ସୁଦର୍ଶନ ପଟ୍ଟନାୟକସ୍ୟାଣ୍ଡ ଆର୍ଟ
ବାଲୁକାକଳାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷକୁ ଶୁଭେଚ୍ଛା ଜ୍ଞାପନ l ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ସ୍ୱାଗତ ଜଣାଇବା ସହ ଏକ ସୁନ୍ଦର ବାଲୁକାକୃତି ନିର୍ମାଣ କରିଛନ୍ତି l ବାଲୁକା ଚିତ୍ରକଳାରେ କଳସ ଓ ଦୀପରେ ବାଲୁକା କଳାକୃତି ପ୍ରସ୍ତୁତ କରିଛନ୍ତି ଶ୍ରୀ ପଟ୍ଟନାୟକ l ବାଲୁକା ଚିତ୍ରକଳାରେ ସ୍ୱାଗତଂ ରାଷ୍ଟ୍ରୀୟ ନବବର୍ଷ ଲେଖିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲରେ ଅତି ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି l ପ୍ରତିବର୍ଷ ଚୈତ୍ରଶୁକ୍ଳ ପ୍ରତିପଦାରେ ହିନ୍ଦୁ ନବବର୍ଷ ତଥା ରାଷ୍ଟ୍ରୀୟ ନବବର୍ଷକୁ ପାଳନ କରାଯାଇଥାଏ l ଆଜି ରାଷ୍ଟ୍ରୀୟ ନବବର୍ଷ ପଡୁଥିବାରୁ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
