ରକ୍ଷାବନ୍ଧନ ଉପଲକ୍ଷେ ସୁଦର୍ଶନଙ୍କ ବାଲୁକାକଳା
Or, puri,Sandart on Rakhipurnima, avob, whats app
Ar – ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କର ପ୍ରତିକ ରକ୍ଷାବନ୍ଧନ। ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ବାଲୁକାକୃତି ଜରୀଆରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥିସହିତ ବାଲୁକାକୃତିରେ ବିଶ୍ୱକୁ ଦେଇଛନ୍ତି ନିଆରା ବାର୍ତ୍ତା। ଏବେ ଅବାଧରେ ଗଛକଟା ହେବା ଯୋଗୁଁ ବିଶ୍ୱରେ ଦେଖାଦେଉଛି ଅକ୍ସିଜେନର ଅଭାବ।ଜୀବଜଗତ ଅସୁରକ୍ଷିତ ହୋଇପଡିଛି। ଏଣୁ ରକ୍ଷାବନ୍ଧନ ପର୍ବରେ ଭଉଣୀ ଭାଇକୁ ରାକ୍ଷୀ ପରିବର୍ତ୍ତେ ଚାରାଟିଏ ଉପହାର ଦେବାକୁ ଏହି ବାଲୁକାକୃତି ମାଧ୍ୟମରେ ସଚେତନର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପୁରୀ ନିଳାଦ୍ରୀ ବେଳାଭୂମିରେ ସେ ନିର୍ମାଣ କରିଥିବା ବାଲୁକୃତିରେ ସବୁଜିମା ଭରା ରାକ୍ଷୀଟିଏ ପ୍ରଦର୍ଶିତ କରିବା ସହ ପ୍ରଦର୍ଶିତ କରିଛନ୍ତି ଭାଇ ହାତକୁ ରାକ୍ଷୀ ନୁହେଁ ବରଂ ଚାରାଟିଏ ପ୍ରଦାନ କରୁଥିବାର ଆକର୍ଷଣୀୟ ଦୃଶ୍ୟ। ଆଉ ରାକ୍ଷୀରେ ରହିଛି GIFT A PLANT ଶିର୍ଷକ ଏକ ସଚେତନତାର ବାର୍ତ୍ତା।
ବାଇଟ – ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ( ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ )
