ସୁଧାକିରଣ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ
ରାଇକିଆ, ତା 27/3/26-କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ସୁଧାକିରଣ ମହାବିଦ୍ୟାଳୟର ଦଶମ ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦଶ ବର୍ଷ ଧରି ଅଞ୍ଚଳର ଶିକ୍ଷା ଉନ୍ନତିରେ ମହାବିଦ୍ୟାଳୟର ଅବଦାନକୁ ସ୍ମରଣ କରି ଏହି ଉତ୍ସବ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଶ୍ରୀ ମତି ରୀନା ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ମଞ୍ଚାସିନା ଅତିଥି ଭାବେ ରାଇକିଆ ବିଡ଼ିଓ ଶ୍ରୀ ସବ୍ୟସାଚୀ ସାହୁ,ବ୍ଲକ ଶିକ୍ଷାଧିକାରୀ କେଶବ ମଲ୍ଲିକ, ଡ଼. ଶଙ୍କର୍ଷଣ ସାହୁ, ଅତିରିକ୍ତ ତହସିଲଦାର ସୁଶ୍ରୀ ଏନ ପଲ୍ଲବୀ ମଞ୍ଚାସିନ ରହିଥିଲେ। ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଯୁକ୍ତ ଶ୍ୟାମ ସୁନ୍ଦର ଡାଙ୍ଗୁଆ ବାର୍ଷିକ ବିବରଣୀ ପଠନ କରିବା ସହିତ ମହାବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କ ନିଷ୍ଠା ଓ ଛାତ୍ରଛାତ୍ରୀମାନଙ୍କ ସଫଳତା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଓ ଅତିଥି ନିଜ ନିଜ ବକ୍ତବ୍ୟ ରେ ଶିକ୍ଷା ସମାଜ ସକାଶେ କେତେ ଉପଯୋଗୀ ତାହା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ର ସମସ୍ତ କ୍ଷେତ୍ର ରେ କୃତୀତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା.। କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଅଧ୍ୟାପକ ଧର୍ମେନ୍ଦ୍ର ଡିଗାଲ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ।
