ସୂର୍ଯ୍ୟ ମହୋତ୍ସବ – ୨୦୨୬”

ସୂର୍ଯ୍ୟ ମହୋତ୍ସବ – ୨୦୨୬”ଭକ୍ତିମୟ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିମୋହିତ ହେଲେ ଦର୍ଶକ୧୧୪ ଜଣ ଶିଳ୍ପୀଙ୍କ କଣ୍ଠରେ ମୁକ୍ତିଲାଭ କଲା ‘ଭାରତ କେ ପଥ ପ୍ରଦର୍ଶକ’ ସଙ୍ଗୀତ ସିଡି ଓ ବିଶେଷ ସଂସ୍କରଣ ମୁକ୍ତିଯୁବ ସଂଗୀତଜ୍ଞ ରାଜକିଶୋର ରଚିଲେ ଇତିହାସ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ‘ଅମୃତ କଳାକାର ସମ୍ମାନ – ୨୦୨୬’ ପ୍ରଦାନଭୁବନେଶ୍ୱର, ୧୭ ମାର୍ଚ୍ଚ: ସାମାଜିକ ଓ ସାଂସ୍କୃତିକ ସଂଗଠନ ଅମୃତ କଳାକାର ଦ୍ବାରା ମଙ୍ଗଳବାର ଭୁବନେଶ୍ୱରର ଜୟଦେବ ଭବନରେ ପ୍ରଥମଥର ପାଇଁ “ସୂର୍ଯ୍ୟ ମହୋତ୍ସବ – ୨୦୨୬” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସଙ୍ଗୀତଶିଳ୍ପୀ, ସାହିତ୍ୟିକ, ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଓ ସାଂସ୍କୃତିକ ପ୍ରେମୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଭବ୍ୟ ଓ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା।ଉତ୍ସବର ଅଂଶ ଭାବେ ବିଭିନ୍ନ ଭକ୍ତିମୟ ଓ ସାଂସ୍କୃତିକ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଦେବୋତ୍ସର୍ଗୀୟ ଗୀତ, ନବଗ୍ରହ ସ୍ତୋତ୍ର, ମଧୁରାଷ୍ଟକମ୍, ଗୀତ ଗୋବିନ୍ଦ, ଶ୍ୟାମ ଭଜନ ଓ ଶ୍ରୀଗଣେଶ ବନ୍ଦନା ଭଳି ବିଭିନ୍ନ ସଙ୍ଗୀତ ପ୍ରଦର୍ଶନ ଦର୍ଶକମାନଙ୍କୁ ମନମୋହିତ କରିଥିଲା। ରସ୍ମିତା ପ୍ରଧାନ, ଦୁର୍ଗାଚରଣ ମିଶ୍ର, ହେମନ୍ତ ରାଉତରାୟ, ରୀତା ପାଢ଼ୀ, ମନୋରଞ୍ଜନ ଦାସ, ମମତା ଦାଶ, ନିର୍ମଳା ସୁବୁଦ୍ଧି, ସୁଚିତ୍ରା ଦାଶ ଓ ଅନ୍ୟାନ୍ୟ ଶିଳ୍ପୀମାନଙ୍କ ଅଭିନୟ ଦର୍ଶକମାନଙ୍କର ବହୁ ପ୍ରଶଂସା ଲାଭ କରିଥିଲା।ଏହି ଅବସରରେ ୧୧୪ ଜଣ କଣ୍ଠଶିଳ୍ପୀ ଗାଇଥିବା “ଭାରତ କେ ପଥ ପ୍ରଦର୍ଶକ” ଶୀର୍ଷକ ସଙ୍ଗୀତ ସିଡି ସହିତ “ଅମୃତ କଳାକାର ସୂର୍ଯ୍ୟ ମହୋତ୍ସବ ସ୍ପେସିଆଲ୍ ଏଡିସନ – ୨୦୨୬” ଓ “ମ୍ୟୁଜିକ ଜର୍ନି – ଲାଇଫ ଡକ୍ୟୁମେଣ୍ଟାରି” ସିଡି ମୁକ୍ତିଲାଭ କରିଥିଲା। ଏତାଦୃଶ ସଙ୍ଗୀତ ପ୍ରସ୍ତୁତ କରି ଯୁବ ସଂଗୀତଜ୍ଞ ରାଜକିଶୋର ଏକ ନୂଆ ରେକର୍ଡ ରଚିଛନ୍ତି । ଏହି ଅବସରରେ ସଙ୍ଗୀତ ବିଶାରଦ ଡ଼ା. କୀର୍ତ୍ତନ ନାରାୟଣ ପାଢ଼ୀ, ପ୍ରସିଦ୍ଧ ଗୀତିକାର ବସନ୍ତ ଦାସ, ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲ, ପ୍ରସିଦ୍ଧ କବି ଡ଼ା. ଅଶୋକ ପୁହାଣ, ଡ଼ା. ଅମିତାଭ ଜେନା, ସମାଜସେବୀ ଓ ମିଡିଆ ବିଶେଷଜ୍ଞ ଏନ୍. ଏ. ଶାହା ଅନସାରୀ ଓ ଶିଳ୍ପୀ ବିଭୂତି ଭୂଷଣ ମହାପାତ୍ରଙ୍କୁ “ଅମୃତ କଳାକାର ସମ୍ମାନ – ୨୦୨୬” ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମଟିକୁ ସ୍ୱାମୀ ଭଗବତାନନ୍ଦ ସରସ୍ୱତୀ ମହାରାଜ ଉଦ୍ଘାଟନ କରିଥିବାବେଳେ ସ୍ୱାମୀ ଶ୍ରୀ ପୁରୁଷୋତ୍ତମାନନ୍ଦ ସରସ୍ୱତୀ ମହାରାଜ, ବିଜ୍ଞାନୀ ଗୁରୁ ଶ୍ରୀ ସନ୍ଥ ମହାରାଜ, ପଣ୍ଡିତ ଡ଼ା. ଜ୍ଞାନରଞ୍ଜନ ପତି, ଡ଼ା. କରୁଣାକର ପ୍ରଧାନ, ଡ଼ା. ଭାଗ୍ୟଲିପି ମଲ୍ଲ, ଶ୍ରୀ ଅଶୋକ କୁମାର ବେହେରା, ଶ୍ରୀ ହରିହର ପଣ୍ଡା ସହ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବୈଦିକ ବିଶ୍ୱବିଦ୍ୟାଳୟ, ତିରୁଭାନ୍ନାମଲାଇର ଉପକୁଲପତି ପ୍ରଫେସର ଡ଼ା. ହରିହର କାନୁନଗୋ ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଅମୃତ କଳାକାରର ସଭାପତି ରାଜକୁମାର ପ୍ରଧାନ ଓ ସମ୍ପାଦକ ରାଜକିଶୋର ଗୋଛାୟତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି ସାଂସ୍କୃତିକ ପରମ୍ପରାର ସୁରକ୍ଷା ଓ ପ୍ରଚାର ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ଉଲ୍ଲେଖ କରିଥିଲେ। ଶେଷରେ ଅମୃତ କଳାକାର ପକ୍ଷରୁ ସମସ୍ତ ଅତିଥି, ଶିଳ୍ପୀ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମଟିର ସମାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *