ମରୁଡ଼ିର ସଫଳ ପରିଚାଳନା ନେଇ ଆଲୋଚନା ବୈଠକ

ଛତ୍ରପୁର ତା ୧୬.୦୧.୨୦୨୫ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମରୁଡ଼ିର ସଫଳ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମରୁଡି ପରିସ୍ଥିତିର ସଫଳ ମୁକାବିଲା ପାଇଁ କୃଷି ,ମତ୍ସ୍ୟ ,ପ୍ରାଣୀ ସମ୍ପଦ ,ଉଦ୍ୟାନ,ଜଳ ବିଭାଜିକା ,ଉଠା ଜଳସେଚନ ,ମଧ୍ୟମ ଜଳସେଚନ , କୃଷି ବିଜ୍ଞାନ କେନ୍ଦ୍ର ,ଜଙ୍ଗଲ ବିଭାଗ ,ରାଜସ୍ୱ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗଙ୍କ ସହାୟତାରେ ଜିଲ୍ଲା ସ୍ତରୀୟ ମରୁଡି ପରିଚାଳନା ଯୋଜନା ପ୍ରସ୍ତୁତି କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଛି । ଚଳିତ ମାସ 26 ତାରିଖ ସୁଦ୍ଧା ଆବଶ୍ୟକ ତଥ୍ୟ ଉପବିଭାଗକୁ ପ୍ରେରଣ କରିବା ପାଇଁ ଉପସ୍ଥିତ ପଦାଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ। ସମ୍ପୃକ୍ତ ବିଭାଗ ପକ୍ଷରୁ ତଥ୍ୟ ଅଦାୟ ପରେ ଜିଲ୍ଲା କାର୍ଯ୍ୟ।ଳୟ ସେହି ତଥ୍ୟକୁ ଏକତ୍ରିତ କରି ଏକ ଚୁଡାନ୍ତ ଯୋଜନା ପ୍ରସ୍ତୁତ ନିମନ୍ତେ ଆଲୋଚନା କରଯାଇଥିଲା । ଚଳିତ ମାସ ୩୧ ତାରିଖ ସୁଦ୍ଧା ଉକ୍ତ ଯୋଜନାକୁ ନେଇ ଏକ ପୁସ୍ତକ ପ୍ରସ୍ତୁତ କରି ସରକାରଙ୍କୁ ପ୍ରେରଣ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ବୈଠକରେ ମୁଖ୍ୟଜିଲ୍ଲା କୃଷି ଅଧିକାରୀ ,ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ନିର୍ବାହୀ ଯନ୍ତ୍ରୀ(ଟି.ପି .ଏସ.ଓ.ଡି.ଏଲ.),ଜିଲ୍ଲା ମୁଖ୍ୟ ମତ୍ସ୍ୟ ସମ୍ପଦ ଅଧିକାରୀ ,ବରିଷ୍ଠ କୃଷି ବିଜ୍ଞାନୀ ପଦାଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆୟୁଷି ପତି ,ଜିଲ୍ଲା ଜରୁରୀ କାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ, ଛତ୍ରପୁର

Leave a Reply

Your email address will not be published. Required fields are marked *