ସଂସ୍ଥାର ମାଲିକ ଦେବୀଦତ୍ତ ପଣ୍ଡା। ତେବେ ଏହାକୁ ନେଇ ସହରବାସୀ ମଧ୍ୟରେ ଭୟ ଓ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଥିଲା। ପୋଲିସର ତତ୍ପରତା ଯୋଗୁଁ ଏହି ଅଭିଯୁକ୍ତ ଦୁଇ ଜଣଙ୍କୁ ଖୋଜି ବାହାର କରିବାରେ ସଫଳତା ମିଳିଛି। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ହେବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯାଜପୁର ଏସପି ଯଶପ୍ରତାପ ଶ୍ରୀମଲ୍। ଯାଜପୁର ପୋଲିସର ଏହି ଦ୍ରୁତ ଅଭିଯାନକୁ ନେଇ ଏବେ ସହର ସମେତ ସମଗ୍ର ଜିଲ୍ଲାରେ ଆଲୋଚନାର ବିଷୟ ସାଜିଛି।

Leave a Reply

Your email address will not be published. Required fields are marked *