ଭୁବନେଶ୍ବର ଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ଆୟୋଜିତ “ସମର୍ପଣ’”ର ଦ୍ଵିତୀୟ ଦିବସରେ ସୁଫି ଏବଂ ନିର୍ଗୁଣ ଭଜନ ପରିବେଷଣ

ଭୁବନେଶ୍ଵର : ଭୁବନେଶ୍ଵର ମ୍ୟୁଜିକ ସର୍କଲ ପକ୍ଷରୁ ଆୟୋଜିତ ତିନିଦିନିଆ ଉତ୍ସବ “ ସମର୍ପଣ”ର ଦ୍ଵିତୀୟ ଦିବସରେ କଟକର ବିଦୂଷୀ । ରାକ୍ଷୀ ସେନ୍, ବିଶ୍ୱଗୁରୁ ରବୀନ୍ଦ୍ରନାଥ ଠାକୁର, ଗୁରୁ ଅତୁଲ ପ୍ରସାଦ ଓ କାଜୀ ନଜରୁଲ ଇସଲାମଙ୍କ ରଚନା ଆଧାରିତ ସଙ୍ଗୀତ ପ୍ରସ୍ତୁତ କରାଯାଇଥିଲା। ପରେ, ହାଇଦ୍ରାବାଦର ବିଦୂଷୀ ସ୍ମିତା ବେଲୁରଙ୍କ ନିର୍ଗୁଣ ଭଜନ ପ୍ରଦର୍ଶିତ ହୋଇଥିଲା।ବିଦୂଷୀ ରାକ୍ଷୀ ସେନ୍ ଜଣେ ଉତ୍ସର୍ଗୀକୃତ ସଫଳ କଳାକାର ଯିଏ ରବୀନ୍ଦ୍ର ସଂଗୀତର ଗୀତି କବିତା ଏବଂ ଦାର୍ଶନିକ ଗଭୀରତା ସହିତ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସମୃଦ୍ଧ ପରମ୍ପରାରେ ତାମିଲପ୍ରାପ୍ତ। ସେ ରବୀନ୍ଦ୍ର ସଙ୍ଗୀତରେ ପ୍ରଭାକର, ବିଶାରଦ ଏବଂ ସ୍ନାତକତ୍ତୋର ଡିଗ୍ରି ସହିତ ଶାସ୍ତ୍ରୀୟ କଣ୍ଠ ସଂଗୀତରେ ପ୍ରଭାକର ଏବଂ ବିଶାରଦ ଡିଗ୍ରି ହାସଲ କରିଛନ୍ତି । ସେ ଉଭୟରେ ସ୍ୱର୍ଣ୍ଣ ପଦକ ବିଜେତା । ୧୯୮୮ ମସିହାରେ ଆଲ୍ଲାହାବାଦରେ ଅନୁଷ୍ଠିତ ପ୍ରୟାଗ ସଂଗୀତ ସମିତି ଦ୍ଵାରା ଠୁମ୍‌ରୀ, ଖୟାଲ ଏବଂ ଭଜନ ବର୍ଗରେ ଜାତୀୟ ସ୍ତର ଗାୟନ ପ୍ରତିଯୋଗିତାର ସେ ବିଜେତା ଅଟନ୍ତି। ସେ ଓଡିଶା ଓ ବଙ୍ଗଳାର ପ୍ରମୁଖ ସଂଗୀତ ମହୋତ୍ସବରେ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ସହଯୋଗ କରୁଥିବା ଅନ୍ୟାନ୍ୟ ସଦସ୍ୟମାନେ ଥିଲେ ଅଗ୍ନିତ୍ରା ସେନ୍ (ଗାୟିକା), କାନିନିକା ଚକ୍ରବର୍ତ୍ତୀ (ଗାୟିକା) , ଦୁଷ୍ମନ୍ତ କୁମାର ପରିଡା (ତବଲା), ବୁଧନାଥ ସ୍ଵାଇଁ (ପଖାଓ୍ବାଜ୍) ଏବଂ ଚନ୍ଦ୍ରକାନ୍ତ ତ୍ରିପାଠୀ (କିବୋର୍ଡ) ।ଏହି ଅବସରରେ ହାଇଦ୍ରାବାଦର ବିଦୂଷୀ ସ୍ମିତା ବେଲୁରଙ୍କ ଦ୍ଵାରା ପ୍ରଦର୍ଶିତ ନିର୍ଗୁଣ ଭଜନ ଦର୍ଶକଙ୍କୁ ଆଦୃତ କରିଥିଲା। ନିର୍ଗୁଣ ନିରାକାରକୁ ବୁଝାଇଥାଏ ଯାହା କେବଳ ଗୁଣାବଳୀର ଅନୁପସ୍ଥିତି ଦ୍ଵାରା ପରିଭାଷିତ କରାଯାଇପାରେ। ସେ ଜଣେ ପ୍ରତିଷ୍ଠିତ ହିନ୍ଦୁସ୍ତାନୀ ସୁଫି ଗାୟିକା ଯିଏ ପାଞ୍ଚ ଶହରୁ ଉର୍ଦ୍ଧ୍ବ ମଞ୍ଚରେ ସଙ୍ଗୀତ ପ୍ରଦର୍ଶନ କରିଛନ୍ତି । କୋଡିଏ ବର୍ଷରୁ ଅଧୂକ ସମୟ ଧରି ଖୟାଲ ଗାୟନ ତାଙ୍କ ସଂଗୀତକୁ ଅଧିକ ସମୃଦ୍ଧ କରିଛି| ସେ ଯୋଧପୁର ଆର୍‌ଆଇଏଫ୍ଏଫ୍, ସ୍ପ୍ରେ ପେସଲି ମହୋତ୍ସବ(ସ୍କଟଲ୍ୟାଣ୍ଡ୍), ଜାହାନ-ଏ-ଖୁସ୍‌ରୋ (ଦିଲ୍ଲୀ) ରାଜଗିରି ଉତ୍ସବ, କଳାଘୋଡା ଆଟୁ ଫେଷ୍ଟିଭାଲ ପରି ପ୍ରତିଷ୍ଠିତ ମହୋତ୍ସବରେ ପ୍ରଦର୍ଶନ କରିଛନ୍ତି। ସେ ଜଣେ ବିଇ, ଏମ୍‌ଏସ୍ ଯିଏ ଓରାକଲ ଏବଂ ସାପ୍ ଭଳି ଅନେକ ଆନ୍ତର୍ଜାତୀୟ ଆଇଟି କମ୍ପାନୀରେ କାର୍ଯ୍ୟ କରିଛନ୍ତି। ସେ ଜଣେ ପୂର୍ଣକାଳୀନ ସଂଗୀତଶିଳ୍ପୀ ଭାବେ କାର୍ଯ୍ୟରତ। ତାଙ୍କୁ ସହଯୋଗ କରୁଥିବା ସଦସ୍ୟମାନେ ଥିଲେ ଅଜୟ କୁମାର ଦାଶ (ହାରମୋନିୟମ୍), ରାଜେନ୍ଦ୍ର କୁମାର ଦାଶ (ଢୋଲକି) ଏବଂ ସଞ୍ଜୟ କୁମାର ରାଉତ (ତବଲା)।

Leave a Reply

Your email address will not be published. Required fields are marked *