ଯୁବ କଏଦୀଙ୍କ ଆତ୍ମହତ୍ୟା

କୋଣାର୍କ:- ରାମଚଣ୍ଡୀ ଥାନା ଅଧିନ ବାଙ୍ଗର ଠାରେ ଅବସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରରେ ଗୁରୁବାର ସକାଳ ସମୟରେ ଜଣେ ବିଚାରଧୀନ ଯୁବ କଏଦୀ କାନ୍ଥରେ ଥିବା ପାଣି ପାଇପରେ ଗାମୁଛା ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ୨୦୨୫ ଜୁଲାଇ ମାସ ୧ ତାରିଖରେ ପିପିଲି ଥାନା ଅଂଚଳର ବୁଲୁ ବେହେରା (୨୫) ବର୍ଷୀୟ ଯୁବକ ଏକ ପୋସ୍କୋ ଆକ୍ଟରେ ମାମଲାରେ ବାଙ୍ଗର ସ୍ଥିତ ଜିଲ୍ଲା କାରାଗାର ଠାରେ ରହୁଥିଲେ। ମାନସିକ ଭାରସାମ୍ୟ ହରାଇ କୌଣସି କାରଣରୁ ଗୁରୁବାର ସକାଳ ସମୟରେ ସେ ରହୁଥିବା ଘରର କାନ୍ଥରେ ଲାଗିଥିବା ପାଣି ପାଇପରେ ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ଯା କରିଥିବା ଜେଲ କର୍ତୃପକ୍ଷ ବିକାଶ ସାହୁ ଦେଖିବାକୁ ପାଇଥିଲେ। ତାଙ୍କୁ ପୁରୀ ମେଡ଼ିକାଲକୁ ନିଆ ଯାଇଥିଲା। ଡ଼ାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ରାମଚଣ୍ଡୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିବା ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *