ହଠାତ୍ ଧାନ ଗଦାରେ ନିଆଁ ଲାଗିବାରୁ ସମ୍ପୁର୍ଣ୍ଣ ଧାନ ଗଦା ପୋଡି ନଷ୍ଟ।
କେବିକଙ୍ଗା ଆଦିବାସୀ ଗାଆଁର ଜଣେ ଚାଷୀଙ୍କ ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଯାଇଛି । ତେବେ ନିଆଁ କିଭଳି ଲାଗିଲା ସ୍ପଷ୍ଟ ଜଣା ପଡିନାହିଁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପରଚିପାରା ପଞ୍ଚାୟତ ଅଧିନରେ ଥିବା କେବିକଙ୍ଗା ଆଦିବାସୀ ଗାଆଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ କେବିକଙ୍ଗା ଆଦିବାସୀ ଗାଆଁର ମାଲସାଇ ଗଣ୍ଡ ଧାର ଉଧାର କରି ନିଜ ଜମିରେ ଧାନ ଚାଷ କରିଥିଲେ । କିଛି ଦିନ ତଳେ ଜମିରୁ ଧାନ କାଟି ଘରକୁ ଧାନ ଗଦା କରି ରଖିଥିଲେ । କିଛି ଦିନ ପରେ ଧାନ ମଳିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଆଜି ଦିନ ପ୍ରାୟ ୫ ଘଟିକା ସମୟରେ ହଠାତ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଘର ଲୋକ ଧାନ ଗଦାରେ ନିଆଁ ଲାଗିବା ଦେଖି ପରିବାର ଲୋକଙ୍କୁ ଡାକିବା ସହ ଆଖ ପାଖ ଲୋକଙ୍କୁ ଡ଼ାକି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । କିଛି ସମୟ ପରେ ରାଇଘର ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସମ୍ପୁର୍ଣ୍ଣ ଧାନ ନିଆଁରେ ପୋଡି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି । ଅନ୍ୟ ପଟେ ନିଆଁ ଲାଗିବାରୁ ସମ୍ପୁର୍ଣ୍ଣ ଧାନ ଗଦା ପୋଡି ନଷ୍ଟହୋଇ ଯିବାରୁ ପରିବାର ଲୋକେ ଭାଂଗୀ ପଡିଥିବାର ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ପରିବାର ଲୋକଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି। ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ରିପୋର୍ଟ ତୀର୍ଥ କ୍ଷେତ୍ର
