ଟେଲିକମ ସେବା କୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ

ପୁରୀ ୨/୪ ରଥଯାତ୍ରା ସମୟରେ ଟେଲିକମ ସେବା ର ଗୁରୁତ୍ୱ ଅଧିକ।ବିଏସଏନଏଲ ସହ ବିଭିନ୍ନ ଟେଲିକମ କମ୍ପାନୀ ମାନେ ସେମାନଙ୍କ ସେବା ପ୍ରଦାନ କୁ ଅଧିକ କ୍ରିୟାଶୀଳ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଆଗାମୀ ରଥଯାତ୍ରା ସମୟରେ ଟେଲିକମ ସେବା ପ୍ରଦାନ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ରଥଯାତ୍ରା ସମୟରେ ପୁରୀ ରେ ଲକ୍ଷ ଲକ୍ଷ ଲୋକ ମାନଙ୍କର ସମାଗମ ହୋଇଥାଏ।ଆଜିର ସମୟରେ ପ୍ରାୟ ସମସ୍ତେ ମୋବାଇଲ ବିଶେଷ କରି ସ୍ମାର୍ଟ ଫୋନ ବ୍ୟବହାର କରୁଥିବାରୁ ସେଥିପାଇଁ ଇଣ୍ଟରନେଟର ସୁବିଧା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।ବିଗତ ବର୍ଷ ମାନଙ୍କରେ ରଥଯାତ୍ରା ସମୟରେ ପ୍ରାୟ ସମସ୍ତ ଟେଲିକମ ସେବା ର ନେଟୱାର୍କ ର ସମସ୍ୟା ଦେଖା ଦେଇଥାଏ।ଏପରିକି ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ମଧ୍ୟ ଅତ୍ୟାବଶ୍ୟକ ସମୟରେ ଯୋଗାଯୋଗ ରେ ବ୍ୟାଘାତ ସୃଷ୍ଟି ହେବା ରୁ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ।ଏ ସବୁ ର ସମାଧାନ ପାଇଁ ସମସ୍ତ ଟେଲିକମ ସେବାକୁ ଅଧିକ କ୍ରିୟାଶୀଳ କରାଯିବ।ଅଧିକ ଶକ୍ତି ସମ୍ପର୍ଣ୍ଣ ଟାୱାର ବ୍ୟବସ୍ଥା, ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇବା ଓ କୁଶଳୀ କର୍ମଚାରୀ ଙ୍କୁ ନିୟୋଜିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଟେଲିକମ ସଂସ୍ଥା ର ସମସ୍ୟା ଓ ସମାଧାନ ପାଇଁ ବିବିଧ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସେହିପରି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ସହଯୋଗ ରେ ରଥଯାତ୍ରା ସମୟରେ ପୁରୀ କୁ କେତେ ଶ୍ରଦ୍ଧାଳୁ ଆସୁଛନ୍ତି, ଶ୍ରଦ୍ଧାଳୁ ମାନଙ୍କୁ ବିବିଧ ସୂଚନା ଏସ ଏମ ଏସ ମାଧ୍ୟମରେ ପ୍ରଦାନ, ଗତବର୍ଷ କେଉଁ କେଉଁ ସ୍ଥାନରେ ନେଟୱାର୍କ ର ସମସ୍ୟା ରହୁଥିଲା ତାହାର ଚିହ୍ନଟ ସହ ନିରାକରଣ ବ୍ୟବସ୍ଥା, ବଡଦାଣ୍ଡରେ ଅଧିକ ଟାୱାର ବ୍ୟବସ୍ଥା ଓ ଆବଶ୍ୟକ ଭିତ୍ତିଭୂମି ର ବିକାଶ ପାଇଁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଏସ ପି ପ୍ରତୀକ ସିଂ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ,ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ବନାଥ ପଣ୍ଡା,ଅନ୍ୟାନ୍ୟ ଅଧିକାରୀ, ବିଭିନ୍ନ ଟେଲିକମ ସେବାର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *